ଭାଇରାଲ ଭିଡ଼ିଓ (ପ୍ରତୀକାତ୍ମକ ଛବି) News18 Odia Last Updated : September 30, 2022, 16:19 IST Other, India News18 Odia Digitalଗାନ୍ଧି ନଗର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁଜରାଟ ଗସ୍ତରେ ଅଛନ୍ତି। ଏହି ସମୟରେ ଏକ ଭିଡ଼ିଓ ସାମ୍ନାକୁ ଆସିଛି। ଏକ ଆମ୍ବୁଲାନ୍ସକୁ ଯିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଗାଡିକୁ ଅଟକାଇଦେଇଥିଲେ। ପ୍ରଧାନମନ୍ତ୍ରୀ ମୋଦି ଅହମ୍ମଦାବାଦରୁ ଗାନ୍ଧିନଗର ଅଭିମୁଖେ ଯାତ୍ରା କରୁଥିବାବେଳେ ଏପରି ଘଟଣା ଘଟିଛି। ସେମି ହାଇ ସ୍ପିଡ୍ ଟ୍ରେନ୍ ବନ୍ଦେ ଭାରତ ଉଦଘାଟନ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଗାନ୍ଧି ନଗରରେ ପହଞ୍ଚିଥିଲେ। ଏହି ଟ୍ରେନ୍ ଗାନ୍ଧି ନଗରରୀ ମୁମ୍ବାଇ ପର୍ଯ୍ୟନ୍ତ ଚାଲିବ। ପ୍ରଧାନମନ୍ତ୍ରୀ ମୋଦି ସକାଳ ପ୍ରାୟ ୧୦.୩୦ ସମୟରେ ଗାନ୍ଧିନଗର ରେଳ ଷ୍ଟେସନରୁ ବନ୍ଦେ ଭାରତ ଟ୍ରେନକୁ ସବୁଜ ପତାକା ଦେଖାଇଥିଲେ।
Published by: Soumya Das
First published: September 30, 2022, 16:19 IST
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।