ଦେଓଘର ବିମାନ ବନ୍ଦରର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଓଘର ବିମାନବନ୍ଦରର ଉଦଘାଟନ କରିବେ। ୧୬ ହଜାର ୮୦୦ କୋଟି ଟଙ୍କା ବ୍ୟୟରେ ବିକାଶମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରିବେ ମୋଦି ।

ପିଏମ ନରେନ୍ଦ୍ର ମୋଦି (ପ୍ରତୀକାତ୍ମକ ଛବି)

ପିଏମ ନରେନ୍ଦ୍ର ମୋଦି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଦେଶ ଆଜି ଅନ୍ୟ ଏକ ବିମାନବନ୍ଦରର ଉପହାର ପାଇବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଦେଓଘର ବିମାନବନ୍ଦରର ଉଦଘାଟନ କରିବେ। ଦେଓଘର ୧୬ ହଜାର ୮୦୦ କୋଟି ଟଙ୍କା ବ୍ୟୟରେ ବିକାଶମୂଳକ ପ୍ରକଳ୍ପର ଉଦଘାଟନ କରାଯିବ ଓ ଭିତ୍ତି ପ୍ରସ୍ତର ସ୍ଥାପନ କରାଯିବ।

ସୂଚନାନୁସାରେ, ପ୍ରଧାନମନ୍ତ୍ରୀ ତାଙ୍କ ଦେଓଘର ଗସ୍ତ ସମୟରେ ରାଞ୍ଚି ରେଳ ଷ୍ଟେସନ ପ୍ରକଳ୍ପ ଦେଓଘର ଏଆଇଏମଏସର ଉଦଘାଟନ କରିବେ। ଆଜି ଦେଓଘର ରେ ମୋଦିଙ୍କର ପ୍ରାୟ ଚାରି ଘଣ୍ଟା ସହରରେ ରହିବାର କାର୍ଯ୍ୟକ୍ରମ ରହିଛି।  ମୋଦି ଟ୍ୱିଟ୍ କରି କହିଛନ୍ତି ଯେ ସେ ଅପରାହ୍ନରରେ ଝାଖଣ୍ଡର ଦେଓଘରରେ ପହଞ୍ଚିବେ।

ମୋଦିଙ୍କ ଗସ୍ତକୁ ନେଇ ଦେଓଘର ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ରହିଛି। ଦେଓଘର ଗସ୍ତର ଗୋଟିଏ ଦିନ ପୂର୍ବରୁ ସେଠାକାର ଲୋକମାନେ ଦୀପାବଳି ପାଳନ କରିଥିଲେ।  ପ୍ରଧାନମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ଲୋକମାନେ ନିଜ ଘରେ ଓ ସର୍ବସାଧାରଣ ସ୍ଥାନରେ ଦୀପ ଜାଳିଥିଲେ।

ଦେଓଘରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ରୋଡ୍ ସୋ ପରେ ସାଧାରଣ ସଭାକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ପ୍ରଧାନମନ୍ତ୍ରୀ ମୋଦି ବାବା ବୈଦ୍ୟନାଥଙ୍କ ମନ୍ଦିରକୁ ଯାଇ ଦର୍ଶନ କରିବେ ଓ ପୂଜା କରିବେ। ସନ୍ଧ୍ୟାରେ ଝାଡଖଣ୍ଡର ଦେଓଘରରୁ ବିହାରର ରାଜଧାନୀ ପାଟନା ଗସ୍ତ କରିବେ।  ବିହାରର ରାଜଧାନୀ ପାଟନାରେ ବିଧାନସଭା କମ୍ପ୍ଲେକ୍ସ ନିର୍ମାଣର ଶହେ ବର୍ଷ ପୂରଣ ହେବାପରେ ଆୟୋଜିତ କାର୍ଯ୍ୟକ୍ରମରେ ପିଏମ ମୋଦି ଅଂଶଗ୍ରହଣ କରିବେ।

ଉଲ୍ଲେଖନୀୟ କଥା ହେଉଛି, ଦେଢ଼ ବର୍ଷରୁ ଅଧିକ ବ୍ୟବଧାନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିହାର ଯାଉଛନ୍ତି।  ଅକ୍ଟୋବର-ନଭେମ୍ବର ୨୦୨୦ ରେ ବିହାରରେ ଅନୁଷ୍ଠିତ ବିଧାନସଭା ନିର୍ବାଚନ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିହାରକୁ ଏହା ପ୍ରଥମ ଗସ୍ତ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦେଓଘର ଓ ପାଟନା ଗସ୍ତକୁ ଦୃଷ୍ଟିରେ ରଖି ଉଭୟ ସହରରେ ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି।
Published by:Soumya Das
First published: