ପ୍ରଧାନମନ୍ତ୍ରୀଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ ୨୦୨୦: ଛାତ୍ରୀଛାତ୍ରଙ୍କ ମନରେ ଆତ୍ମବିଶ୍ବାସ ଭରୁଛି ଏହି ନିଆରା କାର୍ଯ୍ୟକ୍ରମ

ଏକ ଚିତ୍ର ଏବଂ ପୋଷ୍ଟର ତିଆରି ପ୍ରତିଯୋଗିତା ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ ପୂର୍ବରୁ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ସିବିଏସ୍ଇ ଏବଂ କେନ୍ଦ୍ରୀୟ ବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଭାଗ ନେଇଥିଲେ ।

ପ୍ରଧାନମନ୍ତ୍ରୀଙ୍କ ସହ ‘ପରୀକ୍ଷା ପେ ଚର୍ଚ୍ଚା’ ୨୦୨୦: ଛାତ୍ରୀଛାତ୍ରଙ୍କ ମନରେ ଆତ୍ମବିଶ୍ବାସ ଭରୁଛି ଏହି ନିଆରା କାର୍ଯ୍ୟକ୍ରମ
ପରୀକ୍ଷା ପେ ଚର୍ଚ୍ଚାର ପୂର୍ବ ସଂସ୍କରଣରେ ପ୍ରଧାନମନ୍ତ୍ରୀ ଛାତ୍ରୀଛାତ୍ରଙ୍କୁ ସମ୍ବୋଧନ କରୁଛନ୍ତି
  • News18 Odia
  • Last Updated: January 19, 2020, 6:15 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ନୂଆ ଦିଲ୍ଲୀ: ପରୀକ୍ଷା କଥା ଶୁଣିଲେ ଛାତ୍ରୀଛାତ୍ରଙ୍କ ମନରେ ହଠାତ୍ ଡର ପଶିଯାଉଥିବାବେଳେ ଏହି ଡରକୁ ଦୂର କରିବା ପାଇଁ ୨ ବର୍ଷ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା’ ନାମରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରି ଛାତ୍ରୀଛାତ୍ରଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ । ପରେ ୨୦୧୮ରେ ଏହି କାର୍ଯ୍ୟକ୍ରମର କଳେବର ବୃଦ୍ଧି ହୋଇଥିଲା ଏବଂ ଅଧିକ ସଂଖ୍ୟକ ଛାତ୍ରୀଛାତ୍ର ଏଥିଲାଗି ଆଗ୍ରହ ପ୍ରକା କରିଥିଲେ । ତେବେ ଚଳିତବର୍ଷ ଛାତ୍ରୀଛାତ୍ରଙ୍କ ଆଗ୍ରହକୁ ଲକ୍ଷରେ ରଖି ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ଅନେକ ନୂଆନୂଆ କାଥା ଏଥର ଯୋଡ଼ିଛି ।

For more sample papers of CBSE Class 10, please Click here:


୧. ଏଥର କେବଳ ଛାତ୍ରୀଛାତ୍ରମାନେ ହିଁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରିବାର ସୁଯୋଗ ପାଇବେ ।

୨. ଛାତ୍ରୀଛାତ୍ରମାନେ ଏଥର ପୁରା କାର୍ଯ୍ୟକ୍ରମକୁ ସଞ୍ଚାଳନ କରିବେ ।

୩. ପ୍ରଥମଥର ଲାଗି ବିଦେଶରେ ପଢ଼ୁଥିବା ଛାତ୍ରୀଛାତ୍ରମାନେ ଏଥିରେ ଭାଗ ନେବାର ସୁଯୋଗ ପାଇବେ ।

୪. କାର୍ଯ୍ୟକ୍ରମର ଅବଧି ଏକ ଘଣ୍ଟା ରଖାଯାଇଥିବାବେଳେ ଏଥିରେ ଛାତ୍ରୀଛାତ୍ରଙ୍କ ସହଭାଗିତା କିପରି ଅଧିକରୁ ଅଧିକ ରହିବ ସେଥିପ୍ରତି ମନ୍ତ୍ରଣାଳୟ ପକ୍ଷରୁ ବିଶେଷ ଧ୍ୟାନ ରଖାଯାଇଛି ।

୫. କାର୍ଯ୍ୟକ୍ରମରେ ମାତ୍ର ୨୦୦୦ ଛାତ୍ରୀଛାତ୍ର ଭାଗନେବାକୁଥିବାବେଳେ ଏହାକୁ ଅଧିକରୁ ଅଧିକ ସଂଖ୍ୟକ ଛାତ୍ରୀଛାତ୍ର କିପରି ଦେଖିବେ ସେନେଇ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିଜର ଫେସବୁକ୍ ଏବଂ ୟୁଟ୍ୟୁବ ପେଜରେ ଏହାର ସିଧା ପ୍ରସାରଣ କରିବ ।

୬. ଶିକ୍ଷକମାନେ କାର୍ଯ୍ୟକ୍ରମରେ ଭାଗ ନେଉଥିଲେ ବି ପ୍ରଶ୍ନ କେବଳ ଛାତ୍ରୀଛାତ୍ରମାନେ ପଚାରିପାରିବେ ।

୭. ଏଥିପାଇଁ ସାରା ଦେଶର ଛାତ୍ରୀଛାତ୍ରଙ୍କ ଠାରୁ ୭୫୦ ପୋଷ୍ଟର ଏବଂ ପେଣ୍ଟିଂ ଗ୍ରହଣ କରାଯାଇଥିବାବେଳେ ସେଥିମଧ୍ୟରୁ ଶେଷ୍ଠ ୫୦ଟି ପୋଷ୍ଟରକୁ ଚୟନ କରାଯାଇ ସେଗୁଡ଼ିକୁ କାର୍ଯ୍ୟକ୍ରମ ସ୍ଥଳରେ ପ୍ରଦର୍ଶନ କରାଯିବ । ପ୍ରଧାନମନ୍ତ୍ରୀ କାର୍ଯ୍ୟକ୍ରମ ପୂର୍ବରୁ ଏହାକୁ ବୁଲି ଦେଖିବେ ।

୮. ଗତ ବର୍ଷ ସାରା ଦେଶରେ ୮.୫କୋଟିରୁ ଅଧିକ ଛାତ୍ରୀଛାତ୍ର ଏହି କାର୍ଯ୍ୟକ୍ରମକୁ ଦେଖିଥିବାବେଳେ ଚଳିତଥର ଏହି ସଂଖ୍ୟାକୁ ୧୫ କୋଟିରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଛି ।

୯. ପ୍ରଥମଥର ପାଇଁ ୫୦ ଜଣ  ଦିବ୍ୟାଙ୍ଗ ଛାତ୍ରୀଛାତ୍ର କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ମାନବସମ୍ବଳ ବିକାଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

୧୦. କାର୍ଯ୍ୟକ୍ରମ ୨୦ତାରିଖ ଦିନ ୧୧ଟା ସମୟରେ ଆରମ୍ଭ ହେବାକୁ ଥିବାବେଳେ ଏହା ପୂର୍ବରୁ ଦେଶର କେତେକ ସ୍ଥାନ ଏବଂ ବିଦେଶରେ ଭିଡିଓ କନଫରେନ୍ସିଂ ଜରିଆରେ ଏହାକୁ ସମସ୍ତେ ଦେଖିପାରିବେ ।

 
First published: January 19, 2020, 6:15 PM IST
corona virus btn
corona virus btn
Loading