News 18 Odia Digital
ନୂଆଦିଲ୍ଲୀ: ସାଧାରଣତଃ ରିଲ ଲାଇଫରେ (reel life) ଆମେ ଦାୟିତ୍ବବାନ କର୍ତ୍ତବ୍ୟନିଷ୍ଠ ଓ ସହୃଦୟବାନ୍ ପୋଲିସ (police) ଚରିତ୍ର ଅନେକ ଥର ଦେଖିଛେ । କିନ୍ତୁ, ରିଅଲ ଲାଇଫରେ (Real life) ପୋଲିସର ନାଁ ଶୁଣିବା ପରେ ଆପଣଙ୍କ ମନରେ କେଉଁ ଚିତ୍ର ସୃଷ୍ଟି ହେଉଥିବ? ଜଣେ ଅଯୋଗ୍ୟ ବ୍ୟକ୍ତି, ବଡ଼ ପେଟ, ନିଷ୍ଠୁର ହୃଦୟର ବ୍ୟକ୍ତି, ଯିଏ ବିନା କାରଣରେ କାହାକୁବି ଲାଠୀ ଚାର୍ଜ କରିଥାଏ । ସେ ଗରିବଙ୍କୁ ହଇରାଣ କରୁଥିବେ, ଦୁର୍ନୀତିଖୋରଙ୍କ ସହ ହାତ ମିଳାଇଥିବେ।
କିନ୍ତୁ, ଆପଣ ସୁବେଦାର ଭଗବତ ପ୍ରସାଦ ପାଣ୍ଡେଙ୍କୁ ଦେଖିଛନ୍ତି କି? ତାଙ୍କର ବ୍ୟକ୍ତିତ୍ୱ ଓ କାର୍ଯ୍ୟ କରିବାର ପଦ୍ଧତି ଆପଣଙ୍କ ମନରେ ପୋଲିସ୍ ବିଷୟରେ ଥିବା ପ୍ରତିଛବିର ସମ୍ପୂର୍ଣ୍ଣ ବିପରୀତ । ସୋସିଆଲ ମିଡିଆରେ ଏମପି ପୋଲିସ (ଜିଲ୍ଲା ସିଦ୍ଧି) ରେ ଇନ୍ସପେକ୍ଟର ଭଗବତ ପ୍ରସାଦ ପାଣ୍ଡେଙ୍କୁ ନିଶ୍ଚୟ ଦେଖିଥିବେ ।
ଟ୍ରାଫିକ ବିଭାଗରେ କାର୍ଯ୍ୟ କରୁଥିବା ଭଗବତ ପାଣ୍ଡେ ଲୋକମାନଙ୍କୁ ନିଜର ଦେଶୀ ଷ୍ଟାଇଲରେ ବୁଝାନ୍ତି, ସେମାନଙ୍କ ସହ ହସନ୍ତି ଓ ଥଟ୍ଟା କରନ୍ତି ଏବଂ ପ୍ରେମରେ କଥା ହୁଅନ୍ତି ।
ତାଙ୍କର ପୋଲିସ୍ ଷ୍ଟାଇଲ ଅତୁଳନୀୟ, ଠିକ ଦବଙ୍ଗ ଚଳଚ୍ଚିତ୍ରରେ ଚୁଲବୁଲ ପାଣ୍ଡେଙ୍କ ପରି । ଭଗବତ ପ୍ରସାଦ ପାଣ୍ଡେ ହେଉଛନ୍ତି ବାସ୍ତବ ଜୀବନର ଚୁଲବୁଲ ପାଣ୍ଡେ ।
ସରକାର ରାଜଧାନୀରେ ବସି ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରୁଛନ୍ତି, ଆଞ୍ଚଳିକ ସ୍ତରରେ ବିଧାୟକ-ସାଂସଦ ଆକାରରେ ସରକାରଙ୍କ ପ୍ରତିନିଧୀ ଅଛନ୍ତି, କିନ୍ତୁ ସାଧାରଣ ଲୋକଙ୍କ ପାଇଁ ସେପର୍ଯ୍ୟନ୍ତ ସହଜ ପ୍ରବେଶ କଷ୍ଟସାଧ୍ୟ, ଏଭଳି ପରିସ୍ଥିତିରେ ପ୍ରାଥମିକ ସ୍ତରର ଲୋକଙ୍କ ପାଇଁ ସରକାରଙ୍କ ଅର୍ଥ କେବଳ ପୋଲିସ୍ ହିଁ ହୋଇଥାଏ।
ଏହି ଖବର ପଢ଼ନ୍ତୁ -
http://Solar Cooler: ସୋଲାର କୁଲରର ଚାହିଦା.. ଅନଲାଇନରେ ବୃଦ୍ଧି ପାଉଛି ବୁକିଂଭାଗବତ ପାଣ୍ଡେ କୁହନ୍ତି, ଆମର ମୌଳିକ ଅଧିକାରର ସୁରକ୍ଷା ପାଇଁ ପୋଲିସ ନିୟୋଜିତ ହୋଇଛନ୍ତି । ଯଦି ଆପଣ ଅଭିଯୋଗ ନେଇ ପୋଲିସ୍ ଷ୍ଟେସନରେ (police station) ପହଞ୍ଚନ୍ତି ଓ ଅଧିକାରୀମାନେ ଆପଣଙ୍କ କଥା ନ ଶୁଣି ଏବଂ ସନ୍ତୋଷଜନକ ପଦକ୍ଷେପ ନ ନେଇ ଆପଣଙ୍କୁ ସେଠାରୁ ଭଗାଇ ଦିଅନ୍ତି, ତେବେ ଏହାର ଦୁଇଟି ପ୍ରଭାବ ଅଛି । ପ୍ରଥମତଃ, ଦୁର୍ବୃତ୍ତ ନିର୍ଭୟରେ ରୁହନ୍ତି, ସେମାନେ ଯାହା ବି କରିବେ ପୋଲିସ୍ କିଛି କରିବ ନାହିଁ, ଏବଂ ଦ୍ୱିତୀୟରେ, ପୋଲିସ୍ ବିଷୟରେ ଆପଣଙ୍କ ମନରେ କ୍ରୋଧର ଭାବନା ସୃଷ୍ଟି ହୁଏ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।