ସିଡନୀରେ PMଙ୍କ ଗ୍ରାଣ୍ଡ ସୋ; ମୋଦି-ମୋଦି ସ୍ବରରେ ପ୍ରକମ୍ପିତ ପରିବେଶ

PM Modi in Sydney: ଅଷ୍ଟ୍ରେଲିଆରେ ମିନି ଇଣ୍ଡିଆର ଝଲକ। ସିଡନୀ କ୍ବୋଡୋସ୍ ବ୍ୟାଙ୍କ ଆରିନାରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସମ୍ବର୍ଦ୍ଧନା।

ସିଡନୀରେ PMଙ୍କ ଗ୍ରାଣ୍ଡ ସୋ

ସିଡନୀରେ PMଙ୍କ ଗ୍ରାଣ୍ଡ ସୋ

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

PM Modi in Sydney: ସିଡନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ (PM Narendra Modi) ଗ୍ରାଣ୍ଡ ସୋ’ (Grand Show)। ପ୍ରବାସୀ ଭାରତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ, ଭାରତର ଆର୍ଥିକ ଅଭିବୃଦ୍ଧି, ସାମର୍ଥ୍ୟ, ସମ୍ବଳ ଏବଂ ଯୁବ ପ୍ରତିଭାଙ୍କ ପରାକାଷ୍ଠା ବଖାଣିଲେ।

ଭାରତ-ଅଷ୍ଟ୍ରେଲିଆ (India-Australia) ଦ୍ବିପାକ୍ଷିକ ସମ୍ପର୍କକୁ ଡିମୋକ୍ରାସି, ଡାଏସ୍ପୋରା ଏବଂ ଦୋସ୍ତି ବୋଲି ଦର୍ଶାଇଛନ୍ତି। ମୋଦିଙ୍କୁ ‘ବସ୍’ ସମ୍ବୋଧନ କରିଛନ୍ତି ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆଲବାନିଜ୍। ଭାରତୀୟ ସମୁଦାୟଙ୍କୁ ସମ୍ବୋଧନ ଅବସରରେ ବ୍ରିସବେନରେ ନୂଆ ଦୂତାବାସ ଖୋଲିବା ନେଇ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଅଦଭୁତ, ଅବିଶ୍ବନୀୟ, ଅବିସ୍ମରଣୀୟ। ମୋଦି-ମୋଦି-ମୋଦି ସ୍ବରରେ ପ୍ରକମ୍ପିତ ପରିବେଶ। ଅଷ୍ଟ୍ରେଲିଆରେ ମିନି ଇଣ୍ଡିଆର ଝଲକ। ସିଡନୀ କ୍ବୋଡୋସ୍ ବ୍ୟାଙ୍କ ଆରିନାରେ ପ୍ରବାସୀ ଭାରତୀୟ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭବ୍ୟ ସମ୍ବର୍ଦ୍ଧନା।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ଆନ୍ଥୋନୀ ଆଲବାନିଜଙ୍କ ସହ, ଷ୍ଟାଡିୟରେ ପ୍ରବେଶ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ଉଚ୍ଚସ୍ବିତ ସ୍ବାଗତ ସହ ଗାନ କରାଯାଇଥିଲା ଦୁଇ ଦେଶର ଜାତୀୟ ସଙ୍ଗୀତ। ପରେ "ସିଟି ଅଫ ପରମାତା"- "ଦି ଲିଟଲ୍ ଇଣ୍ଡିଆ ଗେଟ୍ ୱେ" ର ଉନ୍ମୋଚନ କରିଥିଲେ ଦୁଇ ରାଷ୍ଟ୍ରମୁଖ୍ୟ।

‘‘ନମସ୍ତେ ଅଷ୍ଟ୍ରେଲିଆ"ରୁ ସମ୍ବୋଧନ ଆରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି। ପ୍ରଧାନମନ୍ତ୍ରୀ, ୨୦୧୪ର ଅଷ୍ଟ୍ରେଲିଆ ଗସ୍ତକୁ ମନେ ପକାଇ କହିଛନ୍ତି, ‘‘ମୁଁ ସେତେବେଳେ ପ୍ରତିଶ୍ରୁତି ଦେଇଥିଲି ଯେ, କୌଣସି ଭାରତୀୟ ପ୍ରଧାନମନ୍ତ୍ରୀଙ୍କ ଆଗମନ ପାଇଁ ୨୮ ବର୍ଷ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ୨୦୨୩ରେ ପୁଣି ଥରେ ମୁଁ ଆପଣମାନଙ୍କ ଆଗରେ ଉପସ୍ଥିତ।’’

ଖାଲି ଏତିକି ନୁହେଁ ଭାରତ-ଅଷ୍ଟ୍ରେଲିଆ ଦ୍ବିପାକ୍ଷିକ ସମ୍ପର୍କକୁ "3C- 3D-3E" ରେ ବର୍ଣ୍ଣନା କରିଛନ୍ତି ପ୍ରଧାନମନ୍ତ୍ରୀ। ସେ କହିଛନ୍ତି ଯେ , 3-C ଅର୍ଥ କମନୱେଲଥ, କ୍ରିକେଟ୍ ଏବଂ କରି । 3-Dର ମାନେ ଡିମୋକ୍ରାସି, ଡିଆସପୋରା ଏବଂ ଦୋସ୍ତି। ସେହିପରି 3Eକୁ ଏନର୍ଜି, ଇକୋନୋମି ଏବଂ ଏଡୁକେସନ ଆଖ୍ୟା ଦେଇଛନ୍ତି ମୋଦି।

ପଢ଼ନ୍ତୁ ଏହି ଖବର:  ରାସନ କାର୍ଡ଼ଧାରୀଙ୍କୁ ଚାଉଳ-ଗହମ ସହ ମିଳିବ ଚିନି ଓ ଲୁଣ; ଏହି ରାଜ୍ୟ ସରକାର କଲେ ଘୋଷଣା

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ମୈଦାନ ବାହାରେ ମଧ୍ୟ ଆମର ବନ୍ଧୁତା ବହୁତ ଗଭୀର। ଅଷ୍ଟ୍ରେଲୀୟ କ୍ରିକେଟର ଶେନ୍ ୱର୍ଣ୍ଣଙ୍କ ପରଲୋକ ବେଳେ, ହଜାର ହଜାର ଭାରତୀୟ ଶୋକ କରିଥିଲେ। ଆମକୁ ଲାଗୁଥିଲା ଯେପରି ଅତି ନିଜର ଜଣକୁ ହରାଇଛୁ।
Published by:Lipina Das
First published: