ଦଶମ ଶ୍ରେଣୀ ଛାତ୍ରୀକୁ ଗ୍ୟାଙ୍ଗ୍ ରେପ୍ କରିଥିବା ୪ ଯୁବକଙ୍କ ମଧ୍ୟରୁ ଜଣକୁ ପୋଲିସ ଗୁଳି ମାରିଲା

ଝିଅଟି ଟ୍ୟୁସନରୁ ଘରକୁ ଫେରୁଥିବା ବେଳେ ତାକୁ ଉଠେଇ ନେଇ ଚାରି ଜଣ ଯୁବକ ଗଣ-ବଳାତ୍କାର କରିଥିଲେ । ଝିଅଟି ସନ୍ଧ୍ୟାରେ ଘରକୁ ଫେରି ବିଷ ପିଇ ଅତ୍ମହତ୍ୟା କରିଥିଲା । ସୁଇସାଇଡ୍ ନୋଟରେ ସେ ଚାରି ଜଣ ଯୁବକଙ୍କ ନାଁ ଲେଖିଯାଇଛି ।

ଦଶମ ଶ୍ରେଣୀ ଛାତ୍ରୀକୁ ଗ୍ୟାଙ୍ଗ୍ ରେପ୍ କରିଥିବା ୪ ଯୁବକଙ୍କ ମଧ୍ୟରୁ ଜଣକୁ ପୋଲିସ ଗୁଳି ମାରିଲା
ଏନକାଉଣ୍ଟର ପରେ ପୋଲିସ ଟିମ୍ ।
  • News18 Odia
  • Last Updated: April 4, 2021, 12:54 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୀରଟ: ଜଣେ ଦଶମ ଶ୍ରେଣୀର ଛାତ୍ରଙ୍କ ସହ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗର ସାମନା କରୁଥିବା ଦୁଇ ଜଣ ଯୁବକଙ୍କ ଉପରକୁ ପୋଲିସ ଗୁଳି ଚଳାଇଛି । ଏହି ଅଭିଯୁକ୍ତ ଓ ତା’ର ଏକ ସହଯୋଗୀକୁ କୋର୍ଟକୁ ନିଆଯିବା ସମୟରେ ଦୁହେଁ ପୋଲିସ ହେପାଜତରୁ ଖସିଯିବାକୁ ଚେଷ୍ଟା କରୁଥିବା ବେଳେ ପୋଲିସ ସେମାନଙ୍କ ଉୁପରକୁ ଗୁଳି ଚଳାଇଛି ।

ଏହି ଘଟଣା ଉତ୍ତର ପ୍ରଦେଶର ମୀରଟରେ ଘଟିଛି । ପୋଲିସର ସୂଚନା ଅନୁସାରେ ଶନିବାକ ଦିନ ଅଭିଯୁକ୍ତ ଲଖନ ଓ ବିକାଶକୁ ଗିରଫ କରି କୋର୍ଟ ଚାଲାଣ କରାଯାଉଥିଲା। ସେମାନଙ୍କୁ ସୁରକ୍ଷା ଦେଉଥିବା ଜଣେ ପୋଲିସ କର୍ମୀଙ୍କ ପାଖରୁ ଗୋଟିଏ ବନ୍ଧୁକ ଛଡ଼ାଇ ନେବାକୁ ସେମାନେ ଚେଷ୍ଟା କରିଥିଲେ ବୋଲି ପୋଲିସ କହିଛି ।

ଏହା ବି ପଢ଼ନ୍ତୁ | ଓଡ଼ିଶାରେ ବେକାବୁ କରୋନା: ଶହ ଶହ କରି ବଢ଼ୁଛି ସଂକ୍ରମଣ; ପୁଣି ପୂର୍ବ ସ୍ଥିତି ଫେରିବା ଆଶଙ୍କା ବଢ଼ିଲା

ଲଖନ ଓ ବିକାଶ ପୋଲିସର ବନ୍ଧୁକ ଛଡ଼ାଇ ଦୌଡ଼ି ପଳେଇଯାଉଥିବା ବେଳେ ସେମାନଙ୍କୁ ପିଛା କରିଥିଲେ ସର୍ଦ୍ଧାନା ଥାନାର ପୋଲିସ କର୍ମୀମାନେ ଓ ମୀରଟ୍‌ ପୋଲିସର ସର୍ଭେଇଲାନ୍ସ ଡିପାର୍ଟମାଣ୍ଟର ଏକ ଟିମ୍‌ । ସେମାନେ ଏହି ଦୁଇ ଜଣଙ୍କୁ ଗୋଟିଏ ଏନକାଉଣ୍ଟର ପରେ କପସାଡ଼ ଗାଁ ନିକଟରେ ଧରିବାରେ ସଫଳ ହୋଇଥିଲେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଭୁବନେଶ୍ୱରରେମୋ ବସ୍‌’ କଣ୍ଡକ୍ଟର୍ଯାତ୍ରୀଙ୍କୁ ଚଳନ୍ତା ବସ୍ରୁ ଠେଲିଦେଲା, ପାଦ ଉପରେ ଚଢ଼ିଗଲା ବସ୍

ପୋଲିସର କହିବା ଅନୁସାରେ ଲଖନ ପୋଲିସ ଉପରକୁ ଗୁଳି ଚଳାଇଥିଲା । ଏହାର ଉତ୍ତରରେ ଜଣେ ପୋଲିସ କର୍ମୀ ଗୁଳି ଚଳାଇଥିଲେ, ଯାହା ଲଖନର ଗୋଡ଼ରେ ବାଜିଥିଲା । ଉଭୟ ଅଭିଯୁକ୍ତଙ୍କୁ ପୁଣି ଥରେ ଧରାଯାଇଥିଲା । ଲଖନ ଏବେ ନିକଟସ୍ଥ ଏକ ଡାକ୍ତରଖାନାରେ ଚିକିତ୍ସିତ ହେଉଛି ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ପୁରୀରେ ସ୍କୁଲ୍ ହତାରେ ଜଘନ୍ୟ କାଣ୍ଡ: ନବମ ଶ୍ରେଣୀର ଛାତ୍ର ସହପାଠୀର ହାତକୁ ଛୁରୀରେ କାଟିଲେ

ଗୁରୁବାର ଦିନ ସର୍ଦ୍ଦାନା କୋଟୱାଲୀ ଅଞ୍ଚଳର ଦଶମ ଶ୍ରେଣୀର ଜଣେ ଛାତ୍ରୀ ଟ୍ୟୁସନରୁ ଘରକୁ ଫେରୁଥିବା ସମୟରେ ତାଙ୍କୁ ଅପହରଣ ଓ ଗଣ-ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଥିଲା । ଝିଅଟି ଗୁରୁବାର ସନ୍ଧ୍ୟାରେ ଘରକୁ ଫେରିବା ପରେ ବିଷ ପିଇଦେଇଥିଲା ଓ ଡାକ୍ତରଖାନାରେ ଚିକିତ୍ସା ସମୟରେ ତା’ର ମୃତ୍ୟୁ ଘଟିଥିଲା ବୋଲି ପୋଲିସ କହିଛି ।

ଏହା ବି ପଢ଼ନ୍ତୁ |ଓଡ଼ିଶାରେ PM ଆବାସ ଯୋଜନାରେ ରାଜ୍ୟ ବି ଖର୍ଚ୍ଚ କରୁଛି; ତେଣୁ ବିଜୁ ପକ୍କା ଘର ଲୋଗୋ ଲାଗିଲେ ଅସୁବିଧା ?’

‘‘ଝିଅଟିକୁ ଅପହରଣ ଓ ବଳାତ୍କାର କରିବାରେ ଚାରି ଜଣ ଯୁବକ ସମ୍ପୃକ୍ତ ଥିଲେ । ଝିଅଟି ଲେଖିଯାଇଥିବା ଏକ ସୁଇସାଇଡ୍‌ ନୋଟ ଆଧାରରେ ଆମେ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛୁ । ଅନ୍ୟ ଦୁଇ ଜଣଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ଅଛି । ଝିଅଟି ନିଜ ଆତ୍ମହତ୍ୟା ନୋଟରେ ଚାରି ଜଣଙ୍କ ନାଁ ଲେଖିଯାଇଛି । ସେମାନଙ୍କ ମଧ୍ୟରେ ଅଛନ୍ତି ବିକାଶ ଓ ଲଖନ,’’ କହିଛନ୍ତି ମୀରଟର ପୋଲିସ ଅଧୀକ୍ଷକ (ଗ୍ରାମୀଣ) କେଶବ କୁମାର ।

ଏହା ବି ପଢ଼ନ୍ତୁ | ମୟୂରଭଞ୍ଜ: ହେଲ୍ମେଟ୍ ପାଇଁ ଗର୍ଭବତୀଙ୍କୁ କିମି ଚଲାଇଥିବା ପୋଲିସ ଅଧିକାରୀ ସସ୍ପେଣ୍ଡ୍ ହେଲେ

ଏସ୍‌.ପି. କହିଛନ୍ତି ଯେ ନାବାଳିକାକୁ କପସାଡ଼ ଗାଁର ଚାରି ଜଣ ଯୁବକ ଅପହରଣ କରିନେଇଥିଲେ ଓ ତା’ ଘର ନିକଟରେ ଥିବା ଏକ ଟାୱାରରେ ତା’ ସହ ସମୂହ ବଳାତ୍କାର କରିଥିଲେ । ଘରକୁ ଫେରି ଝିଅଟି ନିଜ ଦୁଃଖ ତା’ ପିତାମାତାଙ୍କୁ କହିଥିଲା ଓ କିଛି ବିଷାକ୍ତ ଜିନିଷ ଖାଇଦେଇଥିଲା । ତା’ ପିତାମାତା ତାକୁ ମୋଦୀପୁରମରେ ଥିବା ଏସ୍‌.ଏସ୍‌.ଡି. ଗ୍ଲୋବାଲ୍‌ ହସପିଟାଲକୁ ନେଇ ଯାଇଥିଲେ । ସେଠାରେ ଚିକିତ୍ସା ସମୟରେ ତା’ର ମୃତ୍ୟୁ ଘଟିଥିଲା ।



ପୋଲିସ ଅଭିଯୁକ୍ତ ଲଖନ ଓ ବିକାଶକୁ ଗିରଫ କରିଛି ଓ ଅନ୍ୟ ଦୁଇ ଜଣଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ୍‌ ମାରୁଛି ବୋଲି ଏସ୍‌.ପି. କହିଛନ୍ତି ।

ଧ୍ୟାନ ଦିଅନ୍ତୁଯଦି ଆପଣ ବା ଆପଣ ଜାଣିଥିବା କୌଣସି ବ୍ୟକ୍ତି କୌଣସି ବି କାରଣରୁ ଖୁବ୍‌ ଦୁଃଖ ଅନୁଭବ କରୁଛନ୍ତି ଓ  ସାହାଯ୍ୟ ଲୋଡ଼ୁଛନ୍ତି, ତାହେଲେ ନିମ୍ନଲିଖିତ ଯେକୌଣସି ହେଲ୍ପଲାଇନକୁ କଲ୍‌ କରନ୍ତୁ: ଆସ୍ରା (ମୁମ୍ବାଇ) 022-27546669, ସ୍ନେହା (ଚେନ୍ନାଇ) 044-24640050, ସୁମୈତ୍ରୀ (ଦିଲ୍ଲୀ) 011-23389090, କୁଜ (ଗୋଆ) 0832- 2252525, ଜୀବନ (ଜାମସେଦପୁର) 065-76453841, ପ୍ରତୀକ୍ଷା (କୋଚି) 048-42448830, ମୈତ୍ରୀ (କୋଚି) 0484-2540530, ରୋଶନି (ହାଇଦ୍ରାବାଦ) 040-66202000, ଲାଇଫ୍ ଲାଇନ୍ 033-64643267 (କୋଲକାତା) ।
Published by: Anand ST Das
First published: April 4, 2021, 12:54 AM IST