ସୁକମାରେ ନକ୍ସଲ-ଯବାନ ଗୁଳି ବିନିମୟ: ୩ ଯବାନ ସହିଦ... ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି
- News18 Odia
- Last Updated :
- Chhattisgarh, India
News 18 Odia Digital
ଛତିଶଗଡ଼: ସୁକମା (sukma) ନିକଟରେ ନକ୍ସଲଙ୍କ ଗୁଳିରେ ୩ ଯବାନ ସହିଦ ହୋଇଛନ୍ତି । ଜଗରଗୁଣ୍ଡା ନିକଟ ଆଶ୍ରମ ପାରା ନିକଟରେ ସର୍ଚ୍ଚ ଅପସରେସନ (search operation) ସମୟରେ ନକ୍ସଲ (naxal) ଏବଂ ସୁରକ୍ଷାକର୍ମୀ ମୁହାଁମୁହିଁ ହୋଇଥିଲେ । ସଂଘର୍ଷରେ କିଛି ନକ୍ସଲ ଆହତ ହୋଇଥିବା ସୂଚନା ମିଳିଛି ।
ଗୁଳି ବିନିମୟରେ ସହିଦ ହୋଇଥିବା ଯବାନମାନେ ହେଲେ ASI ରାମୁରାମ ନାଗ, ପୋଲିସ ଅଧିକାରୀ କୁଞ୍ଜାମ ଜୋଗା, ଯବାନ ବଂଜମ ଭୀମା । ଗୁଳିବିନିମୟ ପରେ ମଧ୍ ଘଟଣାସ୍ଥଳରେ ସର୍ଚ୍ଚ ଅପରେସନ ଜାରି ରହିଛି । ଆଜି ସକାଳେ ସୁକମା ଜିଲ୍ଲା ଅନ୍ତର୍ଗତ ଜଗରଗୁଣ୍ଡା ଥାନାର ‘ଡିଆର୍ଜି’ ପାର୍ଟି ନକ୍ସଲ୍ ତଲାସ ଅଭିଯାନରେ ବାହାରି ଥିଲେ। ଅଭିଯାନ ଚାଲିଥିବା ବେଳେ ପୂର୍ବାହ୍ନ ପ୍ରାୟ ୯ଟା ବେଳେ ଜଗରଗୁଣ୍ଡା ଓ କୁନ୍ଦେଡ଼ ମଧ୍ୟବର୍ତ୍ତୀ ଅଞ୍ଚଳରେ ପୋଲିସ ଟିମ୍ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏନେଇ ବସ୍ତର୍ ରେଞ୍ଜ୍ ପୋଲିସ ଆଇଜି ସୂଚନା ଦେଇଛନ୍ତି ।
ଏହି ଖବର ପଢ଼ନ୍ତୁ -
http://ରାଜ୍ଯରେ ପୁଣି ଏସିଡ଼ ମାଡ; ବିଧବା ମହିଳାଙ୍କ ଉପରକୁ ଏସିଡ ଫିଙ୍ଗିଲେ ଦୁର୍ବୃତ୍ତଛତିଶଗଡ଼ର ରାଜଧାନୀ ରାୟପୁରଠାରୁ ଜଗରଗୁଣ୍ଡା ଥାନା ଅଞ୍ଚଳ ହେଉଛି ପ୍ରାୟ ୪୦୦ କିଲୋମିଟର । ଘଟଣାସ୍ଥଳକୁ ‘ରିଏନ୍ଫୋର୍ସମେଣ୍ଟ୍’ ଟିମ୍ ପଠାଯାଇଛି।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।