ମୋଦି ସୋସିଆଲ୍ ମିଡ଼ିଆରୁ ସମ୍ପୂର୍ଣ୍ଣ ହଟିଯିବା କଥା ଭାବୁଛନ୍ତି! ସେ ନିଜେ ଟ୍ୱିଟ କରି କହିଛନ୍ତି

ମୋଦି ଏହି ଟ୍ୱିଟ କରିବାର କିଛି ମିନିଟ ପରେ ସୋସିଆଲ ମିଡିଆରେ ଅସନ୍ତୋଷ ଦେଖାଦେଇଛି । ଲୋକେ ଚ଼କିତ ହୋଇଛନ୍ତି ଓ ତାଙ୍କୁ ସୋସିଆଲ୍ ମିଡ଼ିଆ ନ ଛାଡ଼ିବାକୁ ଅନୁରୋଧ କରିଚ଼ାଲିଛନ୍ତି ।

ମୋଦି ସୋସିଆଲ୍ ମିଡ଼ିଆରୁ ସମ୍ପୂର୍ଣ୍ଣ ହଟିଯିବା କଥା ଭାବୁଛନ୍ତି! ସେ ନିଜେ ଟ୍ୱିଟ କରି କହିଛନ୍ତି
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି (ଫାଇଲ୍‌ ଫଟୋ)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ଥିବା ନିଜ ସବୁ ସୋସିଆଲ ମିଡିଆ ଆକାଉଣ୍ଟ ଛାଡିବାର ସମ୍ଭାବନା ବ୍ୟକ୍ତ କରିଛନ୍ତି ।

‘‘ଏଇ ରବିବାର ଦିନ ମୁଁ ଫେସବୁକ୍, ଟ୍ୱିଟର, ଇନଷ୍ଟାଗ୍ରାମ ଓ ୟୁଟ୍ୟୁବରେ ମୋର ସୋସିଆଲ ମିଡିଆ ଆକାଉଣ୍ଟଗୁଡ଼ିକୁ ଛାଡିଦେବା ବିଷୟରେ ଭାବୁଛି । ମୁଁ ଆପଣମାନଙ୍କୁ ସେ ବିଷୟରେ ଜଣେଇବି,’’ ନିଜ ଆଧିକାରିକ ଟ୍ୱିଟର୍‌ ହ୍ୟାଣ୍ଡେଲରେ ସୋମବାର ରାତିରେ ମୋଦି କହିଛନ୍ତି ।

ପ୍ରଧାନ ମନ୍ତ୍ରୀ ଏହି ଟ୍ୱିଟ କରିବାର କିଛି ମିନିଟ ପରେ ସେ ସୋସିଆଲ ମିଡିଆ କାହିଁକି ଛାଡିବାକୁ ଚିନ୍ତା କରୁଛନ୍ତି ତାହା ଉପରେ ଲକ୍ଷାଧିକ ଲୋକ ପ୍ରତିକ୍ରିୟା ଦେଇଛନ୍ତି । ମୋଦିଙ୍କ ଏମିତି ଭାବନା ଯୋଗୁଁ ସୋସିଆଲ ମିଡିଆରେ ଅସନ୍ତୋଷ ମଧ୍ୟ ଦେଖାଦେଇଛି । #NoSir (ନା, ସାର୍‌) ହ୍ୟାସଟାଗ ଟ୍ୱିଟରରେ ଟ୍ରେଣ୍ଡିଂ କରିବା ଆରମ୍ଭ ହୋଇଯାଇଛି, ଆଉ ଲୋକେ ମୋଦିଙ୍କୁ ସୋସିଆଲ୍‌ ମିଡ଼ିଆ ନ ଛାଡ଼ିବାକୁ ଅନୁରୋଧ କରିଚ଼ାଲିଛନ୍ତି ।

ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ୱିଟ କରି ମୋଦିଙ୍କୁ ମୃଦୁ ସମାଲୋଚ଼ନା କରି ଏକ ଟ୍ୱିଟରେ ଲେଖିଛନ୍ତି: ‘‘ଆପଣ ଘୃଣା ଛାଡ଼ିଦିଅନ୍ତୁ, ସୋସିଆଲ ମିଡିଆ ଆକାଉଣ୍ଟ ସବୁ ଛାଡ଼ନ୍ତୁ ନାହିଁ’’ ।

ମୋଦି ବିଶ୍ୱର ବହୁ ଚ଼ର୍ଚ୍ଚିତ ରାଜନେତାମାନଙ୍କ ମଧ୍ୟରୁ ଅନ୍ୟତମ। ଟ୍ୱିଟରରେ ତାଙ୍କର ୫୩.୩ ନିୟୁତ (୫.୩୩ କୋଟି) ଫଲୋଅର୍ସ ଅଛନ୍ତି । ତାଙ୍କ ଫେସବୁକ ପୃଷ୍ଠାକୁ ୪.୪୫ କୋଟି ଲୋକ ଫଲୋ କରନ୍ତି । ତାଙ୍କ ୟୁଟ୍ୟୁବ୍ ଚ୍ୟାନେଲରେ ୪.୫ ନିୟୁତ ଗ୍ରାହକ ଅଛନ୍ତି । ତାଙ୍କ ଇନଷ୍ଟାଗ୍ରାମ ପୃଷ୍ଠାରେ ୩୨.୨ ନିୟୁତ ଫଲୋଅର୍ସ ଅଛନ୍ତି ।

ପ୍ରଧାନ ମନ୍ତ୍ରୀଙ୍କ କାର୍ଯ୍ୟାଳୟର ଟ୍ୱିଟର ହ୍ୟାଣ୍ଡେଲକୁ ୩୨ ନିୟୁତ ଲୋକ ଫଲୋ କରନ୍ତି ।

ଗତ ସେପ୍ଟେମ୍ବରରେ ମୋଦି ମାଇକ୍ରୋବ୍ଲଗିଂ ସାଇଟ୍‌ ଟ୍ୱିଟରରେ ମୋଦି ବିଶ୍ୱର ତୃତୀୟ ସର୍ବାଧିକ ଫଲୋଅର୍ସ ଥିବା ବ୍ୟକ୍ତି ଥିଲେ । ସେ କେବଳ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଓ ତାଙ୍କ ପୂର୍ବରୁ ରାଷ୍ଟ୍ରପତି ଥିବା ବାରାକ ଓବାମାଙ୍କ ପଛରେ ଥିଲେ ।

ଟ୍ୱିଟରରେ ୫୦ ନିୟୁତ (୫ କୋଟି) ଫଲୋଅର୍ସ ସଂଖ୍ୟା ଅତିକ୍ରମ କରିଥିବା h୍ରଥମ ଭାରତୀୟ ହୋଉଛନ୍ତି ମୋଦି ।

ଗତ ମାସ ଭାରତ ଗସ୍ତରେ ଆସିବା ପୂର୍ବରୁ ନିଜ ଫେସବୁକରେ ଥିବା ଅନୁଗାମୀ (ଫଲୋଅର୍ସ)ଙ୍କ ସଂଖ୍ୟା ବିଷୟରେ ମନ୍ତବ୍ୟ ଦେଇ ଆମେରିକାର ରାଷ୍ଟ୍ରପତି ଡ଼ୋନାଲ୍ଡ ଟ୍ରମ୍ପ କହିଥିଲେ ଯେ ‘‘୧.୫ ବିଲିୟନ (୧୫୦ କୋଟି)’’ ଭାରତୀୟଙ୍କର ପ୍ରତିନିଧିତ୍ବ କରୁଥିବା ଭାରତର ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫେସବୁକରେ ସଫଳତା ପାଇବା ସହଜ ହେଉଛି କାରଣ ଆମେରିକା ତୁଳନାରେ ଭାରତର ଜନସଂଖ୍ୟା ଖୁବ୍‌ ଅଧିକ ।

‘‘ମୁଁ ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଥିଲି, ‘ଆପଣ ଜାଣନ୍ତି ଯେ ଆପଣଙ୍କ ପାଖରେ (ଭାରତରେ) ୧.୫ ବିଲିୟନ (୧୫୦ କୋଟି) ଲୋକ ଅଛନ୍ତି । ମୋ’ ପାଖରେ (ଆମେରିକାରେ) ୩୫୦ ମିଲିୟନ (୩୫ କୋଟି) ଅଛନ୍ତି । ଆପଣଙ୍କ ପାଇଁ (ଫେସବୁକରେ ଫଲୋଅର୍ସ୍‌ ପାଇବା) ଟିକେ ସହଜ ହେଉଛି,’’ କହିଥିଲେ ‘ଟ୍ରମ୍ପ୍‌।

ଆଧିକାରିକ ଅନୁମାନ ଅନୁସାରେ ବର୍ତ୍ତମାନ ଭାରତର ଜନସଂଖ୍ୟା ୧.୩ ବିଲିୟନ (୧୩୦ କୋଟି) ଥିବା ବେଳେ  ଆମେରିକାର ଜନସଂଖ୍ୟା ୩୨୫ ମିଲିୟନ (୩୨.୫ କୋଟି) ହୋଇଥିବା ଅନୁମାନ କରାଯାଉଛି । ବର୍ତ୍ତମାନ ମୋଦିଙ୍କୁ ଫେସବୁକରେ ୪.୫ କୋଟି ଲୋକ ଫଲୋ କରୁଥିବା ବେଳେ ଡ଼ୋନାଲଡ଼ ଟ୍ରମ୍ପଙ୍କୁ ୨୭ ମିଲିୟନ (୨.୭ କୋଟି) ଲୋକ ଫଲୋ କରୁଛନ୍ତି ।
First published: March 3, 2020, 1:22 AM IST
corona virus btn
corona virus btn
Loading