ଆଫଗାନିସ୍ତାନ ସଙ୍କଟକୁ ନେଇ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଆଜି ଯୋଗ ଦେବେ PM ମୋଦି

ଇଟାଲୀର ନିମନ୍ତ୍ରଣ କ୍ରମେ ଜି -୨୦ର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଫଗାନିସ୍ତାନ ଉପରେ ଶିଖର ସମ୍ମିଳନୀରେ ଭର୍ଚୁଆଲ ଅଂଶଗ୍ରହଣ କରିବେ।

ଆଫଗାନିସ୍ତାନ ସଙ୍କଟକୁ ନେଇ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଆଜି ଯୋଗ ଦେବେ PM ମୋଦି

ଆଫଗାନିସ୍ତାନ ସଙ୍କଟକୁ ନେଇ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଆଜି ଯୋଗ ଦେବେ PM ମୋଦି

  • Share this:
News18 Odia Digital

ନୂଆ ଦିଲ୍ଲୀ: ଆଜି ତଥା ମଙ୍ଗଳବାର ଦିନ ଆଫଗାନିସ୍ତାନ ସଙ୍କଟକୁ ନେଇ ଜି-୨୦ ଦେଶର ନେତାଙ୍କ ଶିଖର ସମ୍ମିଳନୀରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଭର୍ଚୁଆଲ ଅଂଶଗ୍ରହଣ କରିବେ। ଏହି ବୈଠକରେ ତାଲିବାନ କବଜା ପରେ ଆଫଗାନିସ୍ତାନର ସାମଗ୍ରିକ ପରିସ୍ଥିତି ଉପରେ ବ୍ୟାପକ ଆଲୋଚନାର ସମ୍ଭାବନା ରହିଛି ।

ବୈଠକରେ ପ୍ରଧାନ ମନ୍ତ୍ରୀଙ୍କ ଅଂଶଗ୍ରହଣ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ୨୦ଟି ପ୍ରମୁଖ ଅର୍ଥନୀତିର ଶିଖର ସମ୍ମିଳନୀରେ ଯେଉଁଠାରେ ଆଫଗାନିସ୍ତାନରେ ମାନବିକ ଆବଶ୍ୟକତା ଓ ସୁରକ୍ଷା ଉପରେ ଆଲୋଚନା ହେବ। ସମସ୍ତ ସ୍ଥାୟୀ ତଥା ଆମନ୍ତ୍ରିତ ଦେଶ ଆତଙ୍କବାଦ ତଥା ମାନବିକ ଅଧିକାର ବିରୋଧରେ ଲଢ଼େଇ ଉପରେ ଆଲୋଚନା କରିବେ ।

ମନ୍ତ୍ରଣାଳୟ କହିଛି ଯେ ବର୍ତ୍ତମାନର ଜି-୨୦ ଇଟାଲୀର ରାଷ୍ଟ୍ରପତି ନିମନ୍ତ୍ରଣ କ୍ରମେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆଫଗାନିସ୍ତାନ ଉପରେ ଜି-୨୦ ନେତାଙ୍କ ସମ୍ମିଳନୀରେ ଅଂଶଗ୍ରହଣ କରିବେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏଜେଣ୍ଡାକୁ ବିଷୟରେ କହିଲେ

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଏହି ବୈଠକରେ ମାନବିକ ଆବଶ୍ୟକତା ଓ ମୌଳିକ ସେବା ତଥା ଜୀବିକା ନିର୍ବାହ, ସୁରକ୍ଷା, ଆତଙ୍କବାଦ ବିରୋଧରେ ଲଢ଼େଇ, ଇମିଗ୍ରେସନ ଓ ମାନବିକ ଅଧିକାର ଉପରେ ଆଲୋଚନା ଅନ୍ତର୍ଭୁକ୍ତ ହେବ। ଯାହା ଏଜେଣ୍ଡା ମଧ୍ୟରେ ଅଛି।

ନ୍ୟୁୟର୍କରେ ମିଳିତ ଜାତିସଂଘର ସାଧାରଣ ସଭାର ବୈଠକରେ ଆଫଗାନିସ୍ତାନ ପ୍ରସଙ୍ଗରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର ନିକଟରେ ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ସହ ଏକ ବୈଠକ କରିଥିଲେ।

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ଜି-୨୦ ଏକ ଗୁରୁତ୍ୱପୂର୍ଣ୍ଣ ଫୋରମ୍ ଯାହା ମିଳିତ ଜାତିସଂଘ ଓ ଏହାର ଏଜେନ୍ସି ସମେତ ବହୁପକ୍ଷୀୟ ସଙ୍ଗଠନ ତଥା ବିଶ୍ବ ତଥା ଆଞ୍ଚଳିକ ଭାଗିଦାରୀ ମଧ୍ୟରେ ଆନ୍ତର୍ଜାତୀୟ ସହମତି ତଥା ସମନ୍ୱିତ ଆଭିମୁଖ୍ୟ ଗଠନ କରିବାରେ ସାହାଯ୍ୟ କରିବେ।

ପ୍ରଧାନ ମନ୍ତ୍ରୀ SCO CSTO ବୈଠକରେ ମଧ୍ୟ ଭାଗ ନେଇଥିଲେ

ଏହାପୂର୍ବରୁ, ଗତ ମାସରେ ସେପ୍ଟେମ୍ବର ୧୭ରେ, ପ୍ରଧାନ ମନ୍ତ୍ରୀ ଆଫଗାନିସ୍ତାନ ଉପରେ ମିଳିତ SCO CSTO ଆଉଟ୍ରିସନ୍ ଅଧିବେଶନରେ ମଧ୍ୟ ଭାଗ ନେଇଥିଲେ । ଏହି ସମୟରେ, ଏକ ସମ୍ବୋଧନରେ ପ୍ରଧାନ ମନ୍ତ୍ରୀ କହିଥିଲେ ଯେ ଆଫଗାନିସ୍ତାନରେ ସାମ୍ପ୍ରତିକ ବିକାଶ ହେତୁ ବିଦ୍ରୋହର ଏହି ଧାରା ଆହୁରି ବଢିପାରେ।

ଏହି ଅଞ୍ଚଳରେ ଆତଙ୍କବାଦ ମାମଲାରେ ଏସସିଓ 'ଜିରୋ ସହନଶୀଳତା' ଉପରେ ଆଚରଣ ବିଧି ପ୍ରସ୍ତୁତ କରିପାରନ୍ତି ବୋଲି ପ୍ରଧାନ ମନ୍ତ୍ରୀ ମତ ଦେଇଛଥିଲେ । ଆଫଗାନିସ୍ତାନରୁ ନିଶା, ଅସ୍ତ୍ରଶସ୍ତ୍ର ଓ ମାନବ ଚାଲାଣର ବିପଦ ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ। ଆଫଗାନିସ୍ତାନରେ ହୋଇଥିବା ମାନବିକ ସଙ୍କଟ ବିଷୟରେ ସେ ଆଫଗାନିସ୍ତାନର ଲୋକଙ୍କ ସହ ଭାରତର ଏକତାକୁ ଦୋହରାଇଛନ୍ତି।
Published by:Lipina Das
First published: