News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି (ମଙ୍ଗଳବାର) ଆମେରିକା ଗସ୍ତରେ ଯିବେ। ଏହି ସମୟ ମଧ୍ୟରେ ସେ ମିଳିତ ଜାତିସଂଘ ସାଧାରଣ ସଭାର (ୟୁଏନଜିଏ) ୭୬ ତମ ଅଧିବେଶନ ସହିତ ବିଶ୍ୱ ନେତାଙ୍କ ସହିତ ଗୋଟିଏ ପରେ ଗୋଟିଏ ବୈଠକ କରିବେ । ଏହି ସମୟରେ ୧୦୦ଟି ଦେଶର ମୁଖ୍ୟ ଆମେରିକା ଯାଉଛନ୍ତି। ଏଥିରେ ପ୍ରଧାନ ମନ୍ତ୍ରୀ ମୋଦି ଓ ବ୍ରିଟିଶ ପ୍ରଧାନ ମନ୍ତ୍ରୀ ବୋରିସ୍ ଜନସନ ମଧ୍ୟ ଉପସ୍ଥିତ ରହିବେ ।
ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ । ଏଥିରେ ଆଲୋଚନା ସମୟରେ ପିଏମ ମୋଦି ମଧ୍ୟ ସମ୍ବୋଧିତ କରିପାରିବେ। ଏହାର ଗୋଟିଏ ଦିନ ପୂର୍ବରୁ ସେପ୍ଟେମ୍ବର ୨୪ରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ମୋଦିଙ୍କ ଦ୍ୱିପାକ୍ଷିକ ବୈଠକ ମଧ୍ୟ ଧାର୍ଯ୍ୟ କରାଯାଇଛି ।
ରାଷ୍ଟ୍ରପତି ଜୋ ବାଇଡେନଙ୍କ ସାପ୍ତାହିକ କାର୍ଯ୍ୟକ୍ରମକୁ ପ୍ରକାଶ କରି ହ୍ବାଇଟ ହାଉସ ପକ୍ଷରୁ କୁହାଯାଇଛି ଯେ ସେପ୍ଟେମ୍ବର ୨୪ରେ ବାଇଡେନ ଜାପାନ ପ୍ରଧାନ ମନ୍ତ୍ରୀ ସୁଗା ୟୋଶିହିଦେଙ୍କ ସହ ମଧ୍ୟ ସାକ୍ଷାତ କରିବେ। ପ୍ରଥମ ଥର ପାଇଁ କ୍ୱାଡ଼ ନେତାଙ୍କ ସମ୍ମିଳନୀ ଆୟୋଜନ କରିବା ପୂର୍ବରୁ ବାଇଡେନ ପୂର୍ବରୁ ପିଏମ ମୋଦି, ସୁଗା ଓ ଅଷ୍ଟ୍ରେଲୀୟ ପ୍ରଧାନ ମନ୍ତ୍ରୀ ସ୍କଟ ମୋରିସନଙ୍କ ସହ ହ୍ବାଇଟ ହାଉସରେ ଏହି ବୈଠକ ଅନୁଷ୍ଠିତ ହେବ।
ମଙ୍ଗଳବାର ଦିନ ମିଳିତ ଜାତିସଂଘର ସାଧାରଣ ସଭାକୁ ସମ୍ବୋଧିତ କରିବା ପାଇଁ ବାଇଡେନ ସୋମବାର ଅପରାହ୍ନରେ ନ୍ୟୁୟର୍କ ଯିବେ । ବାଇଡେନ ନ୍ୟୁୟର୍କରେ ମୋରିସନଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି । ନ୍ୟୁୟର୍କରୁ ଫେରିବା ପରେ ବାଇଡେନ ମଙ୍ଗଳବାର ବ୍ରିଟିଶ ପ୍ରଧାନ ମନ୍ତ୍ରୀ ବୋରିସ ଜନସନଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ ।
ସମସ୍ତଙ୍କ ପାଇଁ କରୋନା ଟିକା ପ୍ରବେଶ ପ୍ରସଙ୍ଗ UNGAର ଏଜେଣ୍ଡାରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେବ । ସ୍ୱାସ୍ଥ୍ୟ ବିଶେଷଜ୍ଞମାନେ ବାରମ୍ବାର ଚେତାବନୀ ଦେଇଛନ୍ତି ଯେ ବ୍ୟାପକ ଟିକାକରଣ ବିନା ବିଶ୍ୱ କରୋନା ମହାମାରୀକୁ ପରାସ୍ତ କରିପାରିବ ନାହିଁ । ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (WHO) ଧନୀ ଦେଶଗୁଡ଼ିକର ଭ୍ୟାକ୍ସିନ୍ ଓ ବୁଷ୍ଟର୍ ସଟ୍ ବଣ୍ଟନକୁ ତୀବ୍ର ସମାଲୋଚନା କରିଥିବାବେଳେ ଗରିବ ଦେଶ ଅଭାବର ସମ୍ମୁଖୀନ ହେଉଛନ୍ତି।
ଆସନ୍ତା ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି କରୋନା ଭାଇରସ୍ ମହାମାରୀ ଉପରେ ବିଶ୍ୱ ନେତାଙ୍କ ସହ ଏକ ଭର୍ଚୁଆଲ୍ ଶିଖର ସମ୍ମିଳନୀ କରିବେ। ମିଳିତ ଜାତିସଂଘ ସାଧାରଣ ସଭାକୁ ସମ୍ବୋଧିତ କରିବାର ଗୋଟିଏ ଦିନ ପରେ ଏହା ଅନୁଷ୍ଠିତ ହେବ।
ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ସେପ୍ଟେମ୍ବର ୨୪ରେ ହ୍ବାଇଟ ହାଉସରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ବୈଠକ କରି ଦୁଇ ଦେଶ ମଧ୍ୟରେ ସମ୍ପର୍କକୁ ଆହୁରି ମଜବୁତ କରିବାକୁ ଚେଷ୍ଟା କରିବେ। ସେପ୍ଟେମ୍ବର ୨୩ରେ ଆମେରିକାର ଉପ ରାଷ୍ଟ୍ରପତି କମଲା ହାରିଶ ପ୍ରଧାନ ମନ୍ତ୍ରୀ ମୋଦୀଙ୍କୁ ଭେଟିବେ।
ଗତ ଜାନୁଆରୀରେ ଡେମୋକ୍ରାଟିକ୍ ପାର୍ଟି ନେତା ଜୋ ବାଇଡେନଙ୍କୁ ରାଷ୍ଟ୍ରପତି ଭାବରେ ନିର୍ବାଚିତ ହେବା ପରଠାରୁ ଦୁଇ ନେତା ଅନେକ ଡିଜିଟାଲ୍ ଆଲୋଚନା କରିଛନ୍ତି । ଶେଷ ଥର ପାଇଁ ପ୍ରଧାନ ମନ୍ତ୍ରୀ ମୋଦି ଆମେରିକା ଗସ୍ତରେ ଯାଇଥିଲେ ୨୦୧୯ ସେପ୍ଟେମ୍ବରରେ । ସେହି ସମୟରେ ସେ ଓ ତତ୍କାଳୀନ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ୟୁଷ୍ଟନରେ ହାଉଡି-ମୋଦି କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।