News 18 Odia Digital
ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (PM Modiji ) ରାଜସ୍ଥାନ ଯିବେ । ୨୮ ଜାନୁଆରୀ, ଶନିବାର ଦିନ ରାଜସ୍ଥାନର (Rajasthan) ଭିଲୱାରା ପ୍ରଭୁ ଶ୍ରୀଦେବନାରାୟଣଜୀଙ୍କ ୧୧୧୧ ତମ ଅବତାର ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ପିଏମ ମୋଦି ଅଂଶଗ୍ରହଣ କରିବେ । ଶ୍ରୀଦେବନାରାୟଣଜୀଙ୍କ ଅବତାର ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଂଶଗ୍ରହଣ ନିଶ୍ଚିତ ହେବା ପରେ ଆୟୋଜକମାନଙ୍କ ସହ ଭିଲୱାରା ପ୍ରଶାସନ ମଧ୍ୟ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛି ।
ସୂଚନା ଅନୁଯାୟୀ, ଅବତରଣ ଦିବସରେ ଆୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ନିମନ୍ତ୍ରଣ ପଠାଯାଇଥିଲା। ଆୟୋଜକ କମିଟିର ନିମନ୍ତ୍ରଣ କ୍ରମେ ପ୍ରଧାନମନ୍ତ୍ରୀ ମୋଦି ଭିଲୱାରା ପହଞ୍ଚିବାକୁ ଅନୁମତି ଦେଇଛନ୍ତି। ଉଲ୍ଲେଖନୀୟ ବିଷୟ ହେଉଛି, ଭଗବାନ ଶ୍ରୀଦେବନାରାୟଣଜୀ ଗୁର୍ଜର ସମ୍ପ୍ରଦାୟର ମୁଖ୍ୟ ଦେବତା ଅଟନ୍ତି।
ଶ୍ରୀଦେବନାରାୟଣଜୀଙ୍କୁ ମଧ୍ୟ ଭଗବାନ ବିଷ୍ଣୁଙ୍କ ଅବତାର ଭାବରେ ବିବେଚନା କରାଯାଏ। ତାଙ୍କର ୧୧୧୧ ତମ ଅବତରଣ ଦିବସରେ ଭିଲୱାରାଠାରେ ଏକ ବିଶାଳ କାର୍ଯ୍ୟକ୍ରମ ପାଇଁ ପ୍ରସ୍ତୁତି ଚାଲିଛି । ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଦେଶର ବିଭିନ୍ନ ସ୍ଥାନରୁ ଗୁର୍ଜର ସମ୍ପ୍ରଦାୟର ଲୋକମାନେ ଭିଲୱାରା ପହଞ୍ଚୁଛନ୍ତି। ପୌରାଣିକ ବିଶ୍ୱାସ ଅନୁଯାୟୀ, ପ୍ରଭୁ ଶ୍ରୀଦେବନାରାୟଣଜୀ ଭିଲୱାରା ଜିଲ୍ଲାର ଆସିଣ୍ଡ ବିଧାନସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ମାଲାସେରୀ ଗାଁର ରାଜା ସୱାଇ ଭୋଜଙ୍କ ଘରେ ଜନ୍ମଗ୍ରହଣ କରିଥିଲେ।
ବିଶ୍ୱାସ କରାଯାଏ ଯେ, ସେ କିସପ୍ରା ନଦୀ କୂଳରେ ଭଗବାନ ବିଷ୍ଣୁଙ୍କୁ କଠୋର ତପସ୍ୟା କରିଥିଲେ। ତାଙ୍କର ଅନେକ ଦୈବିକ ଶକ୍ତି ଥିଲା ଓସେ ଏହି ଶକ୍ତି ବ୍ୟବହାର କରି ଅନେକ ଥର ଚମତ୍କାର କରିଥିଲେ ଶ୍ରୀଦେବନାରାୟଣଜୀ ଜଣେ ଗୋରକ୍ଷକ ଥିଲେ ଓ ତାଙ୍କର ପ୍ରାୟ ଏକ ଲକ୍ଷ ଗାଈ ଥିଲେ। ସେ ଅଷ୍ଟମ ଶତାବ୍ଦୀରେ ଅଜମେର ଉପରେ ମଧ୍ୟ ଶାସନ କରିଥିଲେ।
ଅଧିକ ଖବର ପଢ଼ନ୍ତୁ -
http://ସାପ ହୋଇ କାମୁଡିଲେ ଗୁଣିଆ ହୋଇ ଝାଡିଲେ; ସ୍ୱାମୀଙ୍କ ଜୀବନ ନେଇ ମିଛ କାନ୍ଦ କାନ୍ଦୁଥିଲେ ସ୍ତ୍ରୀPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।