ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ଦିନକୁ ଥରେ ଖାଦ୍ୟ ଖାଉଛନ୍ତି PM ମୋଦି; ଜାଣନ୍ତୁ କ'ଣ ରହିଛି ଏହାର ରହସ୍ୟ…

ଦିନକୁ ଥରେ ଖାଦ୍ୟ ଖାଉଛନ୍ତି PM ମୋଦି; ଜାଣନ୍ତୁ କ'ଣ ରହିଛି ଏହାର ରହସ୍ୟ…

କଠୋର ନିତ୍ୟକର୍ମ ପାଇଁ ଜଣାଶୁଣା, ପିଏମ ମୋଦି ବର୍ତ୍ତମାନ ଦିନରେ କେବଳ ଥରେ ଖାଉଛନ୍ତି ଖାଦ୍ୟ। ସ୍ବର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସହ କଥାବାର୍ତ୍ତା ସମୟରେ ଏହାର ଖୁଲାସା କରିଥିଲେ ମୋଦି ।

ଦିନକୁ ଥରେ ଖାଦ୍ୟ ଖାଉଛନ୍ତି PM ମୋଦି; ଜାଣନ୍ତୁ କ'ଣ ରହିଛି ଏହାର ରହସ୍ୟ…
ଦିନକୁ ଥରେ ଖାଦ୍ୟ ଖାଉଛନ୍ତି PM ମୋଦି
  • News18 Odia
  • Last Updated: August 19, 2021, 4:46 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ନିକଟରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ବାସଭବନରେ ଟୋକିଓ ଅଲିମ୍ପିକ୍ସର ବିଜେତାମାନଙ୍କ ସହିତ ଜଳଖିଆ ବୈଠକ କରିଥିଲେ। ଏହି ସମୟରେ ସେ ଖେଳାଳିଙ୍କ ସହ ଅନେକ ପ୍ରସଙ୍ଗରେ କଥା ହୋଇଥିଲେ, କିନ୍ତୁ ଏହା ସହ ପ୍ରଧାନ ମନ୍ତ୍ରୀ ତାଙ୍କର ଖାଇବା ପିଇବା ବିଷୟରେ ମଧ୍ୟ ପ୍ରକାଶ କରିଥିଲେ। କଠୋର ନିତ୍ୟକର୍ମ ପାଇଁ ଜଣାଶୁଣା, ପିଏମ ମୋଦି ବର୍ତ୍ତମାନ ଦିନରେ କେବଳ ଥରେ ଖାଉଛନ୍ତି । ଏକଥା ଆମେ କହୁନାହୁଁ ଏହାର ଖୁଲାସା ସେ ନିଜେ କରିଥିଲେ ।

ପ୍ରଧାନ ମନ୍ତ୍ରୀ ସରକାରୀ ବାସଭବନରେ ଖେଳାଳିଙ୍କୁ ଭେଟିଥିଲେ। ସୂଚନା ଅନୁଯାୟୀ ସମସ୍ତଙ୍କୁ ନିଜ ପସନ୍ଦର ଖାଦ୍ୟ ପରିବେଷଣ କରାଯାଇଥିଲା । ଗଣ ମାଧ୍ୟମ ରିପୋର୍ଟ ଅନୁଯାୟୀ, ଏହି ବୈଠକରେ ସେ କହିଥିଲେ ଯେ ସେ ଚର୍ତୁ ମାସିଆରେ କେବଳ ଥରେ ଖାଇଥା’ନ୍ତି।

ଏହି ସଭାର ଭିଡିଓ ଭାରତୀୟ ଜନତା ପାର୍ଟିର ଟ୍ୱିଟର ହ୍ୟାଣ୍ଡେଲରେ ମଧ୍ୟ ଶେୟାର କରାଯାଇଛି, ଯେଉଁଥିରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ବିଷୟରେ ମୋଦି ସ୍ୱର୍ଣ୍ଣ ପଦକ ବିଜେତା ନୀରଜ ଚୋପ୍ରାଙ୍କ ସହ ଅନ୍ୟ ଖେଳାଳିଙ୍କୁ କହୁଥିବାର ନଜର ଆସୁଛନ୍ତି ।

ଚୋପ୍ରାଙ୍କ ସହ ବାର୍ତ୍ତାଳାପ ସମୟରେ ପିଏମ ମୋଦି ତାଙ୍କୁ ତାଙ୍କର ପ୍ରିୟ ଖାଦ୍ୟ ଚୁରମା ପ୍ରଦାନ କରିଥିଲେ। ଏଥି ସହିତ ଖେଳାଳିମାନେ ପିଏମ ମୋଦିଙ୍କୁ ମଧ୍ୟ ସେମାନଙ୍କ ସହ ଖାଇବାକୁ କହିଥିଲେ। ଏହାର ଉତ୍ତରରେ ପ୍ରଧାନ ମନ୍ତ୍ରୀ କହିଥିଲେ ଯେ ସେ ଚର୍ତୁ ମାସିଆରେ ଦିନକୁ ଥରେ ଖାଦ୍ୟ ଖାଆନ୍ତି। ହିନ୍ଦୁ କ୍ୟାଲେଣ୍ଡରରେ ଚର୍ତୁ ମାସିଆରେ ଚାରି ମାସର ଅବଧି ରହିଥାଏ। ଏହି ମାସରେ ପ୍ରାୟ ଲୋକେ ଉପବାସ କରନ୍ତି ।
Published by: Lipina Das
First published: August 19, 2021, 4:46 PM IST