ପ୍ରେମରୁ ହତ୍ୟା: ପୋଲିସ କନଷ୍ଟେବଲ୍ ସହକର୍ମୀ ଯୁବତୀ କନଷ୍ଟେବଲଙ୍କ ଛାତିକୁ ଗୁଳି ମାରି ହତ୍ୟା କଲେ

ମେଘାଙ୍କ ଛାତି ଉପରକୁ ଗୁଳି ମାରିବା ପରେ ମନୋଜ ନିଜ ଛାତିକୁ ବି ଗୁଳି ଚଳାଇଥିଲେ । ଦୁହେଁ ଏକ ଭଡ଼ା ଘରେ ଏକାଠି ରହୁଥିଲେ । ଉଭୟଙ୍କ ମଧ୍ୟରେ ସାମାନ୍ୟ ମତଭେଦ ପରେ ହୋଇଥିବା ଝଗଡ଼ା ସମୟରେ ଏହି ଗୁଳିକାଣ୍ଡ ଘଟିଥିଲା ।

ମୃତା ମେଘା ଚୌଧୁରୀ

ମୃତା ମେଘା ଚୌଧୁରୀ

  • Share this:
News18 Odia Digital

ଅମ୍ରୋହା: ଥାନାରେ ପୋଲିସ କର୍ମୀ ଏଥି ପାଇଁ ଥାଆନ୍ତି ଯେ ସେମାନେ ସାଧାରଣ ଜନତାଙ୍କ ଜୀବନ ଓ ଧନର ସୁରକ୍ଷା କରିବେ । ହେଲେ ପୋଲିସ କର୍ମୀ ଯଦି ପରସ୍ପରକୁ ଆକ୍ରମଣ କରିବେ ତାହେଲେ ସାଧାରଣ ଜନତାଙ୍କ କଥା କିଏ ବୁଝିବ? ଏମିତି ଏକ ପ୍ରଶ୍ନ ଠିଆ ହୋଇଛି ଦୁଇ ଜଣ ପୋଲିସ କର୍ମୀଙ୍କ ଭିତରେ ଘଟିଥିବା ଗୁଳିକାଣ୍ଡ ଓ ଜଣଙ୍କ ମୃତ୍ୟୁ ପରେ । ଜଣେ ପୁରୁଷ ପୋଲିସ କନଷ୍ଟେବଲ୍‌ ଜଣେ ମହିଳା ପୋଲିସ କନଷ୍ଟେବଲଙ୍କ ଛାତି ଉପରକୁ ଗୁଳି ଚଳାଇବା ପରେ ତାଙ୍କର ମୃତ୍ୟୁ ହୋଇଛି । ଏହା ପରେ ପୁରୁଷ ପୋଲିସ କନଷ୍ଟେବଲ୍‌ ନିଜକୁ ବି ଗୁଳି ମାରିଛନ୍ତି ।

ଏହି ଘଟଣା ଘଟିଛି ଉତ୍ତର ପ୍ରଦେଶର ଅମ୍ରୋହା ଜିଲ୍ଲାର (Amroha) ଗଜ୍ରାଲା ପୋଲିସ ଷ୍ଟେସନରେ । ରବିବାର ଘଟିଥିବା ଏହି ଅଭାବନୀୟ ଘଟଣାକୁ ପ୍ରେମ ପ୍ରସଙ୍ଗ ସହ ଜୋଡ଼ି ଦେଖାଯାଉଛି । ସୈଦନଗଲି ପୋଲିସର PRV ଟିମରେ କାର୍ଯ୍ୟ କରୁଥିବା କନଷ୍ଟେବଳ ମନୋଜ କୁମାର ଗଜ୍ରାଲା ପୋଲିସ ଷ୍ଟେସନରେ କାର୍ଯ୍ୟ କରୁଥିବା କନଷ୍ଟେବଳ ମେଘା ଚୌଧୁରୀଙ୍କ ଛାତି ଉପରକୁ ଗୁଳି ଚଳାଇଥିଲେ । ଚିକିତ୍ସା ସମୟରେ ମହିଳା ପୋଲିସ କନଷ୍ଟେବଲ ମେଘାଙ୍କର ମୃତ୍ୟୁ ହୋଇଥିଲା ।

ଏହା ବି ପଢ଼ନ୍ତୁ | ଭୁବନେଶ୍ବରରେ ସେକ୍ସ ପାଇଁ ସାଇବର୍ ଠକେଇର ଶିକାର ହେଲେ ଇଞ୍ଜିନିଅର୍, ହରେଇଲେ ୯୪,୦୦୦

ମନୋଜ କୁମାର ମେଘାଙ୍କୁ ଗୁଳି ମାରିବା ପରେ ନିଜ ଛାତିରେ ବି ଗୁଳି ଚଳାଇଥିଲେ । ତାଙ୍କୁ ଗୁରୁତର ଆହତ ଅବସ୍ଥାରେ ଚିକିତ୍ସା ପାଇଁ ମୋରାଦାବାଦର ଏକ ଘରୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏହି ଘଟଣା ପରେ ପୋଲିସ ବିଭାଗରେ ଉତ୍ତେଜନା ପ୍ରକାଶ ପାଇଛି ।

ମନୋଜ କୁମାର


ସୂଚନା ଅନୁସାରେ ଡାଏଲ୍ ୧୧୨ରେ କାର୍ଯ୍ୟ କରୁଥିବା କନଷ୍ଟେବଳ ମନୋଜ କୁମାର ମହିଳା କନେଷ୍ଟବଲ୍‌ ମେଘାଙ୍କ ସହ କିଛି ମାସ ଧରି ପ୍ରେମ ସମ୍ପର୍କ ରଖିଥିଲେ । ଉଭୟ ପୋଲିସ୍ କର୍ମୀ ଜିଲ୍ଲାର ଅଲଗା ଅଲଗା ପୋଲିସ୍ ଷ୍ଟେସନ୍ ଅଞ୍ଚଳରେ ଡ୍ୟୁଟି କରୁଥିଲେ, ହେଲେ ଦୁହେଁ ଅବନ୍ତିକା ନଗରର ଏକ ଭଡ଼ା ଘରେ ଏକାଠି ରହୁଥିଲେ । ରବିବାର ଦିନ ଉଭୟଙ୍କ ମଧ୍ୟରେ ସାମାନ୍ୟ ମତଭେଦ ହୋଇଥିଲା । ଝଗଡ଼ା ପରେ ମନୋଜ କୁମାର ମେଘାଙ୍କ ଉପରକୁ ଗୁଳି ଚଳାଇଥିଲେ ।

ଏହା ବି ପଢ଼ନ୍ତୁ ଫଟୋ ଦେଖନ୍ତୁ | ଭୁବନେଶ୍ୱର ରମାଦେବୀ ବିଶ୍ବବିଦ୍ୟାଳୟରେ ପଢ଼ୁଥିଲେ ମୟୂରଭଞ୍ଜର ଝିଅ; ତାଙ୍କ ଶବ ମିଳିଲା ଯାଜପୁରରେ

ପୋଲିସ ଘଟଣା ସ୍ଥଳରୁ ମିଳିଥିବା ଏକ ବନ୍ଧୁକକୁ ଜବତ କରି ଫୋରେନସିକ୍ ତଦନ୍ତ ପାଇଁ ପଠାଇଛି । ଘଟଣାର କିଛି ସମୟ ପରେ ଅମ୍ରୋହାର ଏସ୍‌.ପି. ସୁନୀତି ମଧ୍ୟ ମହିଳା କନଷ୍ଟେବଲଙ୍କ ଘରେ ପହଞ୍ଚିଥିଲେ ।

‘‘ମୃତ ମେଘା ଚୌଧୁରୀଙ୍କର ମନୋଜ କୁମାରଙ୍କ ସହ ଥିବା ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ହେଉଛି । ଉଭୟ ୨୦୧୮ ବ୍ୟାଚର ପୋଲିସ କର୍ମୀ । ଘଟଣାର କାରଣ ଜାଣିବା ପାଇଁ ତଦନ୍ତ ଚାଲିଛି,’’ କହିଛନ୍ତି ଏସ୍‌.ପି. ସୁନୀତି ।

ଏହା ବି ପଢ଼ନ୍ତୁ | ଗଞ୍ଜାମରେ ବର୍ଷର ଝିଅ ଦୁଷ୍କର୍ମର ବିରୋଧ କଲାରୁ ତାଉପରେ ଖଣ୍ଡାରେ ଆକ୍ରମଣ କଲେ

ଏ କଥା ବି ଶୁଣିବାକୁ ମିଳୁଛି ଯେ ମହିଳା ପୋଲିସ କନଷ୍ଟେବଲ୍‌ ମେଘା ଚୌଧୁରୀଙ୍କ ଭଡା ଘରେ ମନୋଜ କୁମାର ପହଞ୍ଚିଥିଲେ ଓ ଉଚ୍ଚ ସ୍ୱରରେ ତାଙ୍କୁ କିଛି କହୁଥିଲେ, ଯାହା ପରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଆରମ୍ଭ ହୋଇଥିଲା ।



‘‘ଉଭୟ ପୋଲିସ କର୍ମୀ ଗୋଟିଏ ଭଡା ଘରେ ରହୁଥିଲେ । ମନୋଜ କୁମାର ପ୍ରଥମେ ମହିଳା ସିପାହୀଙ୍କୁ ଗୁଳି କରିଥିଲେ । ତା’ପରେ ସେ ନିଜ ଉପରକୁ ଗୁଳି ଚଳାଇ ଆତ୍ମହତ୍ୟା କରିବାକୁ ଚେଷ୍ଟା କରିଥିଲେ । ଉଭୟଙ୍କୁ ଚିକିତ୍ସା ପାଇଁ ହସପିଟାଲକୁ ପଠାଯାଇଥିଲା । ଚିକିତ୍ସା ସମୟରେ ମହିଳା ସିପାହୀଙ୍କ ମୃତ୍ୟୁ ହୋଇଛି । ଘଟଣାର ତଦନ୍ତ ଚାଲିଛି,’’ କହିଛନ୍ତି ଏସ୍‌.ପି. ସୁନୀତି ।
Published by:Anand ST Das
First published: