ଜୋତା ପିନ୍ଧିବା ପରେ ୭ ଥର ହୃତଘାତର ଶିକାର ହେଲା ୭ ବର୍ଷର ଶିଶୁ; ପରେ ଚାଲିଗଲା ଜୀବନ

Viral News: ବ୍ରାଜିଲରେ ଜଣେ ୭ ବର୍ଷର ଶିଶୁର ଦୁଃଖଦ ମୃତ୍ୟୁ ଘଟିଛି। ଦକ୍ଷିଣ ଆମେରିକାର ସବୁଠାରୁ ବିପଜ୍ଜନକ ପ୍ରଜାତିର ବିଛା ଏହି ଶିଶୁର ଜୋତାରେ ପଶିଥିଲା, ଆଉ ଜୋତା ପିନ୍ଧିଲାବେଳେ ଶିଶୁଙ୍କୁ କାମୁଡି ଦେଇଥିଲା।

ବ୍ରାଜିଲର ହଳଦିଆ ବିଛା

ବ୍ରାଜିଲର ହଳଦିଆ ବିଛା

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

Viral News: ଦକ୍ଷିଣ ଆମେରିକାର ବ୍ରାଜିଲ ଦେଶରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ଶିଶୁ ଜୋତା ପିନ୍ଧି ଯନ୍ତ୍ରଣାରେ ଛଟପଟ ହୋଇଥିଲେ। ଯେତେବେଳେ ଶିଶୁ ଜଣକ ଜୋତା ପିନ୍ଧିଥିଲେ, ସେ ଜାଣି ନଥିଲେ ଯେ ଦକ୍ଷିଣ ଆମେରିକାର ସବୁଠାରୁ ବିଷାକ୍ତ ପ୍ରଜାତିର ଏକ ବିଛା ସେହି ସମୟରେ ତା ଜୋତାରେ ପଶିଛି।

ବିଛା କାମୁଡ଼ିବା ପରେ ପିଲାଟି ଥରେ ନୁହେଁ କି ଦୁଇ ଥର ନୁହେଁ ୭ଥର ହୃଦଘାତର ଶିକାର ହୋଇଥିଲା। ପରେ ପିଲାଟିର ଜୀବନ ଚାଲିଗଲା। ଶିଶୁର ମୃତ୍ୟୁ ଖବର ପ୍ରସାରିତ ହେବା ପରେ ଏହି ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି।

ବିଛା କାମୁଡ଼ିବା କାରଣରୁ ଆଘାତଜନିତ ମୃତ୍ୟୁ

‘ଦ ମିରର’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଶିଶୁର ନାମ ବରବୋସା (Barbosa) ଥିଲା। ମୃତ୍ୟୁ ସମୟରେ ସେ ମାତ୍ର ୭ ବର୍ଷ ଥିଲା। ଜୋତାରେ ଲୁଚିଥିବା ବିଛା କାମୁଡ଼ିବା କାରଣରୁ ଏହି ନିରୀହ ଶିଶୁର ଯନ୍ତ୍ରଣାଦାୟକ ମୃତ୍ୟୁ ଘଟିଛି। ବିଛା କାମୁଡ଼ିବା ପରେ ଯେତେବେଳେ ପିଲାଟି ଯନ୍ତ୍ରଣା ଭୋଗିବାକୁ ଲାଗିଲା, ପିତାମାତା ତୁରନ୍ତ ତାଙ୍କୁ ଡାକ୍ତରଖାନାକୁ ନେଇଯାଇଥିଲା କିନ୍ତୁ ପିଲାଟି ବଞ୍ଚିପାରିଲା ନାହିଁ।

୭ ଥର ହୃଦଘାତର ଶିକାର ହୋଇଥିଲା ପିଲାଟି

ବରବୋସାଙ୍କ ମା' କହିଛନ୍ତି ଯେ ସେ ବ୍ରାଜିଲର ସାଓ ପାଉଲୋରେ ରୁହନ୍ତି। ତାଙ୍କ ପରିବାର ଏକ କ୍ୟାପିଂ ଟ୍ରିପ ପାଇଁ ପ୍ରସ୍ତୁତ ହେଉଥିଲେ ଏବଂ ସେତେବେଳେ ଏହି ଦୁଃଖଦ ଘଟଣା ଘଟିଥିଲା। ପରେ ସେମାନେ ଜାଣିବାକୁ ପାଇଲେ ଯେ ପିଲାକୁ ବିଛା କାମୁଡ଼ି ଦେଇଥିବା। ଡାକ୍ତରଖାନାରେ ଚିକିତ୍ସା ସମୟରେ ଶିଶୁର ମୃତ୍ୟୁ ଘଟିଛି। ମୃତ୍ୟୁ ପୂର୍ବରୁ ଶିଶୁଟି ୭ଥର ହୃଦଘାତ ଶିକାର ହୋଇଥିଲା।

ଏହି ପ୍ରଜାତିର ବିଛା ପିଲାକୁ କାମୁଡ଼ି ଥିଲା

ମୃତ ଶିଶୁର ମା' କହିଛନ୍ତି ଯେ ବରବୋସାଙ୍କ କ୍ରନ୍ଦନ ଶୁଣି ସେ ପ୍ରଥମେ ବୁଝିପାରିଲେ ନାହିଁ ଯିଏ ତାଙ୍କୁ କିଏ କାମୁଡିଛି। ତା’ପରେ ପୁଅର ଗୋଡ ଲାଲ ହେବାକୁ ଲାଗିଲା ଏବଂ ଯନ୍ତ୍ରଣା ବହୁତ ବଢ଼ିଗଲା। ତା’ପରେ ସେ ଭାବିଲେ ଏହା ଏକ ସାଧାରଣ ବିଛା ହୋଇଥିବ। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ବ୍ରାଜିଲର ହଳଦିଆ ବିଛା ଶିଶୁ ବରବୋସା କାମୁଡିଥିଲେ। ଏହା ଦକ୍ଷିଣ ଆମେରିକାର ସବୁଠାରୁ ବିପଜ୍ଜନକ ବିଛା। ଏହାର ବିଷ ଅତ୍ୟନ୍ତ ମାରାତ୍ମକ।

ବରବୋସାଙ୍କ ମା' କହିଛନ୍ତି ଯେ ଡାକ୍ତରଖାନାରେ ଚିକିତ୍ସା ସମୟରେ ପୁଅର ଅବସ୍ଥା ପ୍ରଥମେ ସୁଧାରିବା ଆରମ୍ଭ କରିଥିଲା, ହେଲେ ସେ ବାରମ୍ବାର ହୃଦଘାତରେ ଆକ୍ରାନ୍ତ ହେବାରୁ ସେ ଦୁନିଆ ଛାଡ଼ି ଚାଲିଗଲା।
Published by:Lipina Das
First published: