News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶର ପ୍ରଧାନ ମନ୍ତ୍ରୀ ହେବା ପରଠାରୁ ସେ ଭାରତକୁ ଡିଜିଟାଲ୍ ଭାବେ ମଜବୁତ କରିବା ପାଇଁ ଅନେକ ଚେଷ୍ଟା କରିଛନ୍ତି। ଆଜିର ଯୁଗରେ ରାଜନୀତି ସମେତ ପ୍ରତ୍ୟେକ କ୍ଷେତ୍ର ପାଇଁ ସୋସିଆଲ ମିଡ଼ିଆ କେତେ ଗୁରୁତ୍ୱପୂର୍ଣ୍ଣ ତାହା ପ୍ରଧାନ ମନ୍ତ୍ରୀ ଭଲଭାବେ ଜାଣନ୍ତି।
ଫେସବୁକ୍, ଟ୍ୱିଟର ସମେତ ଅନେକ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ପ୍ରଧାନ ମନ୍ତ୍ରୀ ମୋଦି ଖୁବ୍ ସକ୍ରିୟ ରହିଛନ୍ତି। ଏହି ସମୟରେ ପିଏମ ମୋଦି ସୋସିଆଲ ମିଡ଼ିଆ ଦୁନିଆରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ଏଥର ସେ ୟୁଟ୍ୟୁବ ଚ୍ୟାନେଲରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି।
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ଫଲୋର୍ସ ସଂଖ୍ୟା ବର୍ତ୍ତମାନ ଏକ କୋଟିରୁ ଅଧିକ ହୋଇଛି। କେବଳ ୟୁଟ୍ୟୁବ୍ ନୁହେଁ, ସମସ୍ତ ସୋସିଆଲ୍ ମିଡ଼ିଆ ପ୍ଲାଟଫର୍ମରେ ମୋଦିଙ୍କୁ ଅନୁସରଣ କରୁଥିବା ଲୋକଙ୍କ ସଂଖ୍ୟା ହଜାରେ ଲକ୍ଷରେ ଅଛି। ଲୋକଙ୍କ ସହ ଯୋଗାଯୋଗ କରିବା ପାଇଁ ପିଏମ ମୋଦି ସୋସିଆଲ ମିଡ଼ିଆକୁ ସର୍ବୋତ୍ତମ ଉପାୟ ବୋଲି ବିବେଚନା କରନ୍ତି ଓ ସେ ମଧ୍ୟ ଏଗୁଡ଼ିକ ମଧ୍ୟରେ ବେଶ୍ ସକ୍ରିୟ ରୁହନ୍ତି।
ଆମେରିକାର ରାଷ୍ଟ୍ରପତି ମଧ୍ୟ ମୋଦିଙ୍କ ପାଖାପାଖି ନାହାଁନ୍ତିୟୁଟ୍ୟୁବରେ ଅନୁସରଣକାରୀଙ୍କ ଦୃଷ୍ଟିରୁ ସେ ବିଶ୍ୱର ଅଗ୍ରଣୀ ନେତାଙ୍କଠାରୁ ବହୁତ ଆଗରେ ଅଛନ୍ତି। ୟୁଟ୍ୟୁବରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କର ସାତ ଲକ୍ଷରୁ ଅଧିକ 'ଅନୁସରଣକାରୀ' ଥିବାବେଳେ ହ୍ବାଇଟ୍ ହାଉସର ୟୁଟ୍ୟୁବ ଚ୍ୟାନେଲରେ ୧୯ ଲକ୍ଷ ଫଲୋର୍ସ ଅଛନ୍ତି।
ବ୍ରାଜିଲର ରାଷ୍ଟ୍ରପତି ଜାୟର ବୋଲସନାରୋଙ୍କ ୩.୬ ମିଲିୟନରୁ ଅଧିକ, ମେକ୍ସିକୋର ରାଷ୍ଟ୍ରପତି ଆଣ୍ଡ୍ରେସ ମାନୁଏଲ ଲୋପେଜ ଓବ୍ରାଡୋର ୩୦.୭ ମିଲିୟନ, ଇଣ୍ଡୋନେସିଆର ରାଷ୍ଟ୍ରପତି ଜୋକୋ ୱିଡୋଡୋ ୨୮.୮ ମିଲିୟନ ଓ ହ୍ବାଇଟ ହାଉସର ୧.୯ ମିଲିୟନ ଅଛନ୍ତି।
ଭାରତୀୟ ନେତାଙ୍କ ସଂଖ୍ୟାରେ ଫୋଲର୍ସଙ୍କ ସଂଖ୍ୟାକଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଫଲୋର୍ସଙ୍କ ସଂଖ୍ୟା ୫.୨୫ ଲକ୍ଷ ଥିବା ବେଳେ କଂଗ୍ରେସ ନେତା ଶଶି ଥରୁରଙ୍କ ୪.୩୯ ଲକ୍ଷ ଫଲୋର୍ସ ଅଛନ୍ତି । AIMIM ମୁଖ୍ୟ ଆସାଦୁଦ୍ଦିନ ଓୱାଇସିଙ୍କ ୩.୭୩ ଲକ୍ଷ ଫଲୋର୍ସ ଥିବା ବେଳେ ତାମିଲନାଡୁ ସିଏମ ଓ ଡିଏମକେ ମୁଖ୍ୟ ଏମ.କେ ଷ୍ଟାଲିନଙ୍କ ୨.୧୨ ଲକ୍ଷ ଫଲୋର୍ସ ଅଛନ୍ତି । ସେହିପରି ଡେଲି ଡେପୁଟି ସିଏମ ମନୀଷ ସିସୋଆଙ୍କ ୧.୩୭ ଲକ୍ଷ ଅଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।