ଆଜି ପ୍ରଧାନମନ୍ତ୍ରୀଙ୍କ ହରିୟାନା ଓ ପଞ୍ଜାବ ଗସ୍ତ; ଫରିଦାବାଦରେ ଅମୃତା ହସ୍ପିଟାଲର କରିବେ ଉଦଘାଟନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣା ଗସ୍ତ କରିଛନ୍ତି । ଏଠାରେ ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ପଞ୍ଜାବ ଗସ୍ତ କରିବେ । ଆଜି ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉଦଘାଟନ କରିବେ ।

ଆଜି ପ୍ରଧାନମନ୍ତ୍ରୀଙ୍କ ହରିୟାନା ଓ ପଞ୍ଜାବ ଗସ୍ତ; ଫରିଦାବାଦରେ ଅମୃତା ହସ୍ପିଟାଲର କରିବେ ଉଦଘାଟନ

ଆଜି ପ୍ରଧାନମନ୍ତ୍ରୀଙ୍କ ହରିୟାନା ଓ ପଞ୍ଜାବ ଗସ୍ତ; ଫରିଦାବାଦରେ ଅମୃତା ହସ୍ପିଟାଲର କରିବେ ଉଦଘାଟନ

  • Share this:
News 18 Odia Digital

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ହରିୟାଣା ଗସ୍ତ କରିଛନ୍ତି । ଏଠାରେ ସମସ୍ତ କାର୍ଯ୍ୟକ୍ରମ ସରିବା ପରେ ପଞ୍ଜାବ ଗସ୍ତ କରିବେ । ଆଜି ପ୍ରଧାନମନ୍ତ୍ରୀ ଦେଶ ଉଦ୍ଦେଶ୍ୟରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଉଦଘାଟନ କରିବେ । ପୂର୍ବାହ୍ନରେ ପ୍ରଧାନମନ୍ତ୍ରୀ ହରିୟାଣାର ଫରିଦାବାଦ ଠାରେ ଅମୃତା ହସ୍ପିଟାଲର ଉଦଘାଟନ କରିବେ । ଏହା ପରେ ପ୍ରଧାନମନ୍ତ୍ରୀ ମୋହାଲି ଯାତ୍ରା କରିବେ ଏବଂ ଅପରାହ୍ନ ପ୍ରାୟ ୨ଟା ୧୫ ରେ ମୁଲାନପୁର, ନୂଆ ଚଣ୍ଡିଗଡ଼, ସାହିବଜାଦା ଅଜିତ ସିଂହ ନଗର ଜିଲ୍ଲା (ମୋହାଲି) ଠାରେ "ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର” କୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ ।

ପ୍ରଧାନମନ୍ତ୍ରୀ ଫରିଦାବାଦରେ ଅମୃତା ହସ୍ପିଟାଲର ଉଦଘାଟନ କରିବା ଫଳରେ ନେସନାଲ କ୍ୟାପିଟାଲ ରିଜିଅନ (ଏନସିଆର) ରେ ଆଧୁନିକ ଚିକିତ୍ସା ଭିତ୍ତିଭୂମି ଉପଲବ୍ଧତା ବୃଦ୍ଧି ପାଇବ । ମାତା ଅମୃତାନନ୍ଦମୟୀ ମଠ ଦ୍ୱାରା ପରିଚାଳିତ ସୁପର ସ୍ପେସିଆଲିଟି ହସ୍ପିଟାଲ ୨୬୦୦ ଶଯ୍ୟା ବିଶିଷ୍ଟ ହେବ । ପାଖାପାଖି ୬୦୦୦ କୋଟି ଟଙ୍କା ବ୍ୟୟରେ ଏହି ଡାକ୍ତରଖାନା ନିର୍ମାଣ ହେବ ।

ପଞ୍ଜାବ ଏବଂ ପଡୋଶୀ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳ ବାସୀଙ୍କୁ ବିଶ୍ୱ ସ୍ତରୀୟ କର୍କଟ ଚିକିତ୍ସା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ‘ହୋମି ଭାବା କର୍କଟ ଡାକ୍ତରଖାନା ଏବଂ ଗବେଷଣା କେନ୍ଦ୍ର’ କୁ ମୁଲାନପୁର, ନୂଆ ଚଣ୍ଡିଗଡ଼, ସାହିବଜଡା ଅଜିତ ସିଂହ ନଗର ଜିଲ୍ଲା (ମୋହାଲି) ରେ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ୬୬୦ ଟଙ୍କାରୁ ଅଧିକ ମୂଲ୍ୟରେ ଏହି ହସ୍ପିଟାଲ ଭାରତ ସରକାରଙ୍କ ପରମାଣୁ ଶକ୍ତି ବିଭାଗ ଅଧୀନରେ ଥିବା ଏକ ସହାୟକ ଅନୁଷ୍ଠାନ ଟାଟା ମେମୋରିଆଲ୍ ସେଣ୍ଟର ଦ୍ୱାରା ନିର୍ମାଣ କରାଯାଇଛି । ଏହି କର୍କଟ ହସ୍ପିଟାଲ୍ ହେଉଛି ୩୦୦ ଶଯ୍ୟା କ୍ଷମତା ବିଶିଷ୍ଟ ଏକ ତ୍ରିସ୍ତରୀୟ ଚିକିତ୍ସା ହସ୍ପିଟାଲ୍ ଏବଂ ସର୍ଜରୀ, ରେଡିଓଥେରାପି ଏବଂ ମେଡିକାଲ୍ ଅଙ୍କୋଲୋଜି - କେମୋଥେରାପି, ଇମ୍ୟୁନୋଥେରାପି ଏବଂ ଅସ୍ଥି ମଜ୍ଜା ପ୍ରତିରୋପଣ ଭଳି ସମସ୍ତ ଉପଲବ୍ଧ ଚିକିତ୍ସା ପ୍ରଣାଳୀ ବ୍ୟବହାର କରି ସମସ୍ତ ପ୍ରକାରର କର୍କଟ ରୋଗର ଚିକିତ୍ସା ପାଇଁ ଆଧୁନିକ ସୁବିଧା ରହିବ ।
Published by:Soubhagya Mishra
First published: