News18 Odia Digital
ନୂଆ ଦିଲ୍ଲୀ: ଟେକ୍ନୋଲୋଜି ଓ ପ୍ରତିଭା ହେଉଛି ଭାରତର ଅଭିବୃଦ୍ଧି ଯାତ୍ରାର ଦୁଇଟି ସ୍ତମ୍ଭ। ଟେକ୍ନୋଲୋଜି ଉପରେ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଏପରି କହିଛନ୍ତି।
ଦ୍ୱିତୀୟ ମିଳିତ ଜାତିସଂଘର ବିଶ୍ୱ ଭୂଗୋଳ ସମ୍ବନ୍ଧୀୟ ସୂଚନା ସମ୍ମିଳନୀରେ ଏକ ଭିଡିଓ ବାର୍ତ୍ତାରେ ମୋଦି କହିଛନ୍ତି ଯେ ଦେଶ ସ୍ୱପ୍ନକୁ ସାକାର କରିବା ଦିଗରେ କାର୍ଯ୍ୟ କରୁଛି। ଧାଡିର ଶେଷରେ ଠିଆ ହୋଇଥିବା ବ୍ୟକ୍ତିଙ୍କୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି। ଏହା ଏପରି ଏକ ଅଭିଯାନ, ଯାହା ଆମକୁ ଶେଷ ଧାଡିରେ ଠିଆ ହୋଇଥିବା ବ୍ୟକ୍ତିଙ୍କ ସଶକ୍ତିକରଣ ପାଇଁ ଏକ ବଡ଼ ମାର୍ଗରେ ମାର୍ଗଦର୍ଶନ କରିଛି।
ମୋଦି କହିଛନ୍ତି, ବ୍ୟାଙ୍କିଙ୍ଗ ସୁବିଧା ବିନା ୪୫ କୋଟି ଲୋକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଦିଆଯାଇଥିଲା। ଏହି ଜନସଂଖ୍ୟା ଆମେରିକାର ଜନସଂଖ୍ୟା ଅପେକ୍ଷା ଅଧିକ। ବୀମା ସୁବିଧା ବିନା ୧୩.୫୫ ନିୟୁତ ଲୋକ ବୀମାଭୁକ୍ତ ହୋଇଥିଲେ ଓ ଏହି ଜନସଂଖ୍ୟା ଫ୍ରାନ୍ସର ଜନସଂଖ୍ୟା ସହିତ ସମାନ। ଏକାଦଶ କୋଟି ପରିବାରକୁ ପରିମଳ ସୁବିଧା ଏବଂ ୬୦ କୋଟିରୁ ଅଧିକ ପରିବାରକୁ ଟ୍ୟାପ୍ ଜଳ ଯୋଗାଇ ଭାରତ ନିଶ୍ଚିତ କରୁଛି ଯେ କେହି ପଛରେ ନ ରହି ଯାଆନ୍ତୁ।
ତତକ୍ଷଣାତ୍ ଡିଜିଟାଲ୍ ପେମେଣ୍ଟ ପାଇଁ ଭାରତ ବିଶ୍ୱରେ ଶୀର୍ଷରେ ରହିଛି ଓ ଛୋଟ ବିକ୍ରେତାମାନେ ମଧ୍ୟ ଡିଜିଟାଲ୍ ପେମେଣ୍ଟ ଗ୍ରହଣ କରନ୍ତି କିମ୍ବା ପସନ୍ଦ କରୁଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, “ ଆମେ ଦୁନିଆର ଟପ୍ ଷ୍ଟାର୍ଟଅପ୍ ହବ୍। ୨୦୨୧ ପରଠାରୁ ଦେଶରେ ୟୁନିକର୍ଣ୍ଣ ଷ୍ଟାର୍ଟ ଅପ୍ ସଂଖ୍ୟା ପ୍ରାୟ ଦ୍ୱିଗୁଣିତ ହୋଇଛି। ଏହା ଭାରତର ଯୁବ ଜନସଂଖ୍ୟା କାରଣରୁ ହେଉଛି। ସମ୍ମିଳନୀରେ କୋଭିଡ ମହାମାରୀ ବିରୁଦ୍ଧରେ ଲଢେଇ ନେଇ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।