ହିମାଚଳରେ ପିଏମ ମୋଦି ମାଗିଲେ ଆଉ ଏକ ସୁଯୋଗ

ଯେବେ ପର୍ଯ୍ୟନ୍ତ କଂଗ୍ରେସ ସରକାର କ୍ଷମତାରେ ଥିଲା, ପ୍ରତିରକ୍ଷା କାରବାରରେ ହଜାରେ କୋଟି ଟଙ୍କା ମୂଲ୍ୟର ଘୋଟାଲା କରିଥିଲା।

ହିମାଚଳରେ ପିଏମ ମୋଦି ମାଗିଲେ ଆଉ ଏକ ସୁଯୋଗ

ହିମାଚଳରେ ପିଏମ ମୋଦି ମାଗିଲେ ଆଉ ଏକ ସୁଯୋଗ

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ପକ୍ଷରୁ ନିର୍ବାଚନ ପ୍ରଚାରକୁ ଓହ୍ଲାଇଛନ୍ତି । ଆଜି ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଅଭିଯାନର ଏକ ଅଂଶ ଭାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପିକୁ ସମର୍ଥନ କରି ଦୁଇଟି ସାଧାରଣ ସଭାକୁ ସମ୍ବୋଧିତ କରିବେ। ବର୍ତ୍ତମାନ ସେ ସୁନ୍ଦର ନଗରରେ ଏକ ସାଧାରଣ ସଭାରେ ସମ୍ବୋଧିତ କରୁଛନ୍ତି । ଯେଉଁଠାରେ ସେ ବିଜେପିକୁ ଆଉ ଏକ ସୁଯୋଗ ଦେବାକୁ ଲୋକଙ୍କୁ ନିବେଦନ କରିଥିଲେ । ଏଥି ସହ ସେ କଂଗ୍ରେସ ଉପରେ ଅଭିଯୋଗ ଆଣିଛନ୍ତି ଯେ, ସେମାନେ ହିମାଚଳ ପ୍ରଦେଶର ଲୋକଙ୍କୁ ପ୍ରତାରଣାରେ ରଖିଛନ୍ତି ଓ ବିକାଶ ହେବାକୁ ଦେଇ ନାହାଁନ୍ତି ।

ସୁନ୍ଦରଗଡରେ ରାଲି କରିବା ପରେ ପ୍ରଧାନମନ୍ତ୍ରୀ ମୋଦି ସୋଲାନରେ ସାଧାରଣ ସଭାକୁ ସମ୍ବୋଧିତ କରିବେ । ଏହାପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ପଞ୍ଜାବର ଅମୃତସରରେ ପହଞ୍ଚି ସେଠାରେ ବ୍ୟାସ ସ୍ଥିତ ରାଧା ସ୍ବାମୀ ସତସଙ୍ଗର ମୁଖ୍ୟ ବାବା ଗୁରୁନ୍ଦର ସିଂ ଢ଼ିଲ୍ଲୋନଙ୍କୁ ଭେଟିଥିଲେ । ହିମାଚଳ ପ୍ରଦେଶରେ ବିଧାନସଭା ନିର୍ବାଚନ ପାଇଁ ଭୋଟ୍ ନଭେମ୍ବର ୧୨ ରେ ହେବ ।

ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଗତ ଅଢେଇ ବର୍ଷ ମଧ୍ୟରେ ହିମାଚଳବାସୀ ବିଶ୍ୱରେ ଏତେ ବଡ ମହାମାରୀର ସମ୍ମୁଖୀନ ହୋଇଛନ୍ତି । ବିଜେପି ସରକାରଙ୍କ ଅଧୀନରେ ହିମାଚଳ ଦେଶରେ ପ୍ରଥମ ହୋଇ ୧୦୦ ପ୍ରତିଶତ ଟୀକାକରଣ ଲକ୍ଷ୍ୟ ହାସଲ କରିଥିଲା।

କଂଗ୍ରେସ ଉପରେ ବର୍ଷି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ପ୍ରତିରକ୍ଷା ଉପକରଣ ପ୍ରସଙ୍ଗରେ ଦେଶ ଆତ୍ମନିର୍ଭରଶୀଳ ହେବାକୁ କଂଗ୍ରେସ କେବେ ଚାହୁଁ ନାହିଁ । ସେନା ପାଇଁ ପ୍ରତ୍ୟେକ କ୍ରୟରେ କମିଶନ ଚାହୁଁଥିଲେ, ତାଙ୍କ ନେତାଙ୍କ ମୁଣି ଭରିବାକୁ ଚାହୁଁଥିଲେ । ସ୍ୱାଧୀନତା ପରେ ଦେଶର ପ୍ରଥମ ଘୋଟାଲା ନିଜେ ପ୍ରତିରକ୍ଷା କ୍ଷେତ୍ରରେ କଂଗ୍ରେସ କରିଥିଲା । ସେହି ଦିନଠାରୁ ଯେବେ ପର୍ଯ୍ୟନ୍ତ କଂଗ୍ରେସ ସରକାର କ୍ଷମତାରେ ଥିଲା, ପ୍ରତିରକ୍ଷା କାରବାରରେ ହଜାରେ କୋଟି ଟଙ୍କା ମୂଲ୍ୟର ଘୋଟାଲା କରିଥିଲା।
Published by:Soubhagya Mishra
First published: