News18 Odia Digital
Rozgar Mela: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି(PM Narendra Modi) ରୋଜଗାର ମେଳା (Rozgar Mela) ଅଧୀନରେ ଏପ୍ରିଲ ୧୩ ତାରିଖ ଅର୍ଥାତ ୨ ଦିନ ପରେ ୭୧ ହଜାର ଯୁବକଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବେ । ପ୍ରଧାନମନ୍ତ୍ରୀ କାର୍ଯ୍ଯାଳୟ (PMO Office) ତରଫରୁ ଆଜି ଏନେଇ ସୂଚନା ମିଳିଛି । ଏପ୍ରିଲ ୧୩ ତାରିଖ ଦିନ ଏକ ଭିଡିଓ କନଫରେନ୍ସ ଜରିଆରେ ପ୍ରଧାନମନ୍ତ୍ରୀ ମୋଦି ଯୁବକମାନଙ୍କୁ ସମ୍ୱୋଧିତ କରିବେ। ରୋଜଗାର ମେଳା କେନ୍ଦ୍ର ସରକାର ଦ୍ୱାରା ଆରମ୍ଭ ହୋଇଥିବା ଏକ କାର୍ଯ୍ଯକ୍ରମ, ଯାହା ଦ୍ୱାରା ଶିକ୍ଷିତ ଯୁବକମାନଙ୍କୁ ସହଜରେ ଚାକିରି ଯୋଗାଇବାକୁ ପ୍ରୋତ୍ସାହିତ କରିଥାଏ । ରୋଜଗାର ମେଳାରେ ବିଭିନ୍ନ ବିଭାଗ ପାଇଁ ମନୋନୀତ ହୋଇଥିବା ଉପଯୁକ୍ତ ପ୍ରାର୍ଥୀମାନଙ୍କୁ ନିଯୁ୍କ୍ତି ପତ୍ର ପ୍ରଦାନ କରାଯିବ ।
ଆହୁରି ମଧ୍ଯ ବିଜ୍ଞପ୍ତି କୁହାଯାଇଛି ଯେ, ଆଗକୁ ରୋଜଗାର ମେଳା ଏକ ସୁଯୋଗ ରୂପେ କାର୍ଯ୍ଯ କରିବ ଓ ଯୁବକଙ୍କୁ ସେମାନଙ୍କ ସଶକ୍ତିକରଣ ଓ ଜାତୀୟ ବିକାଶରେ ଭାଗୀଦାରି ପାଇଁ ଅବସର ପ୍ରଦାନ କରିବ । ନୂଆ ଭର୍ତ୍ତି ହୋଇଥିବା ଯୁବକମାନେ କର୍ମଯୋଗୀ ପ୍ରାରମ୍ଭ ଜରିଆରେ ନିଜେ ପ୍ରଶିକ୍ଷିତ କରିବା ପାଇଁ ମଉକା ମିଳିବ, ଯାହାକି ବିଭିନ୍ନ ସରକାରୀ ବିଭାଗରେ ସବୁ ନୂଆ ନିଯୁକ୍ତି ପାଇଁ ଏକ ଅନଲାଇନ ଅରିଏଣ୍ଟେସନ କୋର୍ସ ହେବ ।
ନିର୍ବାଚନୀ ଇସ୍ତାହାର; ଚାଷୀ ପୁଅକୁ ବାହା ହେଲେ ଝିଅଙ୍କୁ ମିଳିବ ୨ ଲକ୍ଷ ଟଙ୍କାଭାରତ ସରକାର ଦ୍ୱାରା ୭୧ ହଜାର ଯୁବକଙ୍କୁ ପାଇଁ ଟ୍ରେନ ମ୍ଯାନେଜର, ଷ୍ଟେସନ ମାଷ୍ଟର, ସିନିୟର କମର୍ସିଆଲ କମ୍ ଟିକେଟ କ୍ଲର୍କ, ଇନିସ୍ପେକ୍ଟର, ସବ ଇନିସ୍ପେକ୍ଟର, କନେଷ୍ଟବଲ. ଷ୍ଟେନୋଗ୍ରାଫର, ସିନିୟର ଡ୍ରାଫ୍ଟମ୍ୟାନ, ଜେଇ ସୁପରଭାଇଜର, ଆସିଷ୍ଟାଣ୍ଟ ପ୍ରଫେସର, ଶିକ୍ଷକ, ଲାଇବ୍ରେରିସିଆନ, ନର୍ସ, ପ୍ରୋବେସନାରୀ ଅଫିସର, ପିଏ, ଏମଟିଏସ ଭଳି ଅନେକ ବିଭାଗରେ ଚାକିରି ପ୍ରଦାନ କରାଯିବ ।
ବୁଢ଼ୀ ଠାକୁରାଣୀଙ୍କ ଅନନ୍ୟ ପରମ୍ପରା; ମାଉସୀ ହାତରୁ ଗଜା ଓ ନଡ଼ିଆ କଦଳୀ ଖାଇଲେ ମାସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ମୋଦି ପୂର୍ବବର୍ଷ ୨୨ ଅକ୍ଟୋବରରେ ୧୦ ଲକ୍ଷ ସରକାରୀ ଚାକିରି ପ୍ରଦାନ କରିବା ଅଭିଯାନ ଆରମ୍ଭ କରିଥିଲେ । ସେବେଠାରୁ ରୋଜଗାର ମେଳା ଅଧୀନରେ ଯୁବକଙ୍କୁ ଚାକିରି ପ୍ରଦାନ କରାଯାଉଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।