ମହେନ୍ଦ୍ର ସିଂ ଧୋନିଙ୍କ ଝିଅକୁ ରେପ୍ କରିବାକୁ ଧମକ ଦେଇଥିବା ନାବାଳକ ଛାତ୍ରକୁ କୁଚ୍ଛରୁ ଗିରଫ କଲା ପୋଲିସ୍

ପୋଲିସ କହିଛି ଯେ ଚେନ୍ନାଇ ସୁପର କିଙ୍ଗ୍ସ (Chennai Super Kings) କୋଲକାତା ନାଇଟ୍ ରାଇଡର୍ସ (Kolkata Knight Riders) ଠାରୁ ହାରିଯିବା ପରେ ରାଗିଯାଇ ହୋଇ ବ୍ୟକ୍ତି ଜଣକ ସୋସିଆଲ ମିଡିଆ ମାଧ୍ୟମରେ ନିଜର କ୍ରୋଧକୁ ପ୍ରକାଶିତ କରିଥିଲା ଏବଂ ମହେନ୍ଦ୍ର ସିଂ ଧୋନି ଓ ତାଙ୍କ ପରିବାର ଉପରେ ଅଶ୍ଳୀଳ କମେଣ୍ଟ କରିଥିଲା ।

ଦୁଇ ଦିନ ପୂର୍ବେ ସୋସିଆଲ ମିଡିଆରେ ଧୋନିଙ୍କ ଝିଅ ଉପରେ ଆପତ୍ତିଜନକ କମେଣ୍ଟ ଦିଆଯାଇଥିଲା । (ଫାଇଲ୍ ଫଟୋ)

ଦୁଇ ଦିନ ପୂର୍ବେ ସୋସିଆଲ ମିଡିଆରେ ଧୋନିଙ୍କ ଝିଅ ଉପରେ ଆପତ୍ତିଜନକ କମେଣ୍ଟ ଦିଆଯାଇଥିଲା । (ଫାଇଲ୍ ଫଟୋ)

  • Share this:
News18 Odia Digital
ନୂଆ ଦିଲ୍ଲୀ: ଚେନ୍ନାଇ ସୁପର କିଙ୍ଗ୍ସର (Chennai Super Kings) ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ (Mahendra Singh Dhoni) ଆଇପିଏଲର (IPL) ଖରାପ ପ୍ରଦର୍ଶନକୁ ନେଇ କ୍ରୋଧିତ ହୋଇ ସୋସିଆଲ ମିଡିଆରେ ଅଶ୍ଳୀଳ କମେଣ୍ଟ କରିଥିବା ବ୍ୟକ୍ତିକୁ ପୋଲିସ ଗୁଜୁରାଟର (Gujarat) କୁଚ୍ଛରୁ (Kutch) ଗିରଫ କରିଛି । ପୋଲିସ କହିଛି ଯେ ଚେନ୍ନାଇ ସୁପର କିଙ୍ଗ୍ସ କୋଲକାତା ନାଇଟ୍ ରାଇଡର୍ସ ଠାରୁ ହାରିଯିବା ପରେ ରାଗିଯାଇ ବ୍ୟକ୍ତି ଜଣକ ସୋସିଆଲ ମିଡିଆ ଜରିଆରେ ନିଜର କ୍ରୋଧ ପ୍ରକାଶ କରିଥିଲେ ଓ ଅଶ୍ଳୀଳ କମେଣ୍ଟ ଦେଇଥିଲେ । ଗୁଜୁରାଟ ପୋଲିସ ଏହି ବ୍ୟକ୍ତିଙ୍କୁ ସୋସିଆଲ ମିଡିଆ ଆକ୍ଟ ଅନୁଯାୟୀ ଗିରଫ କରିଛି ଓ ଖୁବ୍ ଶୀଘ୍ର ତାଙ୍କୁ ରାଞ୍ଚି ପୋଲିସକୁ ହସ୍ତାନ୍ତର କରାଯିବ।

ଏହାପୂର୍ବରୁ ଧୋନିଙ୍କ ପରିବାରର ସମ୍ମତି ପାଇବା ପରେ ପୋଲିସ ଏ ସମ୍ପର୍କରେ ରାଟୁ ପୋଲିସ ଷ୍ଟେସନରେ ମାମଲା ରୁଜୁ କରିଥିଲା । ତା’ପରେ ରାଞ୍ଚି ପୋଲିସର ବୈଷୟିକ ଦଳ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିଲେ । ଗୁଜୁରାଟର ଆଇପି ଠିକଣାରୁ ବାର୍ତ୍ତା ପଠାଯାଇଥିବା ଯାଞ୍ଚରୁ ସାମ୍ନାକୁ ଆସିଥିଲା । ଅନ୍ୟପକ୍ଷରେ ଧୋନିଙ୍କ ଝିଅ ପ୍ରତି ହୋଇଥିବା ଧମକକୁ ଦୃଷ୍ଟିରେ ରଖି ରାଞ୍ଚିରେ ଧୋନିଙ୍କ ବାସଭବନର ସୁରକ୍ଷା ମଧ୍ୟ ବୃଦ୍ଧି ପାଇଛି । ଏହି ପୁରା ମାମଲାରେ ଗିରଫ ହୋଇଥିବା ବ୍ୟକ୍ତି ଜଣେ ନାବାଳକ ଓ ଦ୍ୱାଦଶ ଶ୍ରେଣୀରେ ଅଧ୍ୟୟନ କରନ୍ତି । ଏହାକୁ ମୁଣ୍ଡର ନମନା କପାୟା ଗ୍ରାମରୁ ଗିରଫ କରାଯାଇଛି ।

ସୂତ୍ର ଅନୁସାରେ ରାଞ୍ଚି ପୋଲିସର ସୂଚନା ଅନୁଯାୟୀ ଗୁଜରାଟ ପୋଲିସ ସାଗିର ନାମକ ଜଣେ ଯୁବକଙ୍କୁ ଗିରଫ କରିଛି । ଗୁଜୁରାଟ ପୋଲିସ ସାଗିରଙ୍କୁ ରାଞ୍ଚି ପୋଲିସକୁ ହସ୍ତାନ୍ତର କରିବ। ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗ୍ସର ଖରାପ ପ୍ରଦର୍ଶନ ଉପରେ ଧୋନିଙ୍କ ଝିଅ ଜୀଭାଙ୍କ ବିଷୟରେ ସୋସିଆଲ ମିଡିଆରେ ଆପତ୍ତିଜନକ କମେଣ୍ଟ କରା ଯାଇଛି ।

ଦୁଇ ଦିନ ପୂର୍ବେ ଧୋନିଙ୍କ ପାଞ୍ଚ ବର୍ଷର ଝିଅ ଜୀଭାଙ୍କୁ ସୋସିଆଲ ମିଡିଆରେ ଧମକ ଦିଆଯାଇଥିଲା । ଧୋନିଙ୍କ ପତ୍ନୀ ସାକ୍ଷୀଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଗାଳିଗୁଲଜ ସହ ଅଶ୍ଳୀଳ କମେଣ୍ଟ ମଧ୍ୟ ଦେଇଥିଲେ, ଯାହା ଫଳରେ ଧୋନିଙ୍କ ପ୍ରଶଂସକଙ୍କ ବହୁତ କ୍ରୋଧିତ ହୋଇ ଯାଇଥିଲେ । ଏହି ମାମଲାକୁ ସାରା ଦେଶରେ ନିନ୍ଦା କରାଯାଇଥିଲା ।
Published by:Jagdish Barik
First published: