News18 Odia Digital
ବିହାରର ଏକ ବିଶ୍ୱବିଦ୍ୟାଳୟର ଆଡମିଟ୍ କାର୍ଡରେ ରାଜ୍ୟପାଳ ଫଗୁ ଚୌହାନଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କ୍ରିକେଟର ମହେନ୍ଦ୍ର ସିଂ ଧୋନିଙ୍କ ଫଟୋ ଦେଖିବାକୁ ମିଳିଛି। ଏହି ଫଟୋଗୁଡ଼ିକ ଶନିବାର ଓ ରବିବାର (ସେପ୍ଟେମ୍ବର ୧୦, ୧୧) ସୋସିଆଲ ମିଡିଆରେ ବହୁତ ଭାଇରାଲ ହୋଇଥିଲା। କେହି ଏପରି ଜାଣିଶୁଣି କରିଥାଇପାରନ୍ତି ବୋଲି ଆଶଙ୍କା ବ୍ୟକ୍ତ କରିଛନ୍ତି ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର।
ବାସ୍ତବରେ ଏହି ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରାର୍ଥୀମାନଙ୍କୁ ନିକଟରେ ଆଡମିଟ୍ କାର୍ଡ ଦିଆଯାଇଥିଲା। ଏଥିରେ ପିଏମ, ଧୋନି ଏବଂ ଚୌହାନଙ୍କ ଫଟୋ ଦେଖିବାକୁ ମିଳିଥିଲା। ନ୍ୟୁଜ୍ ଏଜେନ୍ସି ପିଟିଆଇର ରିପୋର୍ଟ ଅନୁଯାୟୀ, ଆଡ଼ମିଟ କାର୍ଡ଼ ମିଳିଥିବା ସବୁ ଛାତ୍ର ବେଗୁସରାଇ, ମଧୁବନୀ, ସମସ୍ତିପୁର କଲେଜର ବିଏ ତୃତୀୟ ବର୍ଷର ଛାତ୍ର।
ଏ ପ୍ରସଙ୍ଗରେ ବିଶ୍ୱବିଦ୍ୟାଳୟର ରେଜିଷ୍ଟ୍ରାର ମୁସ୍ତାକ ଅହମ୍ମଦ କହିଛନ୍ତି ଯେ ଏହି ଅନିୟମିତତାକୁ ନେଇ ଅନୁସନ୍ଧାନ କରାଯାଇଛି। ସୋସିଆଲ ମିଡିଆ ମାଧ୍ୟମରେ ଏହି ଅସଙ୍ଗତି ପ୍ରକାଶ ପାଇଛି। ସଂପୃକ୍ତ ଛାତ୍ରମାନଙ୍କୁ ଏକ କାରଣ ନୋଟିସ ଜାରି କରାଯାଇଛି। ଏକ ଏଫଆଇଆର ମଧ୍ୟ ଦାଖଲ କରାଯାଇପାରେ। ”ତାଙ୍କ କହିବାନୁସାରେ, ଅନ୍ଲାଇନରେ ଆଡମିଟ୍ କାର୍ଡ ଦିଆଯାଏ। ସଂପୃକ୍ତ ଛାତ୍ରମାନେ ଏହାକୁ ଡାଉନଲୋଡ୍ କରନ୍ତି ଓ ଏହି ସମସ୍ତ ଛାତ୍ରମାନଙ୍କୁ ନିର୍ଦ୍ଦିଷ୍ଟ ଲଗଇନ୍ ବିବରଣୀ ଦିଆଯାଏ।

ରେଜିଷ୍ଟ୍ରାରଙ୍କ ସୂଚନା ଅନୁସାରେ, ଛାତ୍ରମାନଙ୍କୁ ଫଟୋଗ୍ରାଫ୍ ଓ ଅନ୍ୟାନ୍ୟ ବିବରଣୀ ଅପଲୋଡ୍ କରିବାକୁ ପଡିବ, ଯାହା ପରେ ଆମେ ଆଡମିଟ୍ କାର୍ଡ ସୃଷ୍ଟି କରୁ। ଏଥିରୁ ଜଣାପଡୁଛି ଯେ କିଛି ଛାତ୍ର ଦାୟିତ୍ୱହୀନ କାମ କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ଅନୁସନ୍ଧାନ ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ଧାରା ଦ୍ୱାରା ବିଶ୍ୱବିଦ୍ୟାଳୟର ନାମ କ୍ଷୁର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ ଓ ରାଜ୍ୟପାଳଙ୍କ ଫଟୋଗ୍ରାଫର ଅପବ୍ୟବହାର ମଧ୍ୟ ଏକ ଗୁରୁତର ବିଷୟ।
ଉଲ୍ଲେଖଥାଉ କି, ଏଭଳି ତ୍ରୁଟି ସାମ୍ନାକୁ ଆସିବା ପ୍ରଥମ ଘଟଣା ନୁହେଁ। କିଛି ବର୍ଷ ପୂର୍ବେ ମୁଜାଫରପୁରରେ ଏଭଳି ଏକ ମାମଲା ସାମ୍ନାକୁ ଆସିଥିଲା, ଯେତେବେଳେ ଜଣେ ଛାତ୍ରଙ୍କ ଆଡମିଟ୍ କାର୍ଡରେ ବଲିଉଡ ଅଭିନେତା ଇମ୍ରାନ ହାଶମୀ ଓ ସନ୍ନି ଲିଓନଙ୍କ ନାମ ବାପା ଓ ମାଙ୍କ ନାମ ନଜର ଆସିଥିଲା।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।