ହୋମ୍ » ଓଡ଼ିଶା ନ୍ୟୁଜ୍ » ଟ୍ରେଣ୍ଡିଙ୍ଗ»ପଞ୍ଜାବର ନୂଆ CM ଚରଣଜିତ ସିଂ ଚାନ୍ନୀଙ୍କୁ ଶୁଭେଚ୍ଛା ଜଣାଇଲେ PM ମୋଦି; କହିଲେ ଆମେ ମିଶିକି କାମ କରିବୁ

ପଞ୍ଜାବର ନୂଆ CM ଚରଣଜିତ ସିଂ ଚାନ୍ନୀଙ୍କୁ ଶୁଭେଚ୍ଛା ଜଣାଇଲେ PM ମୋଦି; କହିଲେ ଆମେ ମିଶିକି କାମ କରିବୁ

ସୋମବାର ଦିନ ପଞ୍ଜାବରେ କଂଗ୍ରେସ ବିଧାନସଭା ଦଳର ନେତା ଚରଣଜିତ ସିଂ ଚାନ୍ନୀ ମୁଖ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଚାନ୍ନୀ ଦଳିତ ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଯିଏକି ପଞ୍ଜାବର ମୁଖ୍ୟ ମନ୍ତ୍ରୀ ହୋଇଛନ୍ତି ।

ପଞ୍ଜାବର ନୂଆ CM ଚରଣଜିତ ସିଂ ଚାନ୍ନୀଙ୍କୁ ଶୁଭେଚ୍ଛା ଜଣାଇଲେ PM ମୋଦି; କହିଲେ ଆମେ ମିଶିକି କାମ କରିବୁ
ପଞ୍ଜାବର ନୂଆ CM ଚରଣଜିତ ସିଂ ଚାନ୍ନୀଙ୍କୁ ଶୁଭେଚ୍ଛା ଜଣାଇଲେ PM ମୋଦି
  • News18 Odia
  • Last Updated: September 20, 2021, 4:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଦିନ ପଞ୍ଜାବର ନୂଆ ମୁଖ୍ୟ ମନ୍ତ୍ରୀ ହୋଇଥିବାରୁ ଚରଣଜିତ ସିଂ ଚାନ୍ନୀଙ୍କୁ ଅଭିନନ୍ଦନ ଜଣାଇବା ସହ ରାଜ୍ୟ ସରକାରଙ୍କ ସହ ପଞ୍ଜାବର ଉନ୍ନତି ପାଇଁ କାର୍ଯ୍ୟ ଜାରି ରଖିବେ ବୋଲି କହିଛନ୍ତି । ରାଜ ଭବନରେ ଆୟୋଜିତ ଏକ ସରଳ ସମାରୋହରେ ପଞ୍ଜାବ ରାଜ୍ୟପାଳ ବନୱାରୀ ଲାଲ ପୁରୋହିତ, ଚାନ୍ନୀଙ୍କୁ ଶପଥ ଗ୍ରହଣ କରାଇଛନ୍ତି ।

ଏହି ଅବସରରେ ପ୍ରଧାନ ମନ୍ତ୍ରୀ ଏକ ଟ୍ବିଟ୍‌ରେ କହିଛନ୍ତି ଯେ ପଞ୍ଜାବର ମୁଖ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିବାରୁ ଚରଣଜିତ ସିଂ ଚାନ୍ନୀଙ୍କୁ ଅଭିନନ୍ଦନ। ପଞ୍ଜାବ ସରକାରଙ୍କ ସହ ମିଶି ଆମେ ରାଜ୍ୟ ତଥା ରାଜ୍ୟବାସୀଙ୍କ ଉନ୍ନତି ପାଇଁ କାର୍ଯ୍ୟ ଜାରି ରଖିବୁ ।

ସୋମବାର ଦିନ ପଞ୍ଜାବରେ କଂଗ୍ରେସ ବିଧାନସଭା ଦଳର ନେତା ଚରଣଜିତ ସିଂ ଚାନ୍ନୀ ମୁଖ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି । ଚାନ୍ନି ଦଳିତ ସମ୍ପ୍ରଦାୟର ପ୍ରଥମ ବ୍ୟକ୍ତି ଯିଏକି ପଞ୍ଜାବର ମୁଖ୍ୟ ମନ୍ତ୍ରୀ ହୋଇଛନ୍ତି। ସୁଖଜୀନ୍ଦର ସିଂ ରାନ୍ଧୱା ଓ ଓମ୍ ପ୍ରକାଶ ସୋନି ତାଙ୍କ ସହ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ଯିଏ ରାଜ୍ୟର ଉପ ମୁଖ୍ୟ ମନ୍ତ୍ରୀ ହୋଇପାରିବେ। ରାନ୍ଧୱା ଜାଟ ଶିଖ୍ ଓ ସୋନି ହିନ୍ଦୁ ସମ୍ପ୍ରଦାୟରୁ ଆସିଛନ୍ତି ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶପଥ ଗ୍ରହଣ କରିବାର କିଛି ମିନିଟ ପରେ ରାଜ ଭବନରେ ପହଞ୍ଚି ଏହି ତିନି ନେତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ରାନ୍ଧୱା ଗୁରୁଦାସପୁର ଜିଲ୍ଲାର ଡେରା ବାବା ନାନକ ବିଧାନସଭା ନିର୍ବାଚନମଣ୍ଡଳୀରୁ ଜଣେ ବିଧାୟକ। ସେ ଅମରିନ୍ଦର ସିଂଙ୍କ ନେତୃତ୍ୱାଧୀନ ସରକାରରେ ମନ୍ତ୍ରୀ ଥିଲେ। ସୋନି ଅମୃତସର (କେନ୍ଦ୍ରୀୟ) ବିଧାନସଭା ନିର୍ବାଚନମଣ୍ଡଳୀରୁ ଜଣେ ବିଧାୟକ ଓ ପୂର୍ବ ସରକାରରେ ସେ ସ୍କୁଲ ଶିକ୍ଷା ମନ୍ତ୍ରୀ ଥିଲେ।

ଅମରିନ୍ଦର ସିଂ ଇସ୍ତଫା ଦେବା ପରେ ଚାନ୍ନୀ କଂଗ୍ରେସ ବିଧାନସଭା ଦଳର ନୂଆ ନେତା ଭାବରେ ନିର୍ବାଚିତ ହୋଇଥିଲେ। କଂଗ୍ରେସ ସୂତ୍ରରୁ ପ୍ରକାଶ ଯେ ମୁଖ୍ୟ ମନ୍ତ୍ରୀ ପଦ ପାଇଁ ଚାନ୍ନୀ ରାହୁଲ ଗାନ୍ଧିଙ୍କ ପସନ୍ଦ। ସୂତ୍ରରୁ ପ୍ରକାଶ ଯେ ମୁଖ୍ୟ ମନ୍ତ୍ରୀ ଚାନ୍ନୀ ଦିନକ ପରେ ତାଙ୍କୁ ଭେଟି ପୂର୍ବ ତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂଙ୍କୁ ମନାଇବା ପାଇଁ ଚେଷ୍ଟା କରିପାରନ୍ତି।
Published by: Lipina Das
First published: September 20, 2021, 4:55 PM IST