PM ମୋଦିଙ୍କ ପରିବାରବାଦ ବୟାନ ଉପରେ ଗୋଟିଏ ଲାଇନରେ ଜବାବ ରଖିଲେ ରାହୁଲ ଗାନ୍ଧି

Rahul Gandhi Reaction: ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ କହିଛନ୍ତି ଯେ ଦୁର୍ନୀତି ଓ ପରିବାରବାଦ ଆଜି ଦେଶ ସାମ୍ନା କରୁଥିବା ଦୁଇଟି ବଡ଼ ଆହ୍ବାନ। ମୋଦିଙ୍କ ଭାଷଣରେ କଣ କହିଲେ ରାହୁଲ ଗାନ୍ଧି? ଜାଣନ୍ତୁ...

PM ମୋଦିଙ୍କ ପରିବାରବାଦ ବୟାନ ଉପରେ ଗୋଟିଏ ଲାଇନରେ ଜବାବ ରଖିଲେ ରାହୁଲ ଗାନ୍ଧି

PM ମୋଦିଙ୍କ ପରିବାରବାଦ ବୟାନ ଉପରେ ଗୋଟିଏ ଲାଇନରେ ଜବାବ ରଖିଲେ ରାହୁଲ ଗାନ୍ଧି

  • Share this:
News18 Odia Digital

Rahul Gandhi Reaction: ଲାଲ କିଲା ଦୁର୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭାଷଣ ଉପରେ କଂଗ୍ରେସ ନେତା ରାହୁଲ ଗାନ୍ଧି ମନ୍ତବ୍ୟ ଦେବାକୁ ମନା କରି ଦେଇଛନ୍ତି।

ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଭାଷଣରେ କହିଛନ୍ତି ଯେ ଦୁର୍ନୀତି ଓ ପରିବାରବାଦ ଆଜି ଦେଶ ସାମ୍ନା କରୁଥିବା ଦୁଇଟି ବଡ଼ ଆହ୍ବାନ। କିନ୍ତୁ ଯେତେବେଳେ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ଏ ବିଷୟରେ ପ୍ରଶ୍ନ ପଚରାଯାଇଥିଲା, ସେ କହିଥିଲେ, ‘‘ମୁଁ କୌଣସି ମନ୍ତବ୍ୟ ଦେବି ନାହିଁ। ସ୍ୱାଧୀନତା ଦିବସର ସମସ୍ତ ଶୁଭେଚ୍ଛା।’’

ସୋନିଆ ଗାନ୍ଧି କଣ କହିଛନ୍ତି?

ଅଗଷ୍ଟ 15 ଅବସରରେ କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇବା ସହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି ଯେ ଏହି ୭୫ ବର୍ଷ ମଧ୍ୟରେ ଦେଶ ଅନେକ ସଫଳତା ହାସଲ କରିଛି, କିନ୍ତୁ ଆଜିର ‘ସ୍ବାର୍ଥପର ସରକାର' ସ୍ୱାଧୀନତା ସଂଗ୍ରାମୀ ତଥା ବଳିଦାନ ଦେଇଥିବା ଲୋକଙ୍କୁ ଅପମାନ କରୁଛନ୍ତି।

ସେପଟେ ରାହୁଲ ଗାନ୍ଧି କିଛି କହି ନାହାଁନ୍ତି। ଏହି ସମୟରେ ସେ ପ୍ରଧାନମନ୍ତ୍ରୀଙ୍କ ଭାଷଣ ଉପରେ ମନ୍ତବ୍ୟ ଦେବାକୁ ଏଡ଼ାଇ ଯାଇଥିଲେ। ସାମ୍ବାଦିକମାନଙ୍କ ସହ ବାର୍ତ୍ତାଳାପ ସମୟରେ ମଧ୍ୟ ସେ ସମ୍ପୂର୍ଣ୍ଣ ଭାବେ ମନା କରିଦେଇଥିଲେ ଓ ସ୍ବାଧୀନତା ଦିବସର ଶୁଭେଚ୍ଛା ସହିତ ନିଜ କାରରେ ବସି ଚାଲିଯାଇଥିଲେ।
Published by:Lipina Das
First published: