ସ୍ବାଧୀନତା ସଂଗ୍ରାମୀ ଭାରତୀଙ୍କ ୯୦ ବର୍ଷୀୟା ଝିଅଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ PM ମୋଦି

PM Modi: ପସଲା କ୍ରିଷ୍ଣ ମୂର୍ତ୍ତି ଆନ୍ଧ୍ର ପ୍ରଦେଶର ଜଣେ ସମ୍ମାନିତ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭଉଣୀ ଓ ଝିଆରୀଙ୍କୁ ଭେଟିଛନ୍ତି।

ସ୍ବାଧୀନତା ସଂଗ୍ରାମୀ ଭାରତୀଙ୍କ ୯୦ ବର୍ଷୀୟା ଝିଅଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ PM ମୋଦି

ସ୍ବାଧୀନତା ସଂଗ୍ରାମୀ ଭାରତୀଙ୍କ ୯୦ ବର୍ଷୀୟା ଝିଅଙ୍କ ପାଦ ଛୁଇଁ ଆଶୀର୍ବାଦ ନେଲେ PM ମୋଦି

  • Share this:
News18 Odia Digital

Narendra Modi: ଆଜି ଆନ୍ଧ୍ର ପ୍ରଦେଶର ଭୀମାବରମରେ ସ୍ୱାଧୀନତା ସଂଗ୍ରାମୀ ଅଲ୍ଲୁରି ସୀତାରାମ ରାଜୁଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଥିଲେ। ଏହା ପରେ ସେ ଅନ୍ୟ ଜଣେ ସ୍ୱାଧୀନତା ସଂଗ୍ରାମୀ ପସାଲା କ୍ରିଷ୍ଣ ମୂର୍ତ୍ତିଙ୍କ ପରିବାର ସଦସ୍ୟଙ୍କୁ ଭେଟିଥିଲେ।

ଏହି ଅବସହରରେ ପ୍ରଧାନମନ୍ତ୍ରୀ କୃଷ୍ଣ ମୂର୍ତ୍ତିଙ୍କ ୯୦ ବର୍ଷୀୟା ଝିଅ ପସାଲା କ୍ରଷ୍ଣ ଭାରତୀଙ୍କ ପାଦ ଛୁଇଁ ଆଶୀର୍ବାଦ ନେଇଥିଲେ।

PM Modi: ପସଲା କ୍ରିଷ୍ଣ ମୂର୍ତ୍ତି ଆନ୍ଧ୍ର ପ୍ରଦେଶର ଜଣେ ସମ୍ମାନିତ ସ୍ୱାଧୀନତା ସଂଗ୍ରାମୀ ଥିଲେ। ତାଙ୍କ ଜନ୍ମ ବାର୍ଷିକୀ ଅବସରରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭଉଣୀ ଓ ଝିଆରୀଙ୍କୁ ଭେଟିଛନ୍ତି।

ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସ୍ୱାଧୀନତା ସଂଗ୍ରାମୀ ଅଲ୍ଲୁରୀ ସୀତାରାମା ରାଜୁଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଉତ୍ସବରେ ଭାଗ ନେଇଥିଲେ। ବ୍ରୋଞ୍ଜରେ ନିର୍ମିତ ତାଙ୍କ ପ୍ରତିମୂର୍ତ୍ତିକୁ ପ୍ରଧାନମନ୍ତ୍ରୀ ମଧ୍ୟ ଉନ୍ମୋଚନ କରିଛନ୍ତି।

ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ‘‘ମୁଁ ଏହି ଆନ୍ଧ୍ରର ମହାନ ଆଦିବାସୀ ପରମ୍ପରାକୁ, ଏହି ପରମ୍ପରାରୁ ଜନ୍ମିତ ସମସ୍ତ ମହାନ ବିପ୍ଳବୀ ଓ ବଳିଦାନକାରୀଙ୍କୁ ପ୍ରଣାମ କରୁଛି। ସୀତାରାମ ରାଜୁ ଗାରୁଙ୍କ ୧୨୫ତମ ଜନ୍ମ ବାର୍ଷିକୀ ଓ ରାମ୍ପା କ୍ରାନ୍ତିଙ୍କ ୧୦୦ତମ ବାର୍ଷିକୀ ବର୍ଷସାରା ପାଳନ କରାଯିବ।

ବଳିଦାନର ସ୍ୱାଧୀନତା ସଂଗ୍ରାମ ଇତିହାସ

ସେ ଆହୁରି କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମ କେବଳ କିଛି ବର୍ଷର, କିଛି ଅଞ୍ଚଳର କିମ୍ବା କିଛି ଲୋକଙ୍କ ଇତିହାସ ନୁହେଁ। ଏହି ଇତିହାସ ହେଉଛି ଭାରତର ପ୍ରତ୍ୟେକ କୋଣ ଅନୁକୋଣର ବଳିଦାନ, ଦୃଢ଼ତାର ଇତିହାସ। ଆମର ସ୍ୱାଧୀନତା ଆନ୍ଦୋଳନର ଇତିହାସ ଆମର ବିବିଧତା, ସାଂସ୍କୃତିକ ଶକ୍ତି ଓ ଏକ ରାଷ୍ଟ୍ର ଭାବରେ ଆମର ଏକତାର ପ୍ରତୀକ ବୋଲି ସେ କହିଛନ୍ତି।

ଆମ ପାଇଁ ସୀତାରାମ ରାଜୁ ଗାରୁ ପ୍ରେରଣା

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ‘‘ସୀତାରାମ ରାଜୁ ଗାରୁ ଭାରତର ସାଂସ୍କୃତିକ ତଥା ଆଦିବାସୀ ପରିଚୟ, ଭାରତର ଆଦର୍ଶ ଓ ମୂଲ୍ୟବୋଧର ପ୍ରତୀକ। ତାଙ୍କ ଜୀବନ ଯାତ୍ରା ଆମ ସମସ୍ତଙ୍କ ପାଇଁ ପ୍ରେରଣା। ଭାରତର ଆଧ୍ୟାତ୍ମିକତା ସୀତାରାମ ରାଜୁ ଗାରୁଙ୍କୁ ଦୟା ଓ ସତ୍ୟର ବୁଦ୍ଧ କୁହାଯାଏ। ଆଦିବାସୀ ସମାଜ ପାଇଁ ସମାନତା ଓ ସ୍ନେହ ପ୍ରଦାନ କଲେ, ବଳିଦାନ ଓ ସାହସ ଦେଲେ।’’

ଯୁବକମାନଙ୍କ ପାଇଁ ସର୍ବୋତ୍ତମ ସୁଯୋଗ

ଯୁବବର୍ଗଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମରେ ଯୁବକମାନେ ଦେଶର ସ୍ୱାଧୀନତା ପାଇଁ ଆଗେଇ ଆସିଛନ୍ତି। ଆଜି ଯୁବକମାନେ ନୂଆ ଭାରତର ସ୍ୱପ୍ନକୁ ପୂରଣ କରିବା ପାଇଁ ସର୍ବୋତ୍ତମ ସୁଯୋଗ ପାଇଛନ୍ତି। ଦେଶରେ ନୂଆ ପରିମାଣ ଖୋଲୁଛି। ସେଠାରେ ନୂଆ ଚିନ୍ତାଧାରା ଅଛି ଓ ନୂଆ ସମ୍ଭାବନାଗୁଡ଼ିକ ଜନ୍ମ ହେଉଛି।
Published by:Lipina Das
First published: