ଅଭିନେତା ନାସିରୁଦ୍ଦିନ ଶାହାଙ୍କ ଝିଅ ହିବା ଶାହାଙ୍କ ଉପରେ କ୍ଲିନିକରେ ମାରପିଟ ଅଭିଯୋଗ, ମାମଲା ରୁଜୁ କଲା ପୋଲିସ

ହିବାଙ୍କ ଉପରେ ଅଭିଯୋଗ ହୋଇଛି ଯେ, ବିଲେଇ ମାନଙ୍କୁ ଆଡମିଟ କରିବା ପୂର୍ବରୁ ତାଙ୍କୁ କେତେକ ପେପରରେ ସାଇନ କରିବାକୁ କୁହାଯାଇଥିଲା । ଏହାକୁ ନେଇ ସେ ରାଗିଯିବା ସହ ଗଣ୍ଡଗୋଳ କରିଥିଲେ ।

ଅଭିନେତା ନାସିରୁଦ୍ଦିନ ଶାହାଙ୍କ ଝିଅ ହିବା ଶାହାଙ୍କ ଉପରେ କ୍ଲିନିକରେ ମାରପିଟ ଅଭିଯୋଗ, ମାମଲା ରୁଜୁ କଲା ପୋଲିସ
ନାସିରୁଦ୍ଦିନ ଶାହା ଏବଂ ତାଙ୍କ ଝିଅ ହିବା
  • News18 Odia
  • Last Updated: January 25, 2020, 4:41 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ମୁମ୍ବାଇ: ବଲିଉଡ଼ର ଚର୍ଚ୍ଚିତ ଅଭିନେତା ନାସିରୁଦ୍ଦିନ ଶାହାଙ୍କ ଝିଅ ହିବା ଶାହାଙ୍କ ଉପରେ ଏକ ପଶୁଡାକ୍ତରଖାନାରେ ମାରପିଟ କରିଥିବା ନେଇ ଅଭିଯୋଗ ଆସିଛି । କ୍ଲିନିକ ପକ୍ଷରୁ ଅଭିଯୋଗ କରାଯାଇଛି ଯେ, ହିବା ଗତ ୧୬ ତାରିଖରେ କ୍ଲିନିକର ୨ଜଣ ମହିଳା କର୍ମଚାରୀଙ୍କ ସହ ମାରପିଟ କରିଥିଲେ ଏବଂ ଏହି ଘଟଣା ସିସିଟିଭିରେ ରେକର୍ଡ଼ ହୋଇଛି । ଏନେଇ ମୁମ୍ବାଇ ପୋଲିସ ହିବାଙ୍କ ବିରୋଧରେ ମାମଲା ରୁଜୁ କରି ଏହାର ଯାଞ୍ଚ ପ୍ରାରମ୍ଭ କରିଛି ।

ଫେଲାଇନ ଫାଉଣ୍ଡେଶନ ତରଫରୁ ପୋଲିସକୁ କମ୍ପ୍ଲେନ କରାଯାଇଛି । ଏହି ସଂସ୍ଥା ତରଫରୁ ପଶୁମାନଙ୍କ ଚିକିତ୍ସା ଲାଗି ଏକ କ୍ଲିନିକ ଚଳାଯାଇଥାଏ । ୧୬ ଜାନୁଆରୀରେ ହିବା ନିଜର ବନ୍ଧୁଙ୍କର ଦୁଇଟି ବିଲେଇଙ୍କୁ ନସବନ୍ଦୀ କରିବା ପାଇଁ ସେଠାକୁ ଯାଇଥିଲେ । ତାଙ୍କର ବନ୍ଧୁ ଏହି ଦୁଇଟି ବିଲେଇଙ୍କ ପାଇଁ ସ୍ଲଟ ବୁକିଂ କରିଥିଲେ । ମାତ୍ର କୌଣସି କାରଣ ବଶତଃ ବିଲେଇମାନଙ୍କର ନସବନ୍ଦୀ ହୋଇପାରିନଥିଲା ।

ଏହି ଘଟଣା ପରେ ଜାରି କରାଯାଇଥିବା ସିସିଟିଭିରେ ୧୬ ଜାନୁଆରୀ ୨ଟା ୫୦ ମିନିଟରେ ହିବା ବିଲେଇମାନଙ୍କ ସହ କ୍ଲିନିକରେ ପହଞ୍ଚିଥିଲେ । ସେଠାକାର କର୍ମଚାରୀମାନେ ୫ ମିନିଟ୍ ପାଇଁ ଅପେକ୍ଷା କରିବାକୁ କହିଥିଲେ । କାହିଁକିନା ସେହିସମୟରେ କ୍ଲିନିକରେ ସର୍ଜରୀ ଚାଲିଥିଲା । ଏହା ଦେଖି କିଛି ମିନିଟ ପରେ ହିବା ସେଠାରେ କାମ କରୁଥିବା ଲୋକମାନଙ୍କୁ ଧମକାଇଥିଲେ । ପରେ ସେମାନଙ୍କ  ସହ ମାରପିଟ କରିବାକୁ ଲାଗିଥିଲେ । ପୋଲିସ ହିବାଙ୍କ ଉପରେ ଆଇପିସି ଧାରା ୩୨୩, ୫୦୪ ଏବଂ ୫୦୬ ଅନୁସାରେ ମାମଲା ରୁଜୁ କରି ଯାଞ୍ଚ ଆରମ୍ଭ କରିଛି । ମାତ୍ର ହିବା ଏକ ଦୈନିକ ଇଂରାଜୀ ଖବରକାଗଜ ସହ କଥା ହୋଇ ଏହି ଅଭିଯୋଗକୁ ଅସ୍ବୀକାର କରିଛନ୍ତି । ହିବା  କହିଛନ୍ତି ଯେ, ପ୍ରଥମେ ମୋତେ ଗେଟ୍ କିପର ଭିତରକୁ ଯିବାକୁ ଦେଇନଥିଲେ ଏବଂ ମୋତେ ଅନେକ ପ୍ରଶ୍ନ ପଚାରିଥିଲେ । ପରେ କ୍ଲିନିକର କର୍ମଚାରୀମାନେ ମୋତେ ପ୍ରଥମେ ଧକ୍କା ଦେଇଥିଲେ ।
First published: January 25, 2020, 4:41 PM IST
corona virus btn
corona virus btn
Loading