ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ସୋସିଆଲ ମିଡ଼ିଆରେ ଭେଲପୁରୀ ବିଷୟରେ ବାଖ୍ୟା କଲେ ଶଶି ଥରୁର, ୟୁଜର୍ସ କହିଲେ ବାଃ ବାଃ

ସୋସିଆଲ ମିଡ଼ିଆରେ ଭେଲପୁରୀ ବିଷୟରେ ବାଖ୍ୟା କଲେ ଶଶି ଥରୁର, ୟୁଜର୍ସ କହିଲେ ବାଃ ବାଃ

ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଶଶି ଥରୁରଙ୍କ ନୂଆ ପୋଷ୍ଟ । ଏଥର ସେ କୌଣସି ରାଜନୀତି ପ୍ରସଙ୍ଗ ଉପରେ ନୂଆ ବରଂ ସମସ୍ତଙ୍କ ପସନ୍ଦୀୟ ଖାଦ୍ୟ ଭେଲପୁରୀ ବିଷୟରେ ବର୍ଣ୍ଣନା କରିଛନ୍ତି ।

ସୋସିଆଲ ମିଡ଼ିଆରେ ଭେଲପୁରୀ ବିଷୟରେ ବାଖ୍ୟା କଲେ ଶଶି ଥରୁର, ୟୁଜର୍ସ କହିଲେ ବାଃ ବାଃ
ନୂଆ ସୋସିଆଲ ମିଡ଼ିଆ ପୋଷ୍ଟକୁ ନେଇ ଚର୍ଚ୍ଚାରେ ଶଶି ଥରୁର
  • News18 Odia
  • Last Updated: July 25, 2021, 12:38 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
New18 Odia Digital

ନୂଆ ଦିଲ୍ଲୀ: କେବଳ ଭାରତରେ ନୁହେଁ ସମଗ୍ର ବିଶ୍ବରେ ଭେଲପୁରୀ ଖାଇବାକୁ ପସନ୍ଦ କରନ୍ତି ସମସ୍ତେ । ଏହାର ଅନେକ ଷ୍ଟଲ୍ ବିଦେଶରେ ମଧ୍ୟ ଦେଖିବାକୁ ମିଳେ । ଇତିମଧ୍ୟରେ ଏହାର ବ୍ୟାଖ୍ୟା କରି ଚର୍ଚ୍ଚାରେ ଆସିଛନ୍ତି କଂଗ୍ରେସ ସାଂସଦ ଶଶି ଥରୁର । ସେ ସୋସିଆଲ ମିଡ଼ିଆରେ ଭେଲପୁରୀ ବିଷୟରେ ଏକ ପୋଷ୍ଟ ଶେୟାର କରିଛନ୍ତି, ଯାହା ସୋସିଆଲ ମିଡ଼ିଆ ୟୁଜର୍ସଙ୍କ ମନ କିଣିବାରେ ଲାଗିଛି  ।

ନିଜ କଠିନ ଇଂରାଜୀ ଶବ୍ଦ ପାଇଁ ଜଣାଶୁଣା ଶଶି ଥରୁର ଟ୍ବିଟରରେ ଭେଲପୁରୀ ବିଷୟରେ ଏକ ପୋଷ୍ଟ କରି ଲେଖିଛନ୍ତି, ‘‘ପଶ୍ଚିମ ଘାଟର ବର୍ଷା ଜଙ୍ଗଲରୁ ପ୍ରାପ୍ତ (Exotic Crispy Puffed) ୱାଇଲ୍ଡ ରାଇସରେ ସୁଗନ୍ଧିତ ରାଜସ୍ଥନୀ ମିଠା ଓ ନୀଳଗିରିର ଗ୍ରୀନ୍ ହାଉସରୁ ପ୍ରାପ୍ତ ସେଫ ପସନ୍ଦୀୟ ମାଇକ୍ରୋ ଗ୍ରୀନ (ସବୁଜ ପନିପରିବା)ରେ ଭର୍ତ୍ତି ରସ ଅଲ ଖୈମା ଖଜୁରୀର ସ୍ବାଦିଷ୍ଟ ସାଲସା ରୋସ୍ସେ (ସସ୍) ଓ ଆସାମର ବିରଳ  ଜୋଲକିଆ ଲଙ୍କା, ଯାହା ୧୨ ବର୍ଷରେ ଥରେ ଉଠିଥାଏ ।’’



ସେ ଆହୁରି ଲେଖିଛନ୍ତି, ‘‘କେରଳର ବାଲିରେ ବଢୁଥିବା ତେନ୍ତୁଳିର ମିଠା ଚଟଣୀରେ ମାଲାବାରର ଜୈବ ଚିନି ପଡ଼ିଛି । ଗୁଜୁରାଟର ଛୋଟ ପିଆଜ ଏ ବିଦର୍ଭର ପାରମ୍ପାରିକ ଆଳୁର ମିଶ୍ରଣ ଏକ ତମ୍ବା ପାତ୍ରରେ ଦିଆଯାଇଛି, ଯାହା ଏକ ଥାଳିରେ ହାଇଦ୍ରାବାଦୀ ଚଣା ଓ ମାରୱାଡ଼ି ପାପଡ଼ି ସହ ସଜାଯାଇଛି ।’’

ଶଶିଙ୍କ ଏହି ପୋଷ୍ଟ ପଢ଼ି ୟୁଜର୍ସ ମଜାଦାର କମେଣ୍ଟ କରିବା ଆରମ୍ଭ କରିଦେଇଛନ୍ତି । ଅନେକ ୟୁଜର୍ସ ତାଙ୍କୁ ଗୁପଚୁପର ବ୍ୟାଖ୍ୟା କରିବାକୁ ଅନୁରୋଧ ମଧ୍ୟ କରିଛନ୍ତି ।
Published by: Lipina Das
First published: July 25, 2021, 12:38 PM IST