ପ୍ରଧାନ ମନ୍ତ୍ରୀଙ୍କ ମା' ହିରାବେନ୍ ଲଗାଇଲେ କରୋନା ଟିକା; ମୋଦୀ କହିଲେ- ଆପଣ ମଧ୍ୟ ନିଶ୍ଚୟ ଲଗାନ୍ତୁ
ପ୍ରଧାନ ମନ୍ତ୍ରୀ ମୋଦୀ ମଧ୍ୟ ମାର୍ଚ୍ଚ ପହିଲାରେ କରୋନା ଟିକା ଲଗାଇସାରିଛନ୍ତି । ୧ ମାର୍ଚ୍ଚରୁ ସାରା ଦେଶରେ ସେହି ନାଗରିକଙ୍କୁ ଟିକା ଦେବା ପାଇଁ ଅନୁମତି ଦିଆଯାଇଛି ଯେଉଁମାନଙ୍କ ବୟସ ୬୦ ବର୍ଷରୁ ଅଧିକ କିମ୍ବା ୪୫ ବର୍ଷରୁ ଅଧିକ ଓ ଗୁରୁତର ରୋଗରେ ପୀଡିତ ଅଛନ୍ତି ।

ପ୍ରଧାନ ମନ୍ତ୍ରୀଙ୍କ ମା' ହିରାବେନ୍ ଲଗାଇଲେ କରୋନା ଟିକା
- News18 Odia
- Last Updated: March 11, 2021, 4:08 PM IST
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମା' ହିରାବେନ୍ ମୋଦୀଙ୍କୁ କରୋନା ଟିକାର ପ୍ରଥମ ଡୋଜ ଲଗାଯାଇଛି । ଗୁରୁବାର ପ୍ରଧାନ ମନ୍ତ୍ରୀ ମୋଦୀ ନିଜେ ଟ୍ୱିଟର ମାଧ୍ୟମରେ ଏ ବିଷୟରେ ସୂଚନା ଦେଇଛନ୍ତି । ଏହା ସହ ପ୍ରଧାନ ମନ୍ତ୍ରୀ ମଧ୍ୟ କରୋନା ଟିକା ଲଗାଇବାକୁ ସମସ୍ତ ଦେଶବାସୀଙ୍କୁ ନିବେଦନ କରିଛନ୍ତି ।
Happy to share that my mother has taken the first dose of the COVID-19 vaccine today. I urge everyone to help and motivate people around you who are eligible to take the vaccine.
— Narendra Modi (@narendramodi) March 11, 2021
ପ୍ରଧାନ ମନ୍ତ୍ରୀ ମୋଦୀ ମଧ୍ୟ ମାର୍ଚ୍ଚ ପହିଲାରେ କରୋନା ଟିକା ଲଗାଇସାରିଛନ୍ତି । ୧ ମାର୍ଚ୍ଚରୁ ସାରା ଦେଶରେ ସେହି ନାଗରିକଙ୍କୁ ଟିକା ଦେବା ପାଇଁ ଅନୁମତି ଦିଆଯାଇଛି ଯେଉଁମାନଙ୍କ ବୟସ ୬୦ ବର୍ଷରୁ ଅଧିକ କିମ୍ବା ୪୫ ବର୍ଷରୁ ଅଧିକ ଓ ଗୁରୁତର ରୋଗରେ ପୀଡିତ ଅଛନ୍ତି ।
୧୬ ଜାନୁଆରୀରୁ ସାରା ଦେଶରେ କରୋନା ଟିକା ଟୀକାକରଣ ଆରମ୍ଭ ହୋଇଛି ଓ କରୋନା ଯୋଦ୍ଧାମାନଙ୍କୁ ପ୍ରଥମେ ଟୀକାକରଣ କରାଯାଇଛି । ଏହା ପରେ ମାର୍ଚ୍ଚ ୧ ଠାରୁ ୬୦ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଓ ୪୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି ଯେଉଁମାନେ ଗୁରୁତର ରୋଗରେ ପୀଡିତ ଅଛନ୍ତି ସେମାନଙ୍କୁ ମାଗଣାରେ ଟିକାଦେବା ପାଇଁ ଅନୁମତି ଦିଆଯାଇଛି । ୪୫ ବର୍ଷରୁ କମ୍ ଲୋକଙ୍କୁ ଟୀକାକରଣ ପାଇଁ ଅନୁମତି ଦିଆଯାଇ ନାହିଁ ।
ବର୍ତ୍ତମାନ ପର୍ଯ୍ୟନ୍ତ ୨.୫୬ କୋଟି ଲୋକଙ୍କୁ ଦିଆଯାଇଛି କରୋନା ଟିକା
ଦେଶରେ କରୋନା ଟୀକାକରଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଛି । ଦ୍ୱିତୀୟ ପର୍ଯ୍ୟାୟ କରୋନା ଟୀକାକରଣ ୧ ମାର୍ଚ୍ଚରୁ ଆରମ୍ଭ ହୋଇଛି । ବର୍ତ୍ତମାନ ପର୍ଯ୍ୟନ୍ତ ୨ କୋଟି ୫୬ ଲକ୍ଷ ୮୫ ହଜାର ୧୧ ଜଣଙ୍କୁ କରୋନାରେ ଟିକା ଦିଆଯାଇଛି । ଦେଶର ଅନେକ ରାଜ୍ୟରେ କରୋନା ଟିକା ପାଇଁ ଚାହିଦା ମଧ୍ୟ ବଢ଼ୁଛି । କେରଳରେ କୋଭିଡ -୧୯ ଟିକା ଅଭାବ ଥିବା ଅଭିଯୋଗ ପରେ ବର୍ତ୍ତମାନ ଭରତ ବାୟୋଟେକ୍ ଦ୍ୱାରା ଉତ୍ପାଦିତ ୪୮,୯୬୦ ଡୋଜ ସ୍ୱଦେଶୀ ଟିକା କୋଭାସିନ୍ ଏହି ରାଜ୍ୟରେ ପହଞ୍ଚିଛି ।