PMGKY: ତୃତୀୟ ପ୍ରୋତ୍ସାହନ ପ୍ୟାକେଜ୍ ଆଣିବାକୁ ସରକାର ପ୍ରସ୍ତୁତ; ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ମାଗଣା ଶସ୍ୟ ଓ ନଗଦ ଟଙ୍କା!

କରୋନା ମହାମାରୀର ଆର୍ଥିକ ପ୍ରଭାବକୁ ସାମ୍ନା କରିବାକୁ ଯାଇ ସରକାର ପ୍ରୋତ୍ସାହନ ପ୍ୟାକେଜ୍ ୩.୦ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ଏହି ପ୍ୟାକେଜରେ ପ୍ରଧାନ ମନ୍ତ୍ରୀ ଗାରିବ କଲ୍ୟାଣ ଯୋଜନାର (PMGKY) ଲାଭ ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।

PMGKY: ତୃତୀୟ ପ୍ରୋତ୍ସାହନ ପ୍ୟାକେଜ୍ ଆଣିବାକୁ ସରକାର ପ୍ରସ୍ତୁତ; ମାର୍ଚ୍ଚ ପର୍ଯ୍ୟନ୍ତ ମିଳିବ ମାଗଣା ଶସ୍ୟ ଓ ନଗଦ ଟଙ୍କା!
ତୃତୀୟ ପ୍ରୋତ୍ସାହନ ପ୍ୟାକେଜ୍ ଆଣିବାକୁ ସରକାର ପ୍ରସ୍ତୁତ ହେଉଛନ୍ତି
  • News18 Odia
  • Last Updated: October 27, 2020, 9:40 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ସାରା ଦେଶରେ ବ୍ୟାପିଥିବା କରୋନା ମହାମାରୀ ଦ୍ୱାରା ଅର୍ଥନୈତିକ ପ୍ରଭାବକୁ ସାମ୍ନା କରିବାକୁ ସରକାର ପ୍ରୋତ୍ସାହନ ପ୍ୟାକେଜ୍ ୩.୦ ଆଣିବାକୁ ପ୍ରସ୍ତୁତ ହେଉଛନ୍ତି । ଖବର ଅନୁଯାୟୀ ସରକାର ଏହି ପ୍ୟାକେଜରେ ପ୍ରଧାନ ମନ୍ତ୍ରୀ ଗାରିବ କଲ୍ୟାଣ ଯୋଜନାର (PMGKY) ସୁବିଧା ଆସନ୍ତା ବର୍ଷ ମାର୍ଚ୍ଚ ପର୍ଯ୍ୟନ୍ତ ବୃଦ୍ଧି କରିବେ । ସାମାଜିକ ସୁରକ୍ଷା ପାଇଁ ଏହି ଯୋଜନାର ଅବଧି ବଢ଼ାଇବାକୁ କେନ୍ଦ୍ର ସରକାର ଯୋଜନା କରୁଛନ୍ତି । ଜୁନ୍ ପର୍ଯ୍ୟନ୍ତ ଚାଲିଥିବା ଏହି ଯୋଜନାକୁ ସରକାର ନଭେମ୍ବର ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ।

ମାର୍ଚ୍ଚ ସୁଦ୍ଧା ଏହି ଯୋଜନାର ଲାଭ ବୃଦ୍ଧି ପାଇପାରେ
ଦେଶର ଗରିବ ଲୋକଙ୍କୁ କରୋନା ଭାଇରସ୍ ମହାମାରୀରୁ ରକ୍ଷା କରିବା ପାଇଁ ସରକାର ମାର୍ଚ୍ଚରେ PMGKY ଯୋଜନା ଘୋଷଣା କରିଥିଲେ । ଏହା ପୂର୍ବରୁ ଏହି ଯୋଜନା ଜୁନ୍ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇଥିଲା କିନ୍ତୁ ଦେଶର ସ୍ଥିତିକୁ ଦୃଷ୍ଟିରେ ରଖି ସରକାର ଏହାକୁ ନଭେମ୍ବର ୨୦୨୦ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଘୋଷଣା କରିଥିଲେ ଓ ବର୍ତ୍ତମାନ ପୁଣି ଥରେ ଖବର ଆସିଛି ଯେ ସରକାର ଏହି ଯୋଜନାର ଲାଭ ମାର୍ଚ୍ଚ ପର୍ଯ୍ୟନ୍ତ ବିସ୍ତାର ହୋଇପାରେ ।

ପ୍ୟାକେଜ୍ ୩.୦ ରେ କ’ଣ ରହିପାରେ?
ଲାଇଭମିଣ୍ଟ ଖବର ଅନୁଯାୟୀ ଏହି ଯୋଜନାରେ ସରକାର ନଗଦ ଟଙ୍କା ସହିତ ଖାଦ୍ୟ ଦେବା ପାଇଁ ସମୟ ସୀମା ବୃଦ୍ଧି କରିବେ । ସରକାରୀ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରୋତ୍ସାହନ ପ୍ୟାକେଜ୍ ୩.୦ ଚାହିଦା ବୃଦ୍ଧି ତଥା ସାମାଜିକ ସୁରକ୍ଷା ଯୋଗାଇବା ଉପରେ ଧ୍ୟାନ ଦେଇଥାଏ ।

PMGKY ର ଲାଭ କ’ଣ?
>> PMGKY ଅଧୀନରେ ସରକାର ଜଣେ ବ୍ୟକ୍ତିଙ୍କୁ ୫ କିଲୋଗ୍ରାମ ଚାଉଳ କିମ୍ବା ଗହମ ମାଗଣାରେ ଦେଇଥାନ୍ତି । ଦେଶର ପ୍ରାୟ ୮୧ କୋଟି ଲୋକ ସରକାରଙ୍କ ଏହି ଯୋଜନାରେ ଲାଭବାନ ହେଉଛନ୍ତି ।
>> ଏହା ବ୍ୟତୀତ ୧୯.୪ ନିୟୁତ ପରିବାରକୁ ପ୍ରତି ମାସରେ ୧ କିଲୋଗ୍ରାମ ଗ୍ରାମ ଲେଖାଏଁ ଡାଲି ମାଗଣାରେ ଦିଆଯାଏ
>> ଏହି ଖାଦ୍ୟକୁ ଜାତୀୟ ଖାଦ୍ୟ ସୁରକ୍ଷା ଆଇନ ଅନୁଯାୟୀ ଦିଆଯାଉଛି

PMGKY କ’ଣ କଣ ଅଟେ?
ଲୋକଙ୍କୁ 'ଲକଡାଉନ୍'ର ପ୍ରଭାବରୁ ରକ୍ଷା କରିବା ପାଇଁ କରୋନା ଭୂତାଣୁ ମହାମାରୀ ରୋକିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପ୍ରଧାନ ମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା (PMGKY) ଯୋଜନା ଘୋଷଣା କରିଥିଲେ । ମୋଟ ୧.୭୦ ଲକ୍ଷ କୋଟି ଟଙ୍କା ପ୍ୟାକେଜ୍ ଅଧୀନରେ ସରକାର ଗରିବ ଲୋକଙ୍କୁ ମାଗଣା ରାସନ, ମହିଳା ଓ ଗରିବ ବରିଷ୍ଠ ନାଗରିକ ଏବଂ କୃଷକଙ୍କୁ ନଗଦ ସହାୟତା ଘୋଷଣା କରିଥିଲେ । ଏଥିରେ ପ୍ରଧାନ ମନ୍ତ୍ରୀ କିଷାନ ଯୋଜନା ଅଧୀନରେ ୮ କୋଟି ଚାଷୀଙ୍କ ଆକାଉଣ୍ଟକୁ ସିଧାସଳଖ ଟଙ୍କା ପଠାଯାଇଛି ।

କଣ ଆଗକୁ ବଢ଼ାଯିବ PMGKY ତାରିଖ ?
ଏହି ମହାମାରୀ ମଧ୍ୟରେ କେନ୍ଦ୍ର ସରକାର ଦେଶର ଲୋକଙ୍କୁ ପ୍ରତିଶୃତି ଦେଇଛନ୍ତି ଯେ ଖାଦ୍ୟଶସ୍ୟ ଅଭାବ ହେତୁ ଆସନ୍ତା ପାଞ୍ଚ ମାସ ମଧ୍ୟରେ କୌଣସି ପରିବାରକୁ ଭୋକରେ ରହିବାକୁ ଦିଆଯିବ ନାହିଁ । ଏହାକୁ ଧ୍ୟାନରେ ରଖି ସରକାର ଏହି ଯୋଜନାର ତାରିଖକୁ ଆହୁରି ବଢ଼ାଯିବ ବୋଲି ବିଶ୍ୱାସ କରାଯାଏ ।

ବିହାର ନିର୍ବାଚନ ପୂର୍ବରୁ ଆସିପାରେ ଏହି ପ୍ୟାକେଜ୍
ରିପୋର୍ଟ ଅନୁଯାୟୀ ସରକାର ଏହି ପ୍ୟାକେଜକୁ ଶୀଘ୍ର ଆଣିବାକୁ ଯାଉଛନ୍ତି ଓ ସରକାର ମଧ୍ୟ ଏହି ପ୍ୟାକେଜର ରାଜନୈତିକ ଫଳାଫଳ ପାଇପାରିବେ । ବିହାର ନିର୍ବାଚନ ପୂର୍ବରୁ ଏହି ପ୍ୟାକେଜ୍ ଆସିପାରେ । ଏହା ବ୍ୟତୀତ ଉତ୍ତରପ୍ରଦେଶ, ଗୁଜୁରାଟ ଓ ମଧ୍ୟପ୍ରଦେଶ ସମେତ ଅନ୍ୟ ୧୧ ଟି ରାଜ୍ୟରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ ।
Published by: Jagdish Barik
First published: October 27, 2020, 9:31 AM IST
corona virus btn
corona virus btn
Loading