୧୦ ବର୍ଷ ପରେ ପୁଣି ପୋଲିଓ ଭାଇରସର ନୂଆ ଷ୍ଟ୍ରେନ୍ ଚିହ୍ନଟ ; ଅନେକଙ୍କ ମନରେ ଛନକା

୧୦ ବର୍ଷ ପରେ ପୋଲିଓ ଭୂତାଣୁର ପୁର୍ନଜନ୍ମ । ଜଣେ ୨୦ ବର୍ଷ ବୟସର ଯୁବକଙ୍କ ଠାରେ ଦେଖାଦେଇଛି ଏହି ପୋଲିଓ ଭୂତାଣୁ ।

ପୋଲିଓ ଭାଇରସ୍ ର ନୂଆ ଷ୍ଟ୍ରେନ

ପୋଲିଓ ଭାଇରସ୍ ର ନୂଆ ଷ୍ଟ୍ରେନ

  • Share this:
News 18 Odia Digital

ପୋଲିଓ ଗୋଟିଏ ଘାତକ ଓ ପଙ୍ଗୁ କରି ଦେଉଥିବା ଭାଇରସ ଯାହା କିଛି ଲକ୍ଷଣ ସହିତ ଆରମ୍ଭ ହୁଏ । ଯେପରିକି ଥକାପଣ, ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ବାନ୍ତି । ଲକ୍ଷଣଗୁଡିକ ବିକଶିତ ହେବା ପାଇଁ ୩୦ ଦିନ ସମୟ ନେଇପାରେ, ଯାହାର ଅର୍ଥ ହେଉଛି ଯେଉଁମାନେ ଏପର୍ଯ୍ୟନ୍ତ ଅସୁସ୍ଥ ହୋଇନାହାଁନ୍ତି ସେମାନେ ଅନ୍ୟମାନଙ୍କୁ ଏହି ଜୀବାଣୁ ବିସ୍ତାର କରିପାରିବେ ।

୧୦ ବର୍ଷ ପରେ ପୋଲିଓ ଭୂତାଣୁର ପୁର୍ନଜନ୍ମ । ଜଣେ ୨୦ ବର୍ଷ ବୟସର ଯୁବକଙ୍କ ଠାରେ ଦେଖାଦେଇଛି ଏହି ପୋଲିଓ ଭୂତାଣୁ । ତାହାବି ପୁଣି ଆମେରିକାର ନ୍ୟୁୟର୍କରେ । ତେବେ ସଂକ୍ରମିତ ଯୁବକ ଜଣକ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ସବୁଠୁ ବଡ଼ କଥା ହେଲା ୧୦ ବର୍ଷ ପୂର୍ବରୁ ଆମେରିକାରେ ପୋଲିଓ ଭୂତାଣୁର ଶେଷ ହୋଇଥିବା ବେଳେ ବର୍ତ୍ତମାନ ପୁଣି ଭାଇରସ୍‌ ଠାବ ହେବା ସ୍ୱାସ୍ଥ୍ୟ ବିଭାଗ ପାଇଁ ଚାଲେଂଜ ସୃଷ୍ଟି କରିଛି ।

ସ୍ୱାସ୍ଥ୍ୟ ସେବା ପ୍ରଦାନକାରୀମାନେ ଅତିରିକ୍ତ ପୋଲିଓ ରୋଗ ଖୋଜିବା ଉଚିତ ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଅଧିକାରୀ କହିଛନ୍ତି । ସିଡିସି ଅନୁଯାୟୀ ୧୯୭୯ ମସିହାରୁ ଆମେରିକାରେ ପୋଲିଓର କୌଣସି ମାମଲା ଉତ୍ପନ୍ନ ହୋଇନାହିଁ । ଯୁକ୍ତରାଷ୍ଟ୍ରରେ ପୋଲିଓର ଶେଷ ମାମଲା ୨୦୧୩ ରେ ହୋଇଥିଲା । ରକ୍‌ଲାଣ୍ଡ ଦେଶର ଜଣେ ଯୁବକ ଗତ ଜୁନ୍‌ରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସ୍ଥାନୀୟ ମେଡିକାଲ ଅଧିକାରୀ ତାଙ୍କୁ ନୀରିକ୍ଷଣରେ ରଖିଥିଲେ। ଏକ ମାସ ଧରି ତାଙ୍କର ବିଭିନ୍ନ ପରୀକ୍ଷା କରାଯାଇଥିଲା । ପରେ ସେ ପୋଲିଓ ଭୂତାଣୁରେ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା ।

ଯେଉଁ ଦେଶରେ ଓରାଲ ପୋଲିଓ ଟିକା ପ୍ରଚଳିତ ରହିଛି, ସେହି ସ୍ଥାନ ହିଁ ଭାଇରସର ଉତ୍ପତ୍ତିସ୍ଥଳ ବୋଲି ନୂଆ ମାମଲା ସଙ୍କେତ ଦେଉଛି । ପୋଲିଓର ନୂଆ ଷ୍ଟ୍ରେନ ଓରାଲ ଟିକା ଦ୍ୱାରା ନିୟନ୍ତ୍ରଣ ହୋଇପାରିବ ନାହିଁ । ଏହାକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ କର୍ମୀମାନଙ୍କୁ ସଚେତନ କରାଯାଇଛି। ସେମାନେ ଲୋକଙ୍କ ତୁରନ୍ତ ଯାଞ୍ଚ କରି ନୂଆ ଆକ୍ରାନ୍ତଙ୍କୁ ଠାବ କରିବାର ପ୍ରୟାସ କରନ୍ତୁ । ସେହିପରି ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଅଞ୍ଚଳରେ ଟିକା ନେଇ ନଥିବା ଲୋକଙ୍କୁ ତୁରନ୍ତ ପୋଲିଓ ଟିକା ନେବାକୁ ପରାମର୍ଶ ମଧ୍ୟ ଦିଆଯାଇଛି । ପୋଲିଓ ଗୋଟିଏ ଘାତକ ଓ ପଙ୍ଗୁ କରି ଦେଉଥିବା ଭାଇରସ । ବିଶେଷ କରି ଏହା ୫ ବର୍ଷରୁ କମ ବୟସ୍କଙ୍କ ପାଇଁ ଅଧିକ ଘାତକ ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି ।
Published by:Soumyashree Mishra
First published: