ପ୍ରଧାନମନ୍ତ୍ରୀ ମୋଦି (ପ୍ରତୀକାତ୍ମକ ଛବି) News18 Odia Digital
ପ୍ରଧାନମନ୍ତ୍ରୀ ମୋଦି ଆଜି ୧, ୨, ୫, ୧୦, ୨୦ ଟଙ୍କା ମୂଲ୍ୟର ଏକ ସ୍ୱତନ୍ତ୍ର ସିରିଜ୍ ଜାରି କରିବେ। ଏହି ମୁଦ୍ରାଗୁଡ଼ିକ ଅତ୍ୟନ୍ତ ସ୍ୱତନ୍ତ୍ର। କାରଣ ଏହି ସ୍ୱତନ୍ତ୍ର ମୁଦ୍ରାଗୁଡ଼ିକ ଦୃଷ୍ଟିହୀନ ମାନେ ସହଜରେ ଚିନ୍ହଟ କରିପାରିବେ ବୋଲି PMOରୁ ସୂଚନା ଦେଇଛି।
PMO ଏକ ବିବୃତ୍ତି ଜାରି କରି କହିଛି ଯେ ପ୍ରଧାନମନ୍ତ୍ରୀ ଅର୍ଥମନ୍ତ୍ରୀ ତଥା କର୍ପୋରେଟ ବ୍ୟାପାର ମନ୍ତ୍ରଣାଳୟର ସମ୍ମାନଜନକ ସପ୍ତାହ ଉତ୍ସବକୁ ନୂଆଦିଲ୍ଲୀର ଜୁନ୍ ୬, ୨୦୨୨ ଅର୍ଥାତ୍ ଆଜି ସକାଳ ପ୍ରାୟ ୧୦.୩୦ ସମୟରେ ଉଦ୍ଘାଟନ କରିଛନ୍ତି। ଏଥିରେ କୁହାଯାଇଛି ଯେ ପ୍ରଧାନମନ୍ତ୍ରୀ Re ୧, ୨, ୫, ୧୦, ୨୦ ଟଙ୍କା ମୂଲ୍ୟର ଏକ ସ୍ୱତନ୍ତ୍ର ସିରିଜ୍ ମଧ୍ୟ ପ୍ରଦାନ କରିବେ।
ଏହି ମୁଦ୍ରାଗୁଡ଼ିକ କାହିଁକି ସ୍ୱତନ୍ତ୍ର?
ସ୍ୱତନ୍ତ୍ର ସିରିଜ୍ ଅଧୀନରେ, ଏହି ମୁଦ୍ରାଗୁଡ଼ିକରେ AKAM ର ଲୋଗୋ ରହିବ। PMO ବିବୃତ୍ତିରେ କୁହାଯାଇଛି, 'ଏହି ବିଶେଷ ଧାରାବାହିକ ମୁଦ୍ରା' AKAM ର ଲୋଗୋର ଥିମ୍ ରହିବ ଓ ଦୃଷ୍ଟିହୀନମାନେ ମଧ୍ୟ ସହଜରେ ଚିହ୍ନି ପାରିବେ। ଏହି ସପ୍ତାହଟି 'ଆଜାଦି କା ଅମୃତ ମହୋତ୍ସବ' (AKAM) ର ଅଂଶ ଭାବରେ ୬ରୁ ୧୧ ଜୁନ୍, ୨୦୨୨ ପର୍ଯ୍ୟନ୍ତ ପାଳନ କରାଯାଏ।
Published by: Soumya Das
First published: June 06, 2022, 13:30 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।