ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଗର୍ଲଫ୍ରେଣ୍ଡ୍ ସହ ହୋଟେଲରେ ଥିଲେ ପୋଲିସ ଇନସ୍ପେକ୍ଟର୍; ସ୍ତ୍ରୀ ଆସି ପହଞ୍ଚିବା ପରେ ମାମଲା ବିଗିଡ଼ିଗଲା

ଗର୍ଲଫ୍ରେଣ୍ଡ୍ ସହ ହୋଟେଲରେ ଥିଲେ ପୋଲିସ ଇନସ୍ପେକ୍ଟର୍; ସ୍ତ୍ରୀ ଆସି ପହଞ୍ଚିବା ପରେ ମାମଲା ବିଗିଡ଼ିଗଲା

Police inspector’s wife catches him with girlfriend in hotel room | ଇନ୍ସପେକ୍ଟର୍ ସେହି ହୋଟେଲରେ ନିଜ ଗର୍ଲଫ୍ରେଣ୍ଡ୍ ସହ ରହୁଛନ୍ତି ବୋଲି ଖବର ପାଇ ତାଙ୍କ ସ୍ତ୍ରୀ ସେହି ରାତିରେ ଆସି ସେଠି ପହଞ୍ଚିଥିଲେ । ଅଭିଯୁକ୍ତ ଇନ୍ସପେକ୍ଟରଙ୍କ ସହ ଅନ୍ୟ କେତେକ ଯୁବତୀ ବି ଯୋଗାଯୋଗରେ ଅଛନ୍ତି ବୋଲି ଜଣାପଡ଼ିଛି ।

ଗର୍ଲଫ୍ରେଣ୍ଡ୍ ସହ ହୋଟେଲରେ ଥିଲେ ପୋଲିସ ଇନସ୍ପେକ୍ଟର୍; ସ୍ତ୍ରୀ ଆସି ପହଞ୍ଚିବା ପରେ ମାମଲା ବିଗିଡ଼ିଗଲା
ଇନସ୍ପେକ୍ଟରଙ୍କ ପତ୍ନୀ ତାଙ୍କୁ ଓ ତାଙ୍କ ଗର୍ଲଫ୍ରେଣ୍ଡଙ୍କୁ ପିଟିବା ଆରମ୍ଭ କରିଥିଲେ । (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 10, 2021, 11:10 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିଜ ସ୍ତ୍ରୀଙ୍କୁ ନ ଜଣାଇ ଗର୍ଲଫ୍ରେଣ୍ଡ୍‌ ସହ ହୋଟେଲରେ ରାତି ବିତାଇବା ଜଣେ ପୋଲିସ ଇନସ୍ପେକ୍ଟରଙ୍କୁ ମହଙ୍ଗା ପଡ଼ିଛି । ତାଙ୍କ ପତ୍ନୀ ସେହି ହୋଟେଲକୁ ଯାଇ ସେଠି ତାଙ୍କୁ ଗର୍ଲଫ୍ରେଣ୍ଡ୍‌ ସହ ଦେଖିବା ପରେ ଦୁଇ ଜଣଙ୍କୁ ଖୁବ୍‌ ପିଟିଥିଲେ । ପୋଲିସ ଇନସ୍ପେକ୍ଟର ବି ନିଜ ପତ୍ନୀଙ୍କୁ ପିଟିଥିଲେ । ତିନି ଜଣଙ୍କ ସେହି ମାରପିଟ୍‌ ହୋଟେଲ୍‌ ଭିତରୁ ବାହାରି ରାସ୍ତା ଉପରକୁ ଆସିଯାଇଥିଲା । ଆଉ ଶେଷରେ ପୋଲିସ ଇନସ୍ପେକ୍ଟରଙ୍କୁ ଚାକିରିରୁ ନିଲମ୍ବିତ କରାୟାଇଥିଲା ।

ଏହି ଅଭାବନୀୟ ଘଟଣା ଘଟିଛି ଉତ୍ତର ପ୍ରଦେଶର କାନପୁରରେ । ସେଠାରେ ଗ୍ୱାଲଟୋଲି ଥାନାରେ ପୋଷ୍ଟିଂ ଥିବା ଅତିରିକ୍ତ ଇନ୍ସପେକ୍ଟର୍‌ ନିଜ ଗର୍ଲଫ୍ରେଣ୍ଡକୁ ଧରି ଏକ ହୋଟେଲରେ ଗୋଟିଏ ରାତି ବିତାଇବା ପରେ ନିଜ ପତ୍ନୀଙ୍କ ହାତରେ ଧରାପଡ଼ିଯାଇଥିଲେ । ଇନ୍ସପେକ୍ଟର୍‌ ନିଜ ପତ୍ନୀଙ୍କୁ ମାଡ଼ ମାରିବା ପରେ ଘଟଣା ପୋଲିସର ଉଚ୍ଚ ଅଧିକାରୀମାନଙ୍କ ନଜରକୁ ଆସିଥିଲା । ପୋଲିସ କମିଶନର୍‌ ସେହି ଇନ୍ସପେକ୍ଟରଙ୍କୁ ନିଲମ୍ବିତ କରିଛନ୍ତି । ଏଥି ସହ ଏହି ମାମଲାର ତଦନ୍ତ କର୍ଣ୍ଣେଲଗଞ୍ଜ ଏ.ସି.ପି. ତ୍ରିପୁରୀ ପାଣ୍ଡେଙ୍କୁ ହସ୍ତାନ୍ତର କରାଯାଇଛି ।

ଏହା ବି ପଢ଼ନ୍ତୁ | ‘‘ସରିଭଲ ଥିବ, ବାଏ…’’: କଲେଜ ହଷ୍ଟେଲରେ ମୃତ୍ୟୁ ପୂର୍ବରୁ ଲେଖିଥିଲେ ବଲାଙ୍ଗିରର କଲେଜ୍ ଛାତ୍ରୀ

ସୂଚନା ଅନୁସାରେ ଇନ୍ସପେକ୍ଟର ଅରୁଣ କୁମାରଙ୍କୁ ଗ୍ୱାଲଟୋଲି ପୋଲିସ ଷ୍ଟେସନରେ ଅତିରିକ୍ତ ଇନ୍ସପେକ୍ଟର ଭାବେ ନିଯୁକ୍ତି ଦିଆଯାଇଥିଲା । ସେ ରବିବାର ରାତିରେ ମାକ୍ରୋବର୍ଟଗଞ୍ଜ ଢଲାନରେ ଥିବା ଏକ ହୋଟେଲ ରୁମରେ ନିଜ ଗର୍ଲଫ୍ରେଣ୍ଡଙ୍କ ସହ ରହିଥିଲେ । ଗର୍ଲଫ୍ରେଣ୍ଡ୍‌ ଫାରୁଖାବାଦର ବାସିନ୍ଦା ବୋଲି ଜଣାପଡ଼ିଛି । ଇନସ୍ପେକ୍ଟରଙ୍କ କନ୍ନୌଜରେ ରହୁଥିବା ପତ୍ନୀଙ୍କୁ ଗର୍ଲଫ୍ରେଣ୍ଡ୍‌ ସହ ସେ ହୋଟେଲରେ ରହିଥିବା ଖବର ମିଳିଯାଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ‘‘ଜୟ ଜଗନ୍ନାଥ, ରସଗୋଲା ଆମର’’: ରିଆଲିଟି ଶୋରେ ଓଡ଼ିଶାର ରସଗୋଲା! ଚର୍ଚ୍ଚାରେ ଓଡି଼ଆ ଝିଅ

ସେହି ରାତିରେ ନିଜେ ପତ୍ନୀ ତାଙ୍କ ପରିବାରର କିଛି ସଦସ୍ୟଙ୍କ ସହ ହୋଟେଲରେ ପହଞ୍ଚି ଗର୍ଲଫ୍ରେଣ୍ଡଙ୍କୁ ଧରିଥିଲେ। ସେ ଇନସ୍ପେକ୍ଟର ଓ ଗର୍ଲଫ୍ରେଣ୍ଡଙ୍କୁ ପିଟିବା ଆରମ୍ଭ କରିଥିଲେ । ଏହି ମାରପିଟ୍‌ ପ୍ରାୟ ଘଣ୍ଟାଏ ଧରି ଚାଲିଥିଲା । ତା’ପରେ ଏହା ହୋଟେଲ୍‌ ରୁମ ବାହାରେ ରାସ୍ତାକୁ ଆସିଥିଲା । ବିଳମ୍ବିତ ରାତିରେ ଛକରେ ଗଣ୍ଡଗୋଳ ହେଉଥିବା ଶୁଣି ଆଖପାଖର ଲୋକେ ବାହାରକୁ ଆସିଥିଲେ । ଗୁୱାଲ୍ଟୋଲି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତିନି ଜଣଙ୍କୁ ଥାନାକୁ ଆଣିଥିଲା ।

ଏହା ବି ପଢ଼ନ୍ତୁ | ନିଜ ସ୍ତ୍ରୀକୁ ଜଣେ ୫୫-ବର୍ଷୀୟ ବ୍ୟକ୍ତିକୁ ବିକିଦେଲା ବଲାଙ୍ଗିରର ଯୁବକ; ସେହି ଟଙ୍କାରେ ମୋବାଇଲ୍ ଫୋନ୍ କିଣିଲା

ଏହି ଘଟଣାର ସୂଚନା ବରିଷ୍ଠ ପୋଲିସ ଅଧିକାରୀଙ୍କ ନିକଟରେ ପହଞ୍ଚିଥିଲା । ପୋଲିସ କମିଶନର ସେହି ଥାନା ଇନ୍ସପେକ୍ଟରଙ୍କଠାରୁ ଏକ ରିପୋର୍ଟ ମାଗିଥିଲେ। ଏଫ୍‌.ଆଇ.ଆର୍‌. ରିପୋର୍ଟକୁ ଭିତ୍ତି କରି ପୋଲିସ କମିଶନର ଅତିରିକ୍ତ ଇନ୍ସପେକ୍ଟର ଅରୁଣ କୁମାରଙ୍କୁ ନିଲମ୍ବିତ କରିଥିଲେ ।

ଏହା ବି ପଢ଼ନ୍ତୁ | ଭଦ୍ରକରେ ପିଶାଚ ବାପାର ନାରକୀୟ କାଣ୍ଡ: ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଶିଶୁ କନ୍ୟାର ଯୌନାଙ୍ଗକୁ କାଟିଲା

‘‘ଅଭିଯୁକ୍ତ ଅତିରିକ୍ତ ଇନ୍ସପେକ୍ଟରଙ୍କ ସହ ଯୋଗାଯୋଗରେ ଥିବା ଇଏ ପ୍ରଥମ ମହିଳା ନୁହନ୍ତି । ତାଙ୍କ ଯୋଗାଯୋଗରେ ଆଉ ଦୁଇ ତିନି ଜଣ ମହିଳା ଥିବା ବିଷୟରେ ସୂଚନା ମିଳିଛି । ତାଙ୍କ ପତ୍ନୀଙ୍କ ତରଫରୁ ଅଭିଯୋଗ ବି କରାଯାଇଛି । ବରିଷ୍ଠ ଅଧିକାରୀଙ୍କ ନିର୍ଦ୍ଦେଶରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏବେ ତଦନ୍ତ ଆରମ୍ଭ ହୋଇଛି । ଶୀଘ୍ର ପୋଲିସ କମିସନରଙ୍କ ନିକଟରେ ତଦନ୍ତ ରିପୋର୍ଟ ଦାଖଲ କରାଯିବ,’’ କହିଛନ୍ତି ଏ.ସି.ପି. ତ୍ରିପୁରୀ ପାଣ୍ଡେ ।
Published by: Anand S.T. Das
First published: November 9, 2021, 8:30 PM IST