ଅଗଷ୍ଟ ୨୪ରେ ହରିୟାଣା ଓ ପଞ୍ଜାବ ଗସ୍ତ କରିବେ ପିଏମ.. ଦୁଇଟି ଅତ୍ୟାଧୁନିକ ହସ୍ପିଟାଲ ହେବ ଲୋକାର୍ପଣ

ସାହିବଜାଦା ଅଜିତ ସିଂ ନଗର ଜିଲ୍ଲା (ମୋହାଲି) ଠାରେ 'ହୋମି ଭବା କ୍ୟାନସର ଡାକ୍ତରଖାନା ଏବଂ ଅନୁସନ୍ଧାନ କେନ୍ଦ୍ର'ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ ।

ଅଗଷ୍ଟ ୨୪ରେ ହରିୟାଣା ଓ ପଞ୍ଜାବ ଗସ୍ତ କରିବେ ପିଏମ.. ଦୁଇଟି ଅତ୍ୟାଧୁନିକ ହସ୍ପିଟାଲର କରିବେ ଲୋକାର୍ପଣ

ଅଗଷ୍ଟ ୨୪ରେ ହରିୟାଣା ଓ ପଞ୍ଜାବ ଗସ୍ତ କରିବେ ପିଏମ.. ଦୁଇଟି ଅତ୍ୟାଧୁନିକ ହସ୍ପିଟାଲର କରିବେ ଲୋକାର୍ପଣ

  • Share this:
News 18 Odia Digital

ନୂଆଦିଲ୍ଲୀ; ଅଗଷ୍ଟ ୨୪ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହରିୟାଣା ଓ ପଞ୍ଜାବ ଗସ୍ତ କରିବେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ଫରିଦାବାଦରେ ଅମୃତା ହସ୍ପିଟାଲର ଉଦଘାଟନ କରିବେ । ନବ ନିର୍ମିତ ଡାକ୍ତରଖାନା ମାଧ୍ୟମରେ ଜାତୀୟ ରାଜଧାନୀ ଅଞ୍ଚଳରେ ଆଧୁନିକ ଚିକିତ୍ସା ଭିତ୍ତିଭୂମିର ସୁବିଧା ମିଳିବ । ସାହିବଜାଦା ଅଜିତ ସିଂ ନଗର ଜିଲ୍ଲା (ମୋହାଲି) ଠାରେ 'ହୋମି ଭବା କ୍ୟାନସର ଡାକ୍ତରଖାନା ଏବଂ ଅନୁସନ୍ଧାନ କେନ୍ଦ୍ର'ର ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ । ଏହି ଡାକ୍ତରଖାନା ପଞ୍ଜାବ ଏବଂ ପଡୋଶୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳବାସୀଙ୍କୁ ବିଶ୍ୱ ସ୍ତରୀୟ କର୍କଟ ସୁବିଧା ଏବଂ ଚିକିତ୍ସା ଯୋଗାଇବ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୨୪ ଅଗଷ୍ଟ ୨୦୨୨ ରେ ହରିୟାଣା ଏବଂ ପଞ୍ଜାବ ଗସ୍ତ କରିବେ । ଦୁଇ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସୁବିଧାର ଲୋକାର୍ପଣ କରିବେ । ପ୍ରଧାନମନ୍ତ୍ରୀ ଦିନ ପ୍ରାୟ ୧୧ ଟା ସମୟରେ ହରିୟାଣାର ଫରିଦାବାଦରେ ଅମୃତା ହସ୍ପିଟାଲର ଉଦଘାଟନ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋହାଲି ଯିବେ ଏବଂ ମଧ୍ୟାହ୍ନ ୨.୧୫ ମିନିଟରେ ନୂଆ ଚଣ୍ଡିଗଡ଼ର ମୁଲାନପୁର, 'ହୋମି ଭବା କର୍କଟ ଡାକ୍ତରଖାନା ଓ ଅନୁସନ୍ଧାନ କେନ୍ଦ୍ର'ର ଉଦଘାଟନ କରିବେ ।

ହରିୟାଣାରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ

ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଫରିଦାବାଦରେ ଅମୃତା ଡାକ୍ତରଖାନାର ଉଦଘାଟନ ଦ୍ଵାରା ଜାତୀୟ ରାଜଧାନୀ ଅଞ୍ଚଳରେ ଆଧୁନିକ ଚିକିତ୍ସା ଭିତ୍ତିଭୂମି ଉପଲବ୍ଧ ହେବ। ଏହି ଡାକ୍ତରଖାନା ମାତା ଅମୃତାନନ୍ଦମୟୀ ମଠ ଦ୍ୱାରା ପରିଚାଳିତ ହେବ । ଏହି ସୁପର ସ୍ପେସିଆଲିଟି ହସ୍ପିଟାଲ ୨୬୦୦ ଶଯ୍ୟା ବିଶିଷ୍ଟ । ୬୦୦୦ କୋଟି ମୂଲ୍ୟରେ ନିର୍ମାଣ ହୋଇଥିବା ଏହି ଡାକ୍ତରଖାନାର ଫରିଦାବାଦ ଏବଂ ସମଗ୍ର ଜାତୀୟ ରାଜଧାନୀ ଅଞ୍ଚଳକୁ ଉତ୍ତମ ସ୍ୱାସ୍ଥ୍ୟ ସୁବିଧା ଯୋଗାଇବ ।

ପଞ୍ଜାବରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମ

ପଞ୍ଜାବ ଓ ପଡୋଶୀ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳବାସୀଙ୍କୁ ବିଶ୍ୱ ସ୍ତରୀୟ କର୍କଟ ସୁବିଧା ତଥା ଚିକିତ୍ସା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ନୂଆ ଚଣ୍ଡିଗଡ଼, ସାହିବଜଡା ଅଜିତ ସିଂ ନଗର ଜିଲ୍ଲା (ମୋହାଲି)ର ମୁଲାନପୁର ଠାରେ 'ହୋମି ଭବା କ୍ୟାନସର ଡାକ୍ତରଖାନା ଏବଂ ଅନୁସନ୍ଧାନ କେନ୍ଦ୍ର'ର ଉଦଘାଟନ କରିବେ। ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନରେ ଥିବା ଏକ ଅନୁଷ୍ଠାନ ଟାଟା ମେମୋରିଆଲ ସେଣ୍ଟର ଦ୍ୱାରା ୬୬୦ କୋଟି ଟଙ୍କା ବ୍ୟୟରେ ଏହି ହସ୍ପିଟାଲ ନିର୍ମାଣ କରାଯାଇଛି ।

ଏହି କର୍କଟ ଡାକ୍ତରଖାନା ହେଉଛି ୩୦୦ ଶଯ୍ୟା ବିଶିଷ୍ଟ ଏକ ତିନି ସ୍ତରୀୟ ଡାକ୍ତରଖାନା । ସମସ୍ତ ପ୍ରକାର କର୍କଟ ରୋଗର ଚିକିତ୍ସା ପାଇଁ ହସ୍ପିଟାଲରେ ସମସ୍ତ ଆଧୁନିକ ସୁବିଧା ରହିଛି । ଅସ୍ତ୍ରୋପଚାର, ରେଡିଓଥେରାପି ଏବଂ ମେଡିକାଲ ଅଙ୍କୋଲୋଜି - କେମୋଥେରାପି, ଇମ୍ୟୁନୋଥେରାପି ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ ପାଇଁ ସୁବିଧା ଉପଲବ୍ଧ ହେବ । ଏହି ଡାକ୍ତରଖାନା କର୍କଟ ରୋଗ ତଥା ସମଗ୍ର ଅଞ୍ଚଳରେ ଚିକିତ୍ସା ପାଇଁ ଏକ "କେନ୍ଦ୍ର" ଭାବରେ କାର୍ଯ୍ୟ କରିବ ଏବଂ ସାଙ୍ଗରୁରର ୧୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ଏହାର "ଶାଖା" ଭାବରେ କାର୍ଯ୍ୟ କରିବ ।
Published by:Soubhagya Mishra
First published: