ଆଜି ଗୁଜୁରାଟ ଗସ୍ତରେ PM ମୋଦି; ୩୦୫୦ କୋଟି ଟଙ୍କାର ଯୋଜନା କରିବେ ଲଞ୍ଚ

ଗୁଜୁରାଟ ଗସ୍ତ ବିଷୟରେ ଟ୍ବିଟ କରି ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଆଜି ଗୁଜରାଟ ଗସ୍ତ ସମୟରେ ନବସାରୀ ଓ ଅହମ୍ମଦାବାଦରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ।

ଆଜି ଗୁଜୁରାଟ ଗସ୍ତରେ PM ମୋଦି

ଆଜି ଗୁଜୁରାଟ ଗସ୍ତରେ PM ମୋଦି

  • Share this:
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଗୁଜରାଟ ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ଗୁଜୁରାଟକୁ ଅନେକ ଉପହାର ଦେବେ। ଅହମ୍ମଦାବାଦରେ ଭାରତୀୟ ଜାତୀୟ ମହାକାଶ ପ୍ରୋତ୍ସାହନ ଓ ପ୍ରାଧିକରଣ କେନ୍ଦ୍ର ମୁଖ୍ୟାଳୟର ଉଦଘାଟନ ବ୍ୟତୀତ ପ୍ରଧାନମନ୍ତ୍ରୀ ନବସାରୀରେ ଥିବା ମଲ୍ଟି ସ୍ପେସିଆଲିଟି ହସ୍ପିଟାଲର ଉଦଘାଟନ ମଧ୍ୟ କରିବେ।

ତାଙ୍କର ଗୁଜୁରାଟ ଗସ୍ତ ବିଷୟରେ ଟ୍ବିଟ କରି ସୂଚନା ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଆଜି ଗୁଜରାଟ ଗସ୍ତ ସମୟରେ ନବସାରୀ ଓ ଅହମ୍ମଦାବାଦରେ ଅନେକ କାର୍ଯ୍ୟକ୍ରମରେ ଯୋଗଦେବେ।

ଏହି ସମୟ ମଧ୍ୟରେ ସେ ଗୁଜରାଟରେ ପହଞ୍ଚିବା ପରେ ଗୁଜରାଟ ଗୌରବ ଅଭିଯାନରେ ଯୋଗଦେବେ। ଯେଉଁଥିରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଉଦଘାଟନ ହେବ। ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ଏଥି ମଧ୍ୟରୁ ଅନେକ ଜଳ ଯୋଗାଣ ସହିତ ଜଡିତ।

ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ 'ଗୁଜୁରାଟ ଗୌରବ ଅଭିଯାନ୍' ନାମକ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ। ଏହି କାର୍ଯ୍ୟକ୍ରମ ସମୟରେ ସେ ନବସାରୀର ଏକ ଆଦିବାସୀ ଅଞ୍ଚଳ ଖୁଦଭେଲରେ ପ୍ରାୟ ୩୦୫୦ କୋଟି ଟଙ୍କାର ବିକାଶମୂଳକ ପଦକ୍ଷେପ ପାଇଁ ଉଦଘାଟନ କରିବେ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିବେ।

ଏଥିରେ ୭ଟି ପ୍ରକଳ୍ପର ଉଦଘାଟନ, ୧୨ଟି ପ୍ରକଳ୍ପର ମୂଳଦୁଆ ଓ ୧୪ଟି ପ୍ରକଳ୍ପର ଭୂମି ପୂଜନ ଅନ୍ତର୍ଭୁକ୍ତ।

ଏହି ପ୍ରକଳ୍ପଗୁଡିକ ଏହି ଅଞ୍ଚଳରେ ଜଳ ଯୋଗାଣରେ ଉନ୍ନତି ଆଣିବା ସହିତ ସଂଯୋଗୀକରଣ ଓ ଜୀବନଯାପନକୁ ସହଜ କରିବାରେ ସାହାଯ୍ୟ କରିବ।
Published by:Lipina Das
First published: