ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ବାପାର ଗର୍ବ: ପୋଲିସ୍ ଇନ୍‌ସ୍ପେକ୍ଟର ନିଜ DSP ଝିଅଙ୍କୁ ସମସ୍ତଙ୍କ ସାମନାରେ ସ୍ୟାଲୁଟ୍ ମାରିଲେ

ବାପାର ଗର୍ବ: ପୋଲିସ୍ ଇନ୍‌ସ୍ପେକ୍ଟର ନିଜ DSP ଝିଅଙ୍କୁ ସମସ୍ତଙ୍କ ସାମନାରେ ସ୍ୟାଲୁଟ୍ ମାରିଲେ

ପ୍ରଥମ ଥର ପାଇଁ ବାପ ଓ ଝିଅ ପୋଲିସ୍ ଡ୍ୟୁଟି ସମୟରେ ପରସ୍ପରକୁ ଭେଟୁଥିଲେ । ଡି.ଏସ୍.ପି. ଝିଅ ନିଜ ଇନସ୍ପେକ୍ଟର୍ ବାପାଙ୍କୁ ସ୍ୟାଲୁଟ୍ ନ କରିବାକୁ କହିଲେ, ହେଲେ ବାପା କଥା ନ ମାନି ନିଜକୁ ଗର୍ବର ସେହି କ୍ଷଣ ଉପହାର ଦେଲେ ।

ବାପାର ଗର୍ବ: ପୋଲିସ୍ ଇନ୍‌ସ୍ପେକ୍ଟର ନିଜ DSP ଝିଅଙ୍କୁ ସମସ୍ତଙ୍କ ସାମନାରେ ସ୍ୟାଲୁଟ୍ ମାରିଲେ
ପ୍ରଶାନ୍ତିଙ୍କୁ ସ୍ୟାଲୁଟ୍ ମାରୁଛନ୍ତି ତାଙ୍କ ବାପା ୱାଇ. ଶ୍ୟାମ ସୁନ୍ଦର ।
  • News18 Odia
  • Last Updated: January 4, 2021, 11:57 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ତିରୁପତି: ଆନ୍ଧ୍ର ପ୍ରଦେଶର (Andhra Pradesh) ତିରୁପତିରେ ଲୋକେ ଜଣେ ଝିଅ ଓ ତା’ ବାପାଙ୍କ ଜୀବନର ଏକ ଘଟଣାର ସାକ୍ଷୀ ହୋଇଛନ୍ତି ଯାହା କେବଳ ଉଭୟଙ୍କ ଆଖିରେ ନୁହେଁ ବରଂ ସେଠାରେ ଉପସ୍ଥିତ ଥିବା ସବୁ ଲୋକଙ୍କ ଆଖିରେ ଲୁହ ଆଣିଦେଇଛି । ଆନ୍ଧ୍ର ପ୍ରଦେଶ ପୋଲିସର (Andhra Pradesh Police) ସର୍କଲ ଇନ୍ସପେକ୍ଟର ୱାଇ. ଶ୍ୟାମ ସୁନ୍ଦରଙ୍କ ପାଇଁ ଏହା ଏକ ଅତି ଆନନ୍ଦ ଓ ଗର୍ବର ମୁହୂର୍ତ୍ତ ଥିଲା ।

ବାସ୍ତବରେ ଶ୍ୟାମ ସୁନ୍ଦର ସେଠାରେ ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ ଅଫ୍‌ ପୋଲିସ୍‌ (ଡି.ଏସ୍‌.ପି.) ଭାବେ ପୋଷ୍ଟିଂ ପାଇଥିବା ତାଙ୍କ ଝିଅ ୟେନ୍ଦଲୁରୁ ଜେସି ପ୍ରଶାନ୍ତିଙ୍କୁ ସ୍ୟାଲୁଟ୍‌ କରିଥିଲେ । ପ୍ରଶାନ୍ତି ବର୍ତ୍ତମାନ ଗୁଣ୍ଟୁର ଜିଲ୍ଲାରେ ଡି.ଏସ୍‌.ପି. ଭାବରେ ଯୋଗ ଦେଇଛନ୍ତି ।

ଏହା ବି ପଢ଼ନ୍ତୁ | ଗଞ୍ଜାମ: ନବବଧୂର ହାତ ଗୋଡ଼ ବାନ୍ଧି ପଡ଼ିଶା ଘର ଡୋଲିରେ ଫିଙ୍ଗିଦେଲେ ଶାଶୁଘର ଲୋକେ

ଏକ ଇଂରାଜୀ ୱେବସାଇଟକୁ ଦେଇଥିବା ଏକ ସାକ୍ଷାତକାରରେ ପ୍ରଶାନ୍ତି କହିଛନ୍ତି ଯେ ତାଙ୍କ ପିତା ତାଙ୍କୁ ସ୍ୟାଲୁଟ୍‌ ମାରି ଅଭିବାଦନ କରୁଥିବା ଦେଖି ସେ ଟିକେ ଅସହଜ ହୋଇଯାଇଥିଲେ । ‘‘ଏଇଟା ପ୍ରଥମ ଥର ପାଇଁ ହେଉଛି ଯେ ମୁଁ ଓ ମୋ’ ବାପା ଡ୍ୟୁଟି ସମୟରେ ପରସ୍ପରକୁ ଭେଟୁଛୁ । ମୁଁ ତାଙ୍କୁ ନମସ୍କାର ନ କରିବାକୁ କହିଲି, କିନ୍ତୁ ଏହା ଘଟିଲା । ମୁଁ ମଧ୍ୟ ତାଙ୍କୁ ନମସ୍କାର କଲି,’’ କହିଛନ୍ତି ପ୍ରଶାନ୍ତି ।



ପୋଲିସ୍‌ ବିଭାଗରେ ଯୋଗଦେବା ପରେ ୨୦୧୮ ବ୍ୟାଚର ଡି.ଏସ୍‌.ପି. ପ୍ରଶାନ୍ତି ପ୍ରଥମ ଥର ପାଇଁ ନିଜ ପିତାଙ୍କ ସହିତ ମୁହାଁମୁହିଁ ହେଉଥିଲେ । ଆନ୍ଧ୍ର ପ୍ରଦେଶ ପୋଲିସର ପ୍ରଥମ ଡ୍ୟୁଟି ବୈଠକରେ ବାପା ଓ ଝିଅଙ୍କ ସାକ୍ଷାତ ହୋଇଥିଲା ।

ଏହା ବି ପଢ଼ନ୍ତୁ | ନିଆରା ବିବାହର ଚର୍ଚ୍ଚା: ଅନୁଗୁଳରେ ବର୍ଷର ପ୍ରେମ ପରେ କିନ୍ନରଙ୍କ ହାତ ଧରିଲେ ସାଧାରଣ ଯୁବକ

ଆନ୍ଧ୍ର ପ୍ରଦେଶ ପୋଲିସ ଏ ବିଷୟରେ ଏକ ଟ୍ୱିଟ୍ କରିଛି । ଆନ୍ଧ୍ର ପ୍ରଦେଶ ପୋଲିସର ଅଫିସିଆଲ ଟ୍ୱିଟର୍‌ ହ୍ୟାଣ୍ଡେଲରୁ କରାଯାଇଥିବା ଏହି ଟ୍ୱିଟରେ ଲେଖାଯାଇଛି, ‘‘ତିରୁପତିରେ ଆୟୋଜିତ ପୋଲିସ ସମ୍ମିଳନୀ ଇଗନାଇଟରେ ସର୍କଲ ଇନ୍ସପେକ୍ଟର ଶ୍ୟାମ ସୁନ୍ଦର ନିଜ ଝିଅ ଡି.ଏସ୍‌.ପି. ଜେସି ପ୍ରଶାନ୍ତିଙ୍କୁ ଗର୍ବ ଓ ସମ୍ମାନର ସହ ସ୍ୟାଲୁଟ୍‌ କରୁଛନ୍ତି । ଏହା ଏକ ବିରଳ ଓ ଭାବପ୍ରବଣ ମୁହୂର୍ତ୍ତ ।’’



ଏହା ବି ପଢ଼ନ୍ତୁ | ତାଙ୍କ ବାପା ମା ଟେଲର୍; ସେ ହେଲେ IAS ଅଫିସର୍; ଜାଣନ୍ତୁ ଭୁବନେଶ୍ୱରର ବିଶ୍ରଞ୍ଜନଙ୍କୁ

ଏହା ପୂର୍ବରୁ ୨୦୧୮ରେ ଏମିତି ଏକ ଘଟଣା ଆନ୍ଧ୍ର ପ୍ରଦେଶରେ ଘଟିଥିଲା । ପୂର୍ବତନ ଡି.ଏସ୍‌.ପି. ଆର୍. ଉମା ମହେଶ୍ୱର ସର୍ମା ତାଙ୍କ ଝିଅ ସିନ୍ଧୁ ସର୍ମାଙ୍କୁ ସ୍ୟାଲୁଟ୍‌ ମାରି ଅଭିବାଦନ ଜଣାଇଥିଲେ । ସେତେବେଳେ ସିନ୍ଧୁ ତେଲେଙ୍ଗାନାର ଜଗତ୍ ଜିଲ୍ଲାରେ ପୋଲିସ୍ ଅଧୀକ୍ଷକ (ଏସ୍‌.ପି.) ଭାବରେ କାର୍ଯ୍ୟରତ ଥିଲେ ।
Published by: Anand Shankar Thankur Das
First published: January 4, 2021, 11:57 PM IST