ମଞ୍ଚରେ ମୋଦି, ତେଜସ୍ୱୀ ଓ ଅନ୍ଯ ନେତା (ପ୍ରତୀକାତ୍ମକ ଛବି)
News18 Odia Digital
ନିଜକୁ ସୁସ୍ଥ ରଖିବା ପାଇଁ ଯୋଗ କରୁଥିବା ତଥା ଦେଶକୁ ଫିଟ୍ ରହିବାକୁ ପରାମର୍ଶ ଦେଉଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତେଜସ୍ୱୀ ଯାଦବଙ୍କୁ ତାଙ୍କ ଓଜନ ହ୍ରାସ କରିବାକୁ ପରାମର୍ଶ ଦେଇଛନ୍ତି।
ବିହାର ବିଧାନସଭା ଅଟ୍ଟାଳିକାର ଶତବାର୍ଷିକୀ ସମାରୋହ କାର୍ଯ୍ୟକ୍ରମ ସମୟରେ ବିରୋଧୀ ଦଳର ନେତା ତେଜସ୍ୱୀ ଯାଦବ ଯେଉଁଭଳି ଭାବରେ ଲିଖିତ ଭାଷଣ ପଢୁଥିଲେ ତାହା କେବଳ ସୋସିଆଲ ମିଡିଆରେ ଭାଇରାଲ ନୁହେଁ ବରଂ ଏହା ଏକ ଚର୍ଚ୍ଚାର ବିଷୟ ପାଲଟିଛି। ତେଜସ୍ୱୀ ଯାଦବ ତାଙ୍କ ଭାଷଣ ସମୟରେ ବାରମ୍ବାର ଅଟକି ଯାଉଥିଲେ।
ଏଥିସହ ଯେତେବେଳେ କାର୍ଯ୍ୟକ୍ରମ ସମାପ୍ତ ହେଲା ଓ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ଓ ମଞ୍ଚରେ ଉପସ୍ଥିତ ଥିବା ଅନ୍ୟ ନେତାମାନେ ତାଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବିଦାୟ ଦେବାକୁ ଆସୁଥିଲେ, ସେହି ସମୟରେ ପ୍ରଧାନମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ଏପରି କିଛି କହିଥିଲେ ଯାହା କେହି କଳ୍ପନା କରିପାରିବେନି।
ସେହିପରି, ବାପା ଲାଲୁ ପ୍ରସାଦଙ୍କ ସହ ମିଶି ସମ୍ପୂର୍ଣ୍ଣ ରାଜନୀତିକୁ ଆସିବା ଆଗରୁ ୩୨ ବର୍ଷିୟ ‘ଆର୍ଜେଡି’ ନେତା ତେଜସ୍ବୀ ଯାଦବ କ୍ରିକେଟ୍ ଖେଳାଳି ଥିଲେ। କିଛି ଦିନ ପୂର୍ବରୁ ହସ୍ପିଟାଲ୍ ପ୍ରକୋଷ୍ଠରେ ଥିବା ଚେୟାର୍ରେ ଲାଲୁ ପ୍ରସାଦ ବସିଥିବାର ଫଟୋ ନିକଟ ଅତୀତରେ ‘ଟୁଇଟର୍’ରେ ସେୟାର୍ କରାଯାଇଥିଲା। ଗୋ-ଖାଦ୍ୟ ଦୁର୍ନୀତିରୁ ମୁକ୍ତ ହେବା ପରେ ଲାଲୁ ଯାଦବ ପାଟନାସ୍ଥିତ ବାସଭବନ ପାହାଚରୁ ପଡ଼ିଯିବାରୁ ତାଙ୍କ କାନ୍ଧ ହାଡ଼ ଭାଙ୍ଗିଯାଇଥିଲା।
Published by:Soumya Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।