UNରେ ମୋଦୀଙ୍କ ଭାଷଣ: ‘‘ନିଷ୍ପତ୍ତି ନେଉଥିବା ପରିଷଦରୁ ଭାରତକୁ ଆଉ କେତେ ଦିନ ବାହାରେ ରଖାଯିବ?’’

ଚୀନକୁ ଛାଡ଼ି UNSCର ଅନ୍ୟ ଚାରିଟି ସ୍ଥାୟୀ ସଦସ୍ୟ ଦେଶ ମିଳିତ ଜାତିସଙ୍ଘର ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ପାଇଁ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇଛନ୍ତି । ଜାତିସଙ୍ଘର ୫୦ଟି ଶାନ୍ତି ମିଶନରେ ଭାରତର ଅବଦାନ ଅଛି ବୋଲି ମୋଦୀ କହିଛନ୍ତି ।

ମିଳିତ ଜାତିସଙ୍ଘର ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ମିଳିତ ଜାତିସଙ୍ଘର ସାଧାରଣ ସଭାକୁ ସମ୍ବୋଧିତ କରୁଛନ୍ତି ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ।

  • News18 Odia
  • Last Updated :
  • Share this:
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀ ମିଳିତ ଜାତିସଙ୍ଘ ସୁରକ୍ଷା ପରିଷଦର (United Nations Security Council, UNSC) ସ୍ଥାୟୀ ସଦସ୍ୟ ଭାବରେ ଭାରତକୁ ଅନ୍ତର୍ଭୁକ୍ତ କରିବା ପାଇଁ ଦୃଢ଼ ଭାବେ ଦାବି କରି ପଚାରିଛନ୍ତି ଆଉ କେତେ ଦିନ ଭାରତକୁ ଏହି ବିଶ୍ୱ ସଂସ୍ଥାର ନିଷ୍ପତ୍ତି ନେଉଥିବା ପରିଷଦରୁ ବାହାରେ ରଖାଯିବ ।

ମିଳିତ ଜାତିସଙ୍ଘର ସାଧାରଣ ସଭାର (UN General Assembly) ୭୫ତମ ଅଧିବେଶନକୁ ଭିଡିଓ କନଫେରେନସିଂରେ ସମ୍ବୋଧିତ କରି ଶନିବାର ଦିନ ପ୍ରଧାନ ମନ୍ତ୍ରୀ ମିଳିତ ଜାତିସଙ୍ଘରେ ସଂସ୍କାର ଆଣିବାକୁ ଆହ୍ୱାନ ଦେଇଛନ୍ତି । ସେ କହିଛନ୍ତି ଯେ ମିଳିତ ଜାତିସଙ୍ଘରେ ଭାରତର ସମ୍ପ୍ରସାରିତ ଭୂମିକା ପାଇଁ ପ୍ରତ୍ୟେକ ଭାରତୀୟ ଇଚ୍ଛା କରନ୍ତି କାରଣ ସେମାନେ ବିଶ୍ୱ ସ୍ତରରେ ଭାରତର ଅବଦାକୁ ଦେଖୁଛନ୍ତି (PM Modi address at UN General Assembly)।

ହିନ୍ଦୀରେ ପୂର୍ବରୁ ରେକର୍ଡ଼ ହୋଇଥିବା ତାଙ୍କର ଏହି ଭିଡିଓ ଷ୍ଟେଟମେଣ୍ଟ ନ୍ୟୁୟର୍କର ୟୁଏନଜିଏ ହଲରେ ପ୍ରସାରିତ ହୋଇଥିଲା । କରୋନା ଭାଇରସ୍ ମହାମାରୀ (coronavirus pandemic) ମଧ୍ୟରେ ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ ଆୟୋଜିତ ହୋଇଥିଲା ।

“ଆଜି ଭାରତର ଲୋକେ ଚିନ୍ତିତ ଅଛନ୍ତି ଯେ ଏହି ସଂସ୍କାର ପ୍ରକ୍ରିୟା ଏହାର ଯୁକ୍ତିଯୁକ୍ତ ସିଦ୍ଧାନ୍ତରେ ପହଞ୍ଚିବ କି ନାହିଁ । ମିଳିତ ଜାତିସଙ୍ଘର ନିଷ୍ପତ୍ତି ଗଠନ ପରିଷଦରୁ ଭାରତକୁ କେତେ ଦିନ ବାହାରେ ରଖାଯିବ?” ୟୁଏନଜିଏରେ ପ୍ରଧାନ ମନ୍ତ୍ରୀ ମୋଦୀ ପଚାରିଛନ୍ତି ।

ଏହା ଏକ ସତ୍ୟ ଯେ ଭାରତରେ ୧୩୦ କୋଟି ଲୋକଙ୍କ ମଧ୍ୟରେ ଜାତିସଙ୍ଘ ପ୍ରତି ବିପୁଳ ବିଶ୍ୱାସ ଓ ସମ୍ମାନ ରହିଛି ବୋଲି ନିଜ ୨୨ ମିନିଟର ଭାଷଣରେ ମୋଦୀ କହିଛନ୍ତି (PM Modi address at UNGA)।

“ଯେତେବେଳେ ଆମେ ଶକ୍ତିଶାଳୀ ଥିଲୁ, ଆମେ କେବେ ବି ବିଶ୍ୱ ପାଇଁ ବିପଦ ନ ଥିଲୁ । ଯେତେବେଳେ ଆମେ ଦୁର୍ବଳ ଥିଲୁ, ଆମେ କେବେ ବି ଦୁନିଆ ଉପରେ ବୋଝ ହୋଇ ନ ଥିଲୁ । ଦେଶରେ ଘଟୁଥିବା ପରିବର୍ତ୍ତନଶୀଳ ପରିବର୍ତ୍ତନ ବିଶ୍ୱର ଏକ ବଡ଼ ଅଂଶକୁ ପ୍ରଭାବିତ କରୁଥିବା ବେଳେ ଦେଶକୁ ଆଉ କେତେ ସମୟ ଅପେକ୍ଷା କରିବାକୁ ପଡ଼ିବ?’’ କହିଛନ୍ତି ମୋଦୀ (PM Modi address at UN General Assembly)।

“ଭାରତ ଏକ ଏମିତି ଦେଶ ଯେଉଁଠି ଶହ ଶହ ଭାଷା, ଶହ ଶହ ଉପଭାଷା, ଅନେକ ସମ୍ପ୍ରଦାୟ ଓ ଅନେକ ଆଦର୍ଶ ରହିଛି । ଏହା ଏକ ଦେଶ ଯିଏ ଶତାବ୍ଦୀ ଶତାବ୍ଦୀ ଧରି ବିଶ୍ୱର ଏକ ଉଚ୍ଚସ୍ତରୀୟ ଅର୍ଥବ୍ୟବସ୍ଥା ଥିଲା ଓ ଶହ ଶହ ବର୍ଷର ବିଦେଶୀ ଶାସନ ସହିଥିଲା । ବିଶେଷ କରି ଏହି ଦେଶରେ ଘଟୁଥିବା ପରିବର୍ତ୍ତନଶୀଳ ପରିବର୍ତ୍ତନ ଘଟଣାଗୁଡ଼ିକ ବିଶ୍ୱର ଏକ ବଡ଼ ଅଂଶକୁ ପ୍ରଭାବିତ କରୁଥିବା ବେଳେ ଦେଶକୁ ଆଉ କେତେ ସମୟ ଅପେକ୍ଷା କରିବାକୁ ପଡ଼ିବ?” ସେ ପଚାରିଲେ ।

ବଗତ ଦଶନ୍ଧିଗୁଡ଼ିକ ମଧ୍ୟରେ ଜାତିସଙ୍ଘର ପ୍ରାୟ ୫୦ଟି ଶାନ୍ତି ମିଶନରେ ଭାରତର ଅବଦାନ ବିଷୟରେ ବି ଉଲ୍ଲେଖ କରିଛନ୍ତି ମୋଦୀ (PM Modi address at UNGA)।

“ସମଗ୍ର ବିଶ୍ୱର କଲ୍ୟାଣକୁ ଭାରତ ସର୍ବଦା ପ୍ରାଧାନ୍ୟ ଦେଇଥାଏ । ଭାରତ ହେଉଛି ସେହି ଦେଶ ଯିଏ ନିଜର ସାହସୀ ସୈନିକମାନଙ୍କୁ ଶାନ୍ତି ବଜାୟ ରଖିବା ପାଇଁ ସାରା ବିଶ୍ୱରେ ପ୍ରାୟ ୫୦ଟି ଶାନ୍ତି ରକ୍ଷା ମିଶନକୁ ପଠାଇଛି । ଭାରତ ହେଉଛି ସେହି ଦେଶ ଯିଏ ଶାନ୍ତି ବଜାୟ ରଖିବାର ଉଦ୍ୟମରେ ସର୍ବାଧିକ ସାହସୀ ସୈନିକଙ୍କୁ ହରାଇଛି । ମିଳିତ ଜାତିସଙ୍ଘରେ ଭାରତର ଅବଦାନକୁ ଦେଖି ଆଜି ପ୍ରତ୍ୟେକ ଭାରତୀୟ ଜାତିସଙ୍ଘରେ ଭାରତର ବିସ୍ତାରିତ ଭୂମିକା ପାଇଁ ଇଚ୍ଛା କରୁଛି,’’ କହିଛନ୍ତି ମୋଦୀ ।

ଚୀନକୁ ଛାଡ଼ି UNSCର ଅନ୍ୟ ଚାରିଟି ସ୍ଥାୟୀ ସଦସ୍ୟ ଦେଶ ମିଳିତ ଜାତିସଙ୍ଘର ସୁରକ୍ଷା ପରିଷଦରେ ସ୍ଥାୟୀ ଆସନ ପାଇଁ ଭାରତର ପ୍ରାର୍ଥୀତ୍ୱକୁ ସମର୍ଥନ ଜଣାଇଛନ୍ତି ।

ଶକ୍ତିଶାଳୀ ଜାତିସଙ୍ଘ ସୁରକ୍ଷା ପରିଷଦରେ (UNSC) ଜାନୁଆରୀ ୧, ୨୦୨୧ରୁ ଦୁଇ ବର୍ଷ ପାଇଁ ଭାରତ ନିର୍ବାଚିତ ଅଣ-ସ୍ଥାୟୀ ସଦସ୍ୟ ଭାବରେ ଆସନ ଗ୍ରହଣ କରିବ । ଏହି ପଦରେ ରହି ଭାରତ ‘‘୫S ନୀତି’’ ଗ୍ରହଣ କରିବ । ଏହା ହେଉଛି ସମ୍ମାନ (respect) ସମ୍ବାଦ (dialogue), ସହଯୋଗ (cooperation), ଶାନ୍ତି (peace) ଓ ସମୃଦ୍ଧି (prosperity) ।

ଦେଖନ୍ତୁ ଓ ଶୁଣନ୍ତୁ ମୋଦୀଙ୍କ ଭାଷଣ:



ପାକିସ୍ତାନର ପ୍ରତିକ୍ରିୟା

ପାକିସ୍ତାନ ପ୍ରଧାନ ମନ୍ତ୍ରୀ ଇମ୍ରାନ ଖାନ୍‌ (Pakistan Prime Minister Imran Khan) ଜାତିସଙ୍ଘର ସାଧାରଣ ସଭାକୁ ସମ୍ବୋଧିତ କରି ଭାରତ ସରକାରଙ୍କୁ କଶ୍ମୀର ପ୍ରସଙ୍ଗରେ (Kashmir issue) ସମାଲୋଚନା କରିବା ପରେ ପ୍ରଧାନ ମନ୍ତ୍ରୀ ମୋଦୀଙ୍କ ଭାଷଣ ଆସିଛି ।

ଏହା ବି ପଢ଼ନ୍ତୁ | ବର୍ଷା-ଅନୁଭବ ବିବାଦ: ଛାଡ଼ପତ୍ର ମାମଲାକୁ କଟକ ସ୍ଥାନାନ୍ତର ଦାବି କରି ସୁପ୍ରିମ କୋର୍ଟ ଗଲେ ବର୍ଷା

ଏହା ବି ପଢ଼ନ୍ତୁ | NIAକୁ ବଡ଼ ସଫଳତା: ପଶ୍ଚିମ ବଙ୍ଗ ଓ କେରଳରୁ ଗିରଫ ହେଲେ ୯ ଜଣ ସନ୍ଦିଗ୍ଧ Al Qaeda ଆତଙ୍କୀ

ପୂର୍ବରୁ ରେକର୍ଡ ହୋଇଥିବା ଏକ ଭିଡିଓ ବିବୃତ୍ତିରେ ଖାନ୍‌ ଶୁକ୍ରବାର ଦିନ ଭାରତ ଓ କଶ୍ମୀର ପ୍ରସଙ୍ଗରେ ବାରମ୍ବାର କହିଥିଲେ । ଜମ୍ମୁ କାଶ୍ମୀରରେ “ସରକାରଙ୍କ ଆତଙ୍କବାଦ” ଓ “ମାନବିକତା ବିରୋଧରେ ଅପରାଧ” ସହିତ ଜଡ଼ିତ ଥିବା ଭାରତୀୟ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବିଶ୍ୱ ସମୁଦାୟକୁ ସେ ଆହ୍ୱାନ ଦେଇଥିଲେ ।



ଆତଙ୍କବାଦକୁ ପାକିସ୍ତାନ ନିରନ୍ତର ସମର୍ଥନ ଦେଉଥିବାରୁ ସେହି ଦେଶ ବିଶ୍ୱ ସୁରକ୍ଷା ପ୍ରତି ଏକ ବିପଦ ବୋଲି କହି ଭାରତ ଇମ୍ରାନ ଖାନଙ୍କ ବିବୃତିକୁ ଖାରଜ କରିଦେଇଛି । ସାଧାରଣ ସଭାରେ ଉପସ୍ଥିତ ଥିବା ଭାରତୀୟ ପ୍ରତିନିଧି ଜାତିସଙ୍ଘରେ ଭାରତୀୟ ମିଶନର ପ୍ରଥମ ସଚିବ ମିଜିଟୋ ଭିନିଟୋ (Mijito Vinito) ଇମ୍ରାନ ଖାନଙ୍କ ଭିଡିଓ ଷ୍ଟେଟମେଣ୍ଟ ଆରମ୍ଭ ହେବା ପରେ ହଲରୁ ବାହାରକୁ ଚାଲିଯାଇଥିଲେ ।
Published by:Anand Shankar Thankur Das
First published: