ପ୍ରଧାନମନ୍ତ୍ରୀଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’: ପ୍ରଥମଥର ପାଇଁ ୫୦ ଜଣ ଦିବ୍ୟାଙ୍ଗ ଛାତ୍ରୀଛାତ୍ର କାର୍ଯ୍ୟକ୍ରମରେ ଯୋଗଦେବେ

ଏହି କାର୍ଯ୍ୟକ୍ରମରେ ୨୦୦୦ ଛାତ୍ରୀଛାତ୍ର ଭାଗନେବାକୁ ଥିବାବେଳେ ଶିକ୍ଷକଶିକ୍ଷୟିତ୍ରୀମାନେ ମଧ୍ୟ ଯୋଗଦେବେ । ସେଥିମଧ୍ୟରୁ ୧,୦୫୦ ଛାତ୍ରୀଛାତ୍ର ପ୍ରବନ୍ଧ ଲିଖନ ପ୍ରତିଯୋଗିତା ମାଧ୍ୟମରେ ଚୟନ ହୋଇଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’: ପ୍ରଥମଥର ପାଇଁ ୫୦ ଜଣ  ଦିବ୍ୟାଙ୍ଗ ଛାତ୍ରୀଛାତ୍ର କାର୍ଯ୍ୟକ୍ରମରେ ଯୋଗଦେବେ
୨୦୧୯ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି ଛାତ୍ରୀଛାତ୍ରଙ୍କ ସହ ବାର୍ତ୍ତାଳାପ କରୁଛନ୍ତି
  • News18 Odia
  • Last Updated: January 18, 2020, 11:50 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ଛାତ୍ରୀଛାତ୍ରଙ୍କୁ ପରୀକ୍ଷା ଚାପରୁ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିବର୍ଷ ଭଳି ଚଳିତ ବର୍ଷ ଜାନୁଆରୀ ୨୦ରେ ‘ପରୀକ୍ଷା ପେ ଚର୍ଚ୍ଚା’ର ତୃତୀୟ ସଂସ୍କରଣ କରିବାକୁ ଥିବାବେଳେ ଏଥିରେ ପ୍ରଥମ ଥର ଲାଗି ସାରା ଦେଶରୁ ୫୦ ଦିବ୍ୟାଙ୍ଗ ଛାତ୍ରୀଛାତ୍ର ଭାଗ ନେବେ ବୋଲି ଅଫିସିଆଲମାନେ ସୂଚନା ଦେଇଛନ୍ତି । ନୂଆ ଦିଲ୍ଲୀର ତାଲକୋଟରା ଷ୍ଟାଡିୟମରେ ଆୟୋଜିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଛାତ୍ରୀଛାତ୍ର ଏବଂ ଶିକ୍ଷକଶିକ୍ଷୟିତ୍ରୀମାନଙ୍କୁ ପରୀକ୍ଷା ଚାପରୁ କିପରି ମୁକ୍ତି ପାଇବେ ସେନେଇ ବିଭିନ୍ନ ଉପାୟ ସମ୍ପର୍କରେ କହିବେ ।

ଏଥରର କାର୍ଯ୍ୟକ୍ରମ ପୂର୍ବ ବର୍ଷ ଅପେକ୍ଷା ଟିକେ ଭିନ୍ନ ହେବା ସହ ଏଥିରେ ଛାତ୍ରୀଛାତ୍ରଙ୍କୁ ବିଶେଷ ଗୁରୁତ୍ବ ଦିଆଯିବାକୁ ସ୍ଥିର କରାଯାଇଛି । ଏହି କ୍ରମରେ କାର୍ଯ୍ୟକ୍ରମରେ ସ୍ବତନ୍ତ୍ର ଭାବେ ୫୦ ଜଣ ଦିବ୍ୟାଙ୍ଗ ଛାତ୍ରୀଛାତ୍ରଙ୍କୁ ସାମିଲ କରାଯିବାକୁ ନିଷ୍ପତ୍ତି ନିଆଯାଇଥିବା ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଂଯୁକ୍ତ ସଚିବ ଆର୍.ସି.ମୀଣା କହିଛନ୍ତି ।

ଏହି ଦିବ୍ୟାଙ୍ଗ ଛାତ୍ରୀଛାତ୍ରମାନଙ୍କୁ ଚିତ୍ରାଙ୍କନ ପ୍ରତିଯୋଗିତା ମାଧ୍ୟମରେ ଚୟନ କରାଯାଇଛି । ଅନୁଷ୍ଠିତ ଚିତ୍ରାଙ୍କନ ପ୍ରତିଯୋଗିତାର ଥିମ ଥିଲା ‘କିପରି ପରୀକ୍ଷା ଚାପକୁ ମୁକାବିଲା କରିବା’ । ଚିତ୍ରାଙ୍କନ ପ୍ରତିଯୋଗିତାରୁ ଚୟନ ହୋଇଥିବା ଭଲ ଚିତ୍ର ଗୁଡ଼ିକୁ କାର୍ଯ୍ୟକ୍ରମସ୍ଥଳରେ ପ୍ରଦର୍ଶ କରାଯିବ ବୋଲି ମୀଣା କହିଛନ୍ତି । ଏହି କାର୍ଯ୍ୟକ୍ରମରେ ସମୁଦାୟ ୨୦୦୦ ଛାତ୍ରୀଛାତ୍ର ଭାଗନେବାକୁ ଥିବାବେଳେ ସେମାନଙ୍କ ମଧ୍ୟରୁ ୧,୦୫୦ ଛାତ୍ରୀଛାତ୍ରଙ୍କୁ ପ୍ରବନ୍ଧ ଲିଖନ ପ୍ରତିଯୋଗିତା ମାଧ୍ୟମରେ ଚୟନ କରାଯାଇଛି ।

ଯେଉଁ ଛାତ୍ରୀଛାତ୍ରମାନଙ୍କୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ ପଚାରିବାଲାଗି ଚୟନ କରାଯାଇଛି ସେମାନଙ୍କୁ ୫ଟି ବିଷୟ ଉପରେ ଆଧାରିତ ପ୍ରବନ୍ଧ ଲିଖନ ପ୍ରତିଯୋଗିତାରୁ ଚୟନ କରାଯାଇଛି । ସେହି ବିଷୟ ଗୁଡ଼ିକ ହେଲା……

୧. ମହାନ ବ୍ୟକ୍ତିତ୍ବଙ୍କ ଉପରେ ଏକ ଲେଖା ଯେଉଁ ଛାତ୍ରମାନଙ୍କୁ ଲାଗୁଥିବ କି ସେମାନଙ୍କର ଶିକ୍ଷା ଜୀବନରେ ଏକ ମହତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିବେ ଏବଂ କାହିଁ ତାଙ୍କ ପ୍ରତି କୃତଜ୍ଞ ।

୨. ନିଜ ଜୀବନର ଲକ୍ଷ୍ୟ ଏବଂ କ୍ୟାରିଅରକୁ ନେଇ ଏକ କ୍ଷୁଦ୍ର ପ୍ରବନ୍ଧ

୩. ପ୍ରଚଳିତ ପରୀକ୍ଷା ପ୍ରଣାଳୀ ଉପରେ ନିଜର ମତାମତ ଏବଂ ଏହାକୁ ଅଧିକ ସୁନ୍ଦର କରିବା ଉପରେ ନିଜର ରାୟ ।

୪. ନାଗରିକ ମାନଙ୍କର କର୍ତ୍ତବ୍ୟ ଉପରେ ନିବନ୍ଧ ଏବଂ କିଭଳି କେହି ବି ସମସ୍ତଙ୍କୁ ଅଧିକ କର୍ତ୍ତବ୍ୟନିଷ୍ଠ ନାଗରିକ ହେବା ପାଇଁ ପ୍ରେରିତ କରିପାରିବ ।

୫. ନିଜ ପାଠ୍ୟକ୍ରମ ଛଡ଼ା ଜଣେ ଛାତ୍ରର ସନ୍ତୁଳିତ ଜୀବନଯାପନ ଉପରେ ଏକ ଲେଖା ।

ଗତ ବର୍ଷ କାର୍ଯ୍ୟକ୍ରମ ଲାଗି ୧.୪ଲକ୍ଷ ଆବେଦନ ମିଳିଥିବାବେଳେ ଚଳିତବର୍ଷ ୨.୬ ଲକ୍ଷ ଛାତ୍ରୀଛାତ୍ର ଆବେଦନ କରିଥିବା ଜଣାପଡ଼ିଛି । ପ୍ରଧାନମନ୍ତ୍ରୀ ୨୦୧୮ରେ ୧୦ଟି ପ୍ରଶ୍ନର ଉତ୍ତର ଦେଇଥିବାବେଳେ ୨୦୧୯ରେ ୧୬ଟି ପ୍ରଶ୍ନର ଉତ୍ତର ଦେଇଥିଲେ । ଚଳିତବର୍ଷ ଏହି କାର୍ଯ୍ୟକ୍ରମ ୧୬ ଜାନୁଆରୀରେ ହେବାକୁ ଥିବାବେଳେ ପର୍ବପର୍ବାଣୀ ଯୋଗୁଁ ଏହାକୁ ଘୁଞ୍ଚାଯାଇ ୨୦ ଜାନୁଆରୀ କରାଯାଇଛି ।

 
First published: January 18, 2020, 11:50 AM IST
corona virus btn
corona virus btn
Loading