ଜାତୀୟ ଶିଶୁ ପୁରସ୍କାର ବିଜେତାଙ୍କ ସହ ଆଜି କଥାବାର୍ତ୍ତା କରିବେ PM ମୋଦି

ଜାତୀୟ ବାଳିକା ଦିବସ ଅବସରରେ ଓ ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି PMRBP-2022ର ବିଜେତାମାନଙ୍କ ସହିତ ଏକ ଭର୍ଚୁଆଲ୍ ମାଧ୍ୟମରେ ଯୋଗାଯୋଗ କରିବେ।

 ଜାତୀୟ ଶିଶୁ ପୁରସ୍କାର ବିଜେତାଙ୍କ ସହ ଆଜି କଥାବାର୍ତ୍ତା କରିବେ PM ମୋଦି

ଜାତୀୟ ଶିଶୁ ପୁରସ୍କାର ବିଜେତାଙ୍କ ସହ ଆଜି କଥାବାର୍ତ୍ତା କରିବେ PM ମୋଦି

  • Share this:
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିରେ ଭିଡିଓ କନଫରେନ୍ସିଂ ଜରିଆରେ ଜାତୀୟ ଶିଶୁ ପୁରସ୍କାର (PMRBP) ବିଜେତାମାନଙ୍କ ସହିତ ଯୋଗାଯୋଗ କରିବେ। ଏହି ଅବସରରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ସ୍ମୃତି ଜୁବିନ୍ ଇରାନୀ ଓ ରାଜ୍ୟ ମନ୍ତ୍ରୀ ଡ଼. ମୁଞ୍ଜପାରା ମହେନ୍ଦ୍ରଭାଇ ମଧ୍ୟ ଉପସ୍ଥିତ ରହିବେ। ପ୍ରୋଗ୍ରାମର ୱେବ୍ ପ୍ରସାରଣ ସକାଳ ୧୧:୩୦ ରୁ https://pmindiawebcast.nic.inରେ ହେବ।

ଅଭିନବତା, ଏକାଡେମିକ୍ ସଫଳତା, କ୍ରୀଡା, କଳା ଓ ସଂସ୍କୃତି, ସାମାଜିକ ପାଇଁ ପାଞ୍ଚ ବର୍ଷରୁ ନେଇ ୧୮ ବର୍ଷ ପର୍ଯ୍ୟନ୍ତ ଭାରତରେ ରହୁଥିବା ପିଲାମାନଙ୍କୁ ପ୍ରଧାନ ମନ୍ତ୍ରୀଙ୍କ ଜାତୀୟ ଶିଶୁ ପୁରସ୍କାର ପ୍ରଦାନ କରାଯାଇଥାଏ । ସେବା ଓ ବ୍ୟତିକ୍ରମ ଦକ୍ଷତା ତଥା ୬ଟି କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ଯେପରିକି ସାହସିକତା । ପ୍ରତ୍ୟେକ ପୁରସ୍କାର ପ୍ରାପ୍ତ ବିଜେତାଙ୍କୁ ପଦକ, ଏକ ଲକ୍ଷ ଟଙ୍କା ନଗଦ ପୁରସ୍କାର ଓ ଏକ ପ୍ରମାଣପତ୍ର ପ୍ରଦାନ କରାଯାଇଥାଏ।

ଏହି ଶିଶୁ ପୁରସ୍କାର ମାନ୍ୟବର ରାଷ୍ଟ୍ରପତିଙ୍କ ଦ୍ୱାରା ରାଷ୍ଟ୍ରିୟ ଭବନରେ ଏକ ସମାରୋହରେ ପ୍ରଦାନ କରାଯାଇଥାଏ। ପ୍ରଧାନ ମନ୍ତ୍ରୀ ମଧ୍ୟ ପ୍ରତିବର୍ଷ ଏହି ପୁରସ୍କାର ପ୍ରାପ୍ତ ବିଜେତାଙ୍କ ସହ ଯୋଗାଯୋଗ କରନ୍ତି । PMRBPର ବିଜେତାମାନେ ମଧ୍ୟ ପ୍ରତିବର୍ଷ ଗଣତନ୍ତ୍ର ଦିବସ ପରେଡରେ ଅଂଶଗ୍ରହଣ କରନ୍ତି। ତେବେ ଦେଶର କରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ନୂଆ ଦିଲ୍ଲୀରେ ପୁରସ୍କାର ବିତରଣର ଆୟୋଜନ କରିବା ସମ୍ଭବ ନୁହେଁ।

ଜାନୁଆରୀ ୨୪ରେ ଜାତୀୟ ବାଳିକା ଶିଶୁ ଦିବସ ଅବସରରେ ଓ ଆଜାଦି କା ଅମୃତ ମହୋତ୍ସବର ଏକ ଅଂଶ ଭାବରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି PMRBP-2022ର ବିଜେତାମାନଙ୍କ ସହିତ ଏକ ଭର୍ଚୁଆଲ୍ ମାଧ୍ୟମରେ ଯୋଗାଯୋଗ କରିବେ। ଏଥିରେ ପିଲାମାନେ ସେମାନଙ୍କ ଅଭିଭାବକ ଓ ସମ୍ପୃକ୍ତ ଜିଲ୍ଲାର ଜିଲ୍ଲା ମାଜିଷ୍ଟ୍ରେଟଙ୍କ ସହ ଜିଲ୍ଲା ମୁଖ୍ୟାଳୟରୁ ଏହି କାର୍ଯ୍ୟକ୍ରମରେ ଯୋଗଦେବେ।

ସମାରୋହରେ ପ୍ରଧାନ ମନ୍ତ୍ରୀ ବ୍ଲକ୍ ଚେନ୍ ଟେକ୍ନୋଲୋଜି ବ୍ୟବହାର କରି PMRBP 2022ର ବିଜେତାମାନଙ୍କୁ ଡିଜିଟାଲ୍ ସାର୍ଟିଫିକେଟ୍ ଉପସ୍ଥାପନ କରିବେ। ସମାନ କାର୍ଯ୍ୟରେ PMRBP-2021ର ବିଜେତାମାନଙ୍କୁ ସାର୍ଟିଫିକେଟ୍ ମଧ୍ୟ ଦିଆଯିବ, ଯେଉଁମାନଙ୍କୁ କରୋନା ପରିସ୍ଥିତି ହେତୁ ଗତ ବର୍ଷ ସାର୍ଟିଫିକେଟ୍ ମିଳିପାରିନଥିଲା। PMRBPର ପୁରସ୍କାର ପ୍ରାପ୍ତ ବିଜେତାଙ୍କୁ ପ୍ରମାଣପତ୍ର ପ୍ରଦାନ କରିବା ପାଇଁ ପ୍ରଥମ ଥର ପାଇଁ ବ୍ଲକ୍ ଚେନ୍ ଟେକ୍ନୋଲୋଜି ବ୍ୟବହୃତ ହେଉଛି।
Published by:Lipina Das
First published: