News18 Odia Digital
ନୂଆ ଦିଲ୍ଲୀ: ୫ ନଭେମ୍ବରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚ୍ଚୁଆଲ ଗ୍ଲୋବାଲ୍ ଇନଭେଷ୍ଟର୍ ରାଉଣ୍ଡ ଟେବୁଲ୍ (VGIR) ର ଅଧ୍ୟକ୍ଷତା କରିବେ । VGIR ର ଆୟୋଜନ ଅର୍ଥ ମନ୍ତ୍ରଣାଳୟ ଓ ଜାତୀୟ ବିନିଯୋଗ ଭିତ୍ତିଭୂମି ପାଣ୍ଠି ଦ୍ୱାରା କରାଯାଉଛି । ପ୍ରମୁଖ ବିଶ୍ୱସ୍ତରୀୟ ଅନୁଷ୍ଠାନ ନିବେଶକ, ଭାରତୀୟ ବ୍ୟବସାୟୀ ଓ ଭାରତ ସରକାରଙ୍କ ଆର୍ଥିକ ବଜାର ନିୟାମକମାନଙ୍କ ମଧ୍ୟରେ ଏହି ସ୍ୱତନ୍ତ୍ର ବୈଠକ ଅନୁଷ୍ଠିତ ହେବ । ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ, କେନ୍ଦ୍ର ରାଜ୍ୟ ମନ୍ତ୍ରୀ, ଆରବିଆଇ ଗଭର୍ଣ୍ଣର ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିବେ ।
ଏହି ରାଉଣ୍ଡ ଟେବୁଲରେ ବିଶ୍ୱର କୋଡ଼ିଏ ବୃହତ୍ତମ ପେନ୍ସନ୍ ଓ ସାର୍ବଭୌମିକ ଧନ ପାଣ୍ଠିର ମୋଟ ୬ ଟ୍ରିଲିୟନ୍ ଡଲାର୍ ପରିଚାଳନା କରନ୍ତି ସେମାନେ ଅଂଶଗ୍ରହଣ କରିବେ । ଏହି ବିଶ୍ୱ ସ୍ତରୀୟ ଅନୁଷ୍ଠାନିକ ନିବେଶକମାନେ ଆମେରିକା, ୟୁରୋପ, କାନାଡା, କୋରିଆ, ଜାପାନ, ମଧ୍ୟ ପୂର୍ବ, ଅଷ୍ଟ୍ରେଲିଆ ଏବଂ ସିଙ୍ଗାପୁର ସହିତ ପ୍ରମୁଖ କ୍ଷେତ୍ରଗୁଡିକର ପ୍ରତିନିଧିତ୍ୱ କରନ୍ତି ।
ଏହି ପାଣ୍ଠିର ମୁଖ୍ୟମାନେ ନିଷ୍ପତ୍ତି ନେଉଥିବା ବ୍ୟକ୍ତିଙ୍କ ଉପସ୍ଥିତିରେ ଅଂଶଗ୍ରହଣ କରିବେ । ଏହି ନିବେଶକମାନଙ୍କ ମଧ୍ୟରୁ କେତେକ ପ୍ରଥମ ଥର ପାଇଁ ଭାରତ ସରକାରଙ୍କ ସହିତ ବୈଠକରେ ଅଂଶଗ୍ରହଣ କରିବେ । ବିଶ୍ୱର ପୁଞ୍ଜି ନିବେଶକାରୀଙ୍କ ବ୍ୟତୀତ ରାଉଣ୍ଡ ଟେବୁଲରେ ମଧ୍ୟ ବହୁ ଭାରତୀୟ ବ୍ୟବସାୟ ନେତାଙ୍କ ଅଂଶଗ୍ରହଣ ହେବ ।
VGIR ୨୦୨୦ ଭାରତର ଅର୍ଥନୈତିକ ଓ ପୁଞ୍ଜି ବିନିଯୋଗ ଦୃଷ୍ଟିକୋଣ, ଗଠନମୂଳକ ସଂସ୍କାର ଓ ୫ ବିଲିୟନ ଡ଼ଲାରର ଅର୍ଥନୀତି ଉପରେ ସରକାରଙ୍କ ଆଭିମୁଖ୍ୟ ଉପରେ ଆଲୋଚନା କରିବ । ଏହି କାର୍ଯ୍ୟକ୍ରମ ଭାରତ ଓ ବିଶ୍ୱର ପୁଞ୍ଜି ନିବେଶକାରୀଙ୍କ ଆନ୍ତର୍ଜାତୀୟ ପୁଞ୍ଜି ବିନିଯୋଗର ଅଭିବୃଦ୍ଧିକୁ ଆହୁରି ତ୍ୱରାନ୍ୱିତ କରିବା ପାଇଁ ନୀତି ନିର୍ଣ୍ଣୟକାରୀଙ୍କ ସହ ଜଡିତ ହେବା ଓ ବିଚାର କରିବା ପାଇଁ ଏକ ସୁଯୋଗ ପ୍ରଦାନ କରିବ ।
ଏହି ଆର୍ଥିକ ବର୍ଷର ପ୍ରଥମ ପାଞ୍ଚ ମାସରେ ଭାରତରେ ବିଦେଶୀ ପୁଞ୍ଜି ବିନିଯୋଗ ସର୍ବାଧିକ । VGIR ୨୦୨୦ ସମସ୍ତ ହିତାଧିକାରୀଙ୍କ ପାଇଁ ଦୃଢ ସହଭାଗୀତା ପାଇଁ ଏକ ସୁଯୋଗ ପ୍ରଦାନ କରିବ ଓ ଆନ୍ତର୍ଜାତୀୟ ଅନୁଷ୍ଠାନିକ ନିବେଶକମାନଙ୍କ ସହିତ ଯୋଗଦାନରେ ଉଲ୍ଲେଖନୀୟ ଯୋଗଦାନ ଦେବ । ଏହାଦ୍ୱାରା ଭାରତୀୟ ବିନିଯୋଗରେ ଏକ ବଡ଼ ବୃଦ୍ଧି ଘଟିପାରେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।