ମହିଳାମାନଙ୍କୁ ନିଜ ଟ୍ୱିଟର ଏକାଉଣ୍ଟ୍ ଦେଇ ଲକ୍ଷ ଲକ୍ଷ ମହିଳା ଓ ପୁରୁଷଙ୍କୁ ପ୍ରେରଣା ଦେଲେ ମୋଦି

ମୋଦିଙ୍କ ସୋସିଆଲ୍ ମିଡିଆ ଏକାଉଣ୍ଟ୍ ଚ଼ଳେଇବାର ଅବସର ପାଇଥିବା ସାତ ଜଣ ପ୍ରେରଣାଦାୟୀ ମହିଳାଙ୍କ ଟ୍ୱିଟର୍ ଫଲୋଅର୍ସ ସଂଖ୍ୟା କିଛି ଘଣ୍ଟା ଭିତରେ ଅନେକ ଗୁଣ ବଢ଼ିଯାଇଥିଲା । ମୋଦିଙ୍କ ଟ୍ୱିଟର୍ ପାସୱାର୍ଡ଼ ବି ସାର୍ବଜନୀନ ହୋଇଥିଲା ।

ମହିଳାମାନଙ୍କୁ ନିଜ ଟ୍ୱିଟର ଏକାଉଣ୍ଟ୍ ଦେଇ ଲକ୍ଷ ଲକ୍ଷ ମହିଳା ଓ ପୁରୁଷଙ୍କୁ ପ୍ରେରଣା ଦେଲେ ମୋଦି
#SheInspiresUs ହ୍ୟାସଟ୍ୟାଗରୁ ଲକ୍ଷ ଲକ୍ଷ ଲୋକ ମହିଳା ସଶକ୍ତିକରଣର ସନ୍ଦେଶ ପାଇଥିଲେ ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ମାର୍ଚ୍ଚ ୨ ତାରିଖରେ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟସବୁ ଛାଡ଼ିଦେବେ ବୋଲି କହିବାରୁ ସାରା ଦେଶରେ ଓ ଏପରିକି ବିଦେଶରେ ବି ଗଭୀର ଆଲୋଡ଼ନ ସୃଷ୍ଟି ହୋଇଥିଲା । ହେଲେ ଏହି ମେସେଜରୁ ଆରମ୍ଭ ହୋଇଥିବା ପ୍ରକରଣ ମହିଳାମାନଙ୍କ ପାଇଁ ସଶକ୍ତିକରଣର ବାର୍ତ୍ତା ସହିତ ଶେଷ ହୋଇଥିଲା ।

ପ୍ରଧାନ ମନ୍ତ୍ରୀଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟସବୁ ଛାଡ଼ିବା ବିଷୟରେ ଟ୍ୱିଟ୍‌ ଆସିବା ପରେ ସମଗ୍ର ରାଷ୍ଟ୍ର ଏ ନେଇ ପ୍ରଶ୍ନ କରିଥିଲା । ସତରେ କ’ଣ ନରେନ୍ଦ୍ର ମୋଦି ସୋସିଆଲ ମିଡ଼ିଆ ଛାଡୁଛନ୍ତି? ସେହି ଟ୍ବିଟ୍ ସୋସିଆଲ ମିଡ଼ିଆ, ଖବରକାଗଜ ଓ ନ୍ୟୁଜ୍ ଚ୍ୟାନେଲଗୁଡ଼ିକରେ ହଇଚଇ ସୃଷ୍ଟି କରିଦେଇଥିଲା । ସାଧାରଣରେ ବହୁତ ଚ଼ର୍ଚ୍ଚା ହେଉଥିଲା ଯେ ମୋଦି କାହିଁକି ଏଭଳି କରୁଛନ୍ତି । ସମସ୍ତେ ନିଜ ନିଜର ମତ ମଧ୍ୟ ରଖିଥିଲେ ।

ହେଲେ ତା’ ପର ଦିନ ମୋଦି ଆଉ ଏକ ଟ୍ବିଟ୍ କରି କହିଥିଲେ, ‘‘ମୁଁ ମୋ’ ସୋସିଆଲ ମିଡ଼ିଆ ଆକାଉଣ୍ଟଗୁଡ଼ିକୁ ସେହି ମହିଳାମାନଙ୍କୁ ଦେବି ଯାହାଙ୍କର ଜୀବନ ଓ କାର୍ଯ୍ୟ ପ୍ରେରଣାଦାୟକ ଅଟେ ।ଏହା ଲକ୍ଷ ଲକ୍ଷ ଲୋକଙ୍କ ପାଇଁ ପ୍ରେରଣାର ସ୍ରୋତ ହେବ ।’’ ଏହି କଥା ଶୁଣି ସମଗ୍ର ଦେଶରୁ ଏକ ଉତ୍ସାହଜନକ ପ୍ରତିକ୍ରିୟା ଆସିଥିଲା ।



ମହିଳା ଅଟୋ ଡ୍ରାଇଭରଙ୍କ ପରି ସାଧାରଣ ଲୋକଙ୍କ ଠାରୁ ଆରମ୍ଭ କରି ଛୋଟ ଛୋଟ ଉଦ୍ୟୋଗୀ ଓ ସାମାଜିକ କର୍ମୀଙ୍କ ଭଳି ଲୋକେ #SheInspiresUs ହ୍ୟାସଟ୍ୟାଗ୍‌ ବ୍ୟବହାର କରି ବିଭିନ୍ନ ବର୍ଗର ମହିଳାଙ୍କୁ ମନୋନୀତ କରିଥିଲେ । ଆନ୍ତର୍ଜାତୀୟ ମହିଳା ଦିବସରେ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ଚଳାଇବାକୁ ମୋଦି ସାତ ଜଣ ପ୍ରେରଣାଦାୟୀ ମହିଳାଙ୍କୁ ଚୟନ କରିଥିଲେ ।



ନୋନୀତ ହୋଇଥିବା ସାତ ଜଣ ମହିଳା ହେଲେ:

  • ଡା.ମାଳବିକା ଅୟର, ଭିନ୍ନକ୍ଷମ ଅଧିକାରୀ କାର୍ଯ୍ୟକର୍ତ୍ତା । ସେ ଏକ ବୋମା ବିସ୍ଫୋରଣରେ ନିଜର ଅଙ୍ଗ ହରାଇଥିଲେ ।

  • ସ୍ନେହା ମୋହନଦାସ, ଚେନ୍ନାଇରେ ଫୁଡ୍‌ ବ୍ୟାଙ୍କ ଅଫ ଇଣ୍ଡିଆର ପ୍ରତିଷ୍ଠାତା ।

  • ଆରିଫା ଜାନ୍‌, କାଶ୍ମୀରର ନାମଡା ହସ୍ତଶିଳ୍ପର ପ୍ରତିଷ୍ଠାତା । ସେ ଲୁପ୍ତ ହେଉଥିବା ଏହି ହସ୍ତଶିଳ୍ପରେ ନବଜାଗରଣ ଆଣିବାର ଚ଼େଷ୍ଟା କରି ୧୦୦ ଜଣଙ୍କୁ ଟ୍ରେନିଂ ଦେଇଛନ୍ତି ।

  • କଳ୍ପନା ରମେଶ, ଜଳ ସଂରକ୍ଷଣ କାର୍ଯ୍ୟକର୍ତ୍ତା ଯିଏ ହାଇଦ୍ରାବାଦର ହ୍ରଦଗୁଡ଼ିକର ପୁନଃରୁଦ୍ଧାରରେ ଲାଗିଛନ୍ତି ।

  • ବିଜୟ ପୱାର, ମହାରାଷ୍ଟ୍ରର ବଞ୍ଜାରା ମହିଳା ଯିଏ ପାରମ୍ପରିକ ଏମ୍ବ୍ରୋଇଡେରି ହୋଇଥିବା ବସ୍ତୁ ତିଆରି କରନ୍ତି ଓ ସ୍ୱୟଂସହାୟତା ସଂସ୍ଥା ଦ୍ୱାରା ସେସବୁ ବିକ୍ରି କରନ୍ତି ।

  • କଳାବତୀ ଦେବୀ, କାନପୁରରେ ଶୌଚାଳୟ ନିର୍ମାଣ ଓ ମହିଳାମାନଙ୍କ ପାଇଁ ପରିମଳ ବ୍ୟବସ୍ଥା ସୁନିଶ୍ଚିତ କରନ୍ତି ।

  • ବୀଣା ଦେବୀ, ଯିଏ ତାଙ୍କ ଘରୁ ଚାଷ ଆରମ୍ଭ କରିଥିଲେ ଓ ତାଙ୍କ ଗାଁର ସରପଞ୍ଚ (ଗାଁ ମୁଖିଆ) ହୋଇଥିଲେ ।




ସଫଳତା ପାଇଥିବା ମହିଳାମାନଙ୍କର ଏକ ଝଲକ:

ସ୍ନେହା ମୋହନଦାସ୍ ନିଜେ ସ୍ଥାପିତ କରିଥିବା ଫୁଡ୍ ବ୍ୟାଙ୍କ୍ ଇଣ୍ଡିଆ ମାଧ୍ୟମରେ ଗୃହହୀନ ଲୋକଙ୍କୁ ଖାଇବାକୁ ଦେଉଥିବା ବିଷୟରେ କହିଥିଲେ ।



ଡଃ ମାଳବିକା ଆୟର ତାଙ୍କ ନିଷ୍ଠା ଓ ଦୃଢ଼ତାର କାହାଣୀ ଦ୍ବାରା ସମସ୍ତଙ୍କୁ ପ୍ରେରଣା ଦେଇଥିଲେ । ଭିନ୍ନକ୍ଷମମାନଙ୍କୁ ଆଦର୍ଶ ଭାବେ ଦେଖାଇ ଅକ୍ଷମତା ପ୍ରତି ଯୁବ ପିଢ଼ିଙ୍କୁ ସମ୍ବଦନଶୀଳ କରିବାର ଆବଶ୍ୟକତା ବିଷୟରେ କହିଥିଲେ ।



ଆରିଫା ଜାନ ନାମଡା ହସ୍ତତନ୍ତ ପ୍ରତି ନିଜର ଉତ୍ସର୍ଗୀକୃତ କାହାଣୀ ସହିତ ସମସ୍ତଙ୍କୁ ପ୍ରେରଣା ଦେଇଥିଲେ ।



ବିଜୟ ପୱାର ବଞ୍ଜାରା ସମ୍ପ୍ରଦାୟ ଦ୍ୱାରା ନିର୍ମିତ ହସ୍ତତନ୍ତ ବିଷୟରେ କହିଥିଲେ ।



କଳ୍ପନା ରମେଶ ନିଜର ଜଳ ସଚେତନତା ଦ୍ୱାରା ଦେଶକୁ ପ୍ରେରଣା ଦେଇଥିଲେ ଓ ଜଳ ସଂରକ୍ଷଣ ପାଇଁ କେତେକ ବ୍ୟବହାରିକ ଟିପ୍ସ (ଉପଦେଶ) ବି ଦେଇଥିଲେ ।

ପରିମଳ ସୁନିଶ୍ଚିତ କରିବା ଦିଗରେ କଳାବତୀ ଦେବୀଙ୍କ ପ୍ରେରଣାଦାୟକ ପ୍ରୟାସ ଅନେକଙ୍କୁ ଉତ୍ସାହିତ କରିଥିଲା । ବୀଣା ଦେବୀଙ୍କ ଚାଷରେ ସଫଳତା ତଥା ନିଜ ଗାଁରେ ରାଜନୈତିକ ନେତୃତ୍ବ ନେବାରେ ଦକ୍ଷତା ପ୍ରଦର୍ଶନ ସମସ୍ତଙ୍କୁ ମହିଳାମାନଙ୍କ ମଧ୍ୟରେ ଥିବା ନେତୃତ୍ୱର କ୍ଷମତା ବିଷୟରେ ଜଣେଇଥିଲା ।

ଦିନର ବିଶେଷ ମୁହୂର୍ତ୍ତ:

ମୋଦିଙ୍କ ସୋସିଆଲ୍‌ ମିଡିଆକୁ ନିଜେ ଚ଼ଳେଇବା ଫଳରେ ସ୍ନେହା ମୋହନଦାସଙ୍କ ଫଲୋଅର୍ସ ସଂଖ୍ୟା ଘଣ୍ଟାକ ଭିତରେ ଦୁଇ ଗୁଣ ହୋଇଯାଇଥିଲା । ଦିନର ଶେଷ ସୁଦ୍ଧା ଏହା ୨୦ ଗୁଣ (୨୫୦ରୁ ୪,୮୦୦) ବଢ଼ିଯାଇଥିଲା ।



ଏ ବିଷୟରେ ସାମ୍ବାଦିକ ଅମନ ଶର୍ମା ସୂଚ଼ନା ଦେଇ ଏକ ଟ୍ୱିଟ୍‌ କରିଥିଲେ, ଆଉ ସେହି ଟ୍ୱିଟର ଅତ୍ତର ଦେଇଥିଲେ ପ୍ରଧାନ ମନ୍ତ୍ରୀ । ମୋଦି ଲେଖିଥିଲେ: ‘‘ବାଃ ବାଃ… ମୁଁ ଆଶା କରୁଛି ଭୋକ ଦୂର କରିବା ପାଇଁ ଚ଼ାଲିଥିବା ପ୍ରୟାସ ବି ଦ୍ୱିଗୁଣିତ ହେବ ଆଉ ଆମର ସବୁ ଫଲୋଅର୍ସ ଆମ ମିଶନକୁ ବି ଫଲୋ କରିବେ’’ ।



ଅନ୍ୟ ଛଅ ଜଣ ପ୍ରେରଣାଦାୟୀ ମହିଳାଙ୍କ ଫଲୋଅର୍ସ ସଂଖ୍ୟା ବି ସେମିତି ଅନେକ ବଢ଼ିଥିଲା ।

ମୋଦିଙ୍କ ଟ୍ବିଟର ପାସୱାର୍ଡ ସାର୍ବଜନୀନ ହେଲା!

ମୋଦିଙ୍କ ଟ୍ୱିଟର ପାସୱାର୍ଡ କ’ଣ ବୋଲି ଅନେକ ନେଟିଜେନ୍ସ ପ୍ରଶ୍ନ କରିଥିଲେ । ସ୍ନେହା ମୋହନଦାସ ତାହା କହିଦେଇଥିଲେ । ‘‘New India. ଲଗ୍‌ ଇନ୍‌ କରିବାକୁ ଚ଼େଷ୍ଟା କରନ୍ତୁ,’’ ପାସୱାର୍ଡ଼ କହିଦେଇ ଲେଖିଥିଲେ ସ୍ନେହା ।



ଜଣେ ଟ୍ୱିଟର ବ୍ୟବହାରକାରୀ ସନ୍ଦୀପ ପାରେଖ ମୋଦିଙ୍କ ଠାରୁ ଫଲୋବ୍ୟାକ୍‌ ପାଇବା ପାଇଁ ମୋଦିଙ୍କ ଆକାଉଣ୍ଟ ପରିଚାଳନା କରୁଥିବା ଡକ୍ଟର ମାଳବିକାଙ୍କୁ କହିଥିଲେ ଓ ସେ ତାଙ୍କ ଅନୁରୋଧ ପୂରଣ କରିଥିଲେ ।



ମୋଦିଙ୍କ #SheInspiresUsର ସବୁଠାରୁ ଉଲ୍ଲେଖନୀୟ କଥା ଏହା ଥିଲା ଯେ ବିଭିନ୍ନ ବର୍ଗରୁ, ବିଭିନ୍ନ ଅଞ୍ଚଳରୁ ଓ ସାମାଜିକ ପୃଷ୍ଠଭୂମିରୁ ଆସିଥିବା ମହିଳାମାନେ ମୋଦିଙ୍କ ହ୍ୟାଣ୍ଡେଲ ମାଧ୍ୟମରେ ଦେଶକୁ ପ୍ରେରଣା ଦେଇଥିଲେ । ବିଭିନ୍ନ ଅଞ୍ଚଳର ମହିଳାମାନେ ଏହି ଅନନ୍ୟ ପଦକ୍ଷେପର ଏକ ଅଂଶ ବନିଥିଲେ ।
First published: March 9, 2020, 2:54 PM IST
corona virus btn
corona virus btn
Loading