ଆଜି 'ଗୋଟିଏ ଦେଶ ଗୋଟିଏ ସାର'ଯୋଜନାର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ ମୋଦି

ପିଏମ ମୋଦି ୬୦୦ PM-Kisan ସମୃଦ୍ଧି କେନ୍ଦ୍ର ଉଦ୍ଘାଟନ କରିବେ ଓ କୃଷକମାନଙ୍କ ପାଇଁ ଗୋଟିଏ ଦେଶ ଗୋଟିଏ ସାର ନାମକ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିବେ।

ମୋଦି

ମୋଦି

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ନୂଆ ଦିଲ୍ଲୀ: ଆଜିଠାରୁ ଦୁଇ ଦିନିଆ 'PM Kisan Samman Sammelan 2022' ଦିଲ୍ଲୀରେ ଆରମ୍ଭ ହେବାକୁ ଯାଉଛି। ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (ଆଇଆରଆଇ) ର ପୁସା ମେଲା ଗ୍ରାଉଣ୍ଡରେ ଏହି ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ଦୁଇ ଦିନିଆ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ସମ୍ମିଳନୀ ୨୦୨୨ର ଉଦଘାଟନ କରିବେ।

ଏହି କାର୍ଯ୍ୟକ୍ରମରେ ଦେଶର 13,500 ରୁ ଅଧିକ କୃଷକ ଓ ପ୍ରାୟ 1500 କୃଷି ଷ୍ଟାର୍ଟଅପ୍ ଏକତ୍ରିତ ହେବେ। ବିଭିନ୍ନ ଅନୁଷ୍ଠାନର ଏକ କୋଟିରୁ ଅଧିକ ଚାଷୀ ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି।

ଏହି ସମ୍ମିଳନୀରେ ଗବେଷକ, ନୀତି ନିର୍ମାତା ଏବଂ ଅନ୍ୟାନ୍ୟ ହିତାଧିକାରୀ ଅଂଶଗ୍ରହଣ କରିବେ। ଯେଉଁଥିରେ ୭୦୦ ଟି କୃଷି ବିଜ୍ଞାନ କେନ୍ଦ୍ର, ୭୫ ଆଇସିଆର ଅନୁଷ୍ଠାନ, ୭୫ଟି ରାଜ୍ୟ କୃଷି ବିଶ୍ୱବିଦ୍ୟାଳୟ, ୬୦୦ PM କିସାନ୍ କେନ୍ଦ୍ର, ୫୦ ହଜାର ପ୍ରାଥମିକ କୃଷି ସମବାୟ ସମିତି ଓ ୨ ଲକ୍ଷ କମ୍ୟୁନିଟି ସେବା କେନ୍ଦ୍ର (CSC) ଅନ୍ତର୍ଭୁକ୍ତ।

ଏହି ଅବସରରେ ପ୍ରଧାନମନ୍ତ୍ରୀ ପିଏମ କିସାନ ସମ୍ମାନ ନିଧିର ଦ୍ୱାଦଶ କିସ୍ତି କୃଷକଙ୍କ ଆକାଉଣ୍ଟରେ ରିଲିଜ କରିବେ।  ସେ ଆଗ୍ରି ଷ୍ଟାର୍ଟଅପ୍ କନକ୍ଲେଭ ଓ ପ୍ରଦର୍ଶନୀକୁ ମଧ୍ୟ ଉଦ୍ଘାଟନ କରିବେ।  ଏଥିସହ ପିଏମ ମୋଦି କେନ୍ଦ୍ର କେମିକାଲ୍ସ ଓ ସାର ମନ୍ତ୍ରଣାଳୟ ଅଧୀନରେ ୬୦୦ PM-Kisan Samridhi Kendras (PM-KSKs) ଉଦ୍ଘାଟନ କରିବେ ଏବଂ କୃଷକମାନଙ୍କ ପାଇଁ ଏକ ଦେଶ-ଏକ ସାର ନାମକ ଏକ ଗୁରୁତ୍ୱପୂର୍ଣ୍ଣ ଯୋଜନା ଆରମ୍ଭ କରିବେ।

ଏହି ଅବସରରେ କେନ୍ଦ୍ର ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମାନସୁଖ ମାଣ୍ଡଭ୍ୟଙ୍କ ସମେତ ଅନେକ ଲୋକ ଉପସ୍ଥିତ ରହିବେ। ଏହି କାର୍ଯ୍ୟକ୍ରମକୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଓ ରାସାୟନିକ ଓ ସାର ମନ୍ତ୍ରଣାଳୟ, ଭାରତ ସରକାର ଆୟୋଜନ କରୁଛନ୍ତି।
Published by:Soumya Das
First published: