News18 Odia Digital
PM Modi: ନୂଆ ଶିକ୍ଷା ନୀତି ଶିକ୍ଷା କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆଣିଛି । ଆଜିର ବିଦ୍ୟାର୍ଥୀଙ୍କ ଜିଜ୍ଞାସା ଶିକ୍ଷକଙ୍କ ପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି । ଆଦିବାସୀ ବହୁଳ ଅଞ୍ଚଳର ଛାତ୍ରଛାତ୍ରୀ ଡାକ୍ତର, ଇଞ୍ଜିନିୟର ହୋଇ ଆଗକୁ ବଢ଼ୁଛନ୍ତି । ଏହା କେବଳ ଶୈକ୍ଷିକତାର ବାତାବରଣ ପାଇଁ ସମ୍ଭବ ହୋଇପାରିଛି । ଏହା ପଛରେ ରହିଛି ଶିକ୍ଷକଙ୍କ ବଡ଼ ଅବଦାନ । ଗୁଜରାଟରେ ଆୟୋଜିତ ଅଖିଳ ଭାରତୀୟ ଶିକ୍ଷା ସଂଘ ଅଧିବେଶନରେ ସାମିଲ୍ ହୋଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥି ସହ କିଭଳି ଗୁଜରାଟର ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିଛି, ତାହା ବି କହିଛନ୍ତି ।
ଆଜିର ଭାରତ ସଂକଳ୍ପ ସହ ଆଗକୁ ବଢୁଛି । ଯୁବପିଢିଙ୍କ ଆଗରେ ଅନେକ ଚ୍ୟାଲେଞ୍ଜ ରହିଛି । ଯୁବ ସମାଜକୁ ଆଗକୁ ନେବା ପାଇଁ ଶିକ୍ଷକଙ୍କ ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ଗୁଜରାଟର ଗାନ୍ଧିନଗରରେ ଆୟୋଜିତ ଅଖିଳ ଭାରତୀୟ ଶିକ୍ଷା ସଂଘ ଅଧିବେଶନରେ ସାମିଲ୍ ହୋଇ ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଛନ୍ତି, ଯେତେବେଳେ ଭାରତ ସଂକଳ୍ପ ସହ ଆଗକୁ ବଢୁଛି ସେତେବେଳେ ଶିକ୍ଷକଙ୍କ ଦାୟିତ୍ବ ବଢିଛି । ଗୋଟିଏ ସମୟ ଥିଲା ଗୁଜରାଟରେ ଡ୍ରପ୍ ଆଉଟ୍ ହାର ୪୦ ପ୍ରତିଶତ ଥିବାବେଳେ ଏବେ ଏହାକୁ ୩ ପ୍ରତିଶତକୁ ଖସି ଆସିଛି । ଗୁଜରାଟର ଆଦିବାସୀ ବହୁଳ ଅଞ୍ଚଳରେ ଶିକ୍ଷାରେ ଅଭୁତପୂର୍ବ ପରିବର୍ତ୍ତନ ହୋଇଛି । ଯାହାଫଳରେ ଆଦିବାସୀ ଭାଇ, ଭଉଣୀମାନେ ଡାକ୍ତର ଏବଂ ଇଞ୍ଜିନିୟର ହୋଇ ଆଗକୁ ବଢ଼ି ପାରୁଛନ୍ତି । ଏହା କେବଳ ଗୁଜରାଟର ଶିକ୍ଷକଙ୍କ ପାଇଁ ସମ୍ଭବ ହୋଇପାରିଥିବା ମୋଦି କହିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ଗୁଜରାଟର ଶିକ୍ଷକଙ୍କ ସହ ତାଙ୍କର ଯେଉଁ ଅନୁଭବ ରହିଛି, ତାହା ଜାତୀୟ ସ୍ତରରେ ନୂଆ ଶିକ୍ଷା ନୀତି ପ୍ରସ୍ତୁତ କରିବାରେ ସହାୟକ ହୋଇଛି । ଯେଉଁଭଳି ପୂର୍ବରୁ ଶୌଚାଳୟ ନ ଥିବାରୁ ଛାତ୍ରୀମାନେ ବିଦ୍ୟାଳୟ ଯିବା ପାଇଁ ଅମଙ୍ଗ ହୁଏ ଥିଲେ, ଏଥି ପାଇଁ ବିଶେଷ ଅଭିଯାନ ଜରିଆରେ ବିଦ୍ଯାଳୟରେ ଛାତ୍ରୀଙ୍କ ପାଇଁ ଅଲଗା ଚୌଚାଳୟ ନିର୍ମାଣ ହୋଇଛି । ନୂଆ ରାଷ୍ଟ୍ରୀୟ ଶିକ୍ଷା ନୀତି ପୁରୁଣା ଅପ୍ରସାଙ୍ଗିକ ବ୍ୟବସ୍ଥାରେ ପରିବର୍ତ୍ତନ ଆଣିଛି। ଆଜି ଭାରତ ଆଧୁନିକ ଆବଶ୍ଯକତା ମୁତାବକ ନୂଆ ବ୍ଯବସ୍ଥା ନିର୍ମାଣ କରୁଛି । ଏହାକୁ ଆଖି ଆଗରେ ରଖି ରାଷ୍ଟ୍ରୀୟ ଶିକ୍ଷା ନୀତି ପ୍ରସ୍ତୁତ ହୋଇଛି । କେବଳ ଭାରତ ନୁହେଁ, ବିଦେଶରେ ମଧ୍ୟ ବହୁଳ ମାତ୍ରାରେ ଭାରତୀୟ ଶିକ୍ଷକମାନେ ଶିକ୍ଷା ଦାନ କରୁଛନ୍ତି । ଆମର ଶିକ୍ଷା ବ୍ୟବସ୍ଥା ଏଭଳି ହେବା ଆବଶ୍ୟକ, ଯେଭଳି ଅଧିକରୁ ଅଧିକ ଛାତ୍ରଛାତ୍ରୀ ଶିକ୍ଷକ ହେବା ପାଇଁ ମନ ବଳାଇବା ଜରୁରୀ । ଏଥି ପାଇଁ ଶୈକ୍ଷିକତାର ମାହୋଲ ସୃଷ୍ଟି କରିବା ପାଇଁ ଉପସ୍ଥିତ ଶିକ୍ଷକଙ୍କୁ ଅପିଲ୍ କରିଛନ୍ତି ପ୍ରଧାନମନ୍ତ୍ରୀ ।
ଆଜିର ଛାତ୍ରଛାତ୍ରୀଙ୍କ ଜିଜ୍ଞାସା, ସେମାନଙ୍କ କୌତୁହଳ ଶିକ୍ଷକଙ୍କ ପାଇଁ ନୂଆ ଆହ୍ବାନ ସୃଷ୍ଟି କରିଛି । ଆଜିର ଶିକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନ ହୋଇଛି, ଶିକ୍ଷକମାନେ ବଦଳୁଛନ୍ତି, ଛାତ୍ରଛାତ୍ରୀ ମାନେ ବି ବଦଳୁଛନ୍ତି । କିଭଳି ଆମେ ଆଗକୁ ବଢିବା, ତାହା ବଦଳୁଥିବା ବ୍ୟବସ୍ଥା ଉପରେ ନିର୍ଭର କରୁଛି । ପୂର୍ବରୁ ଶିକ୍ଷକମାନଙ୍କ କ୍ଷେତ୍ରରେ ସଂଶୋଧନର ଅଭାବ, ଶିକ୍ଷା ଭିତ୍ତିଭୂମିର ଅଭାବ ଥିଲା । ହେଲେ ଆଜି ଏହି ସମସ୍ୟା ଧିରେ ଧିରେ କମି ଚାଲିଛି ।
ଏହି ଅବସରରେ ଶିକ୍ଷକ, ଶିକ୍ଷୟିତ୍ରି ଓ ଛାତ୍ରଛାତ୍ରୀଙ୍କୁ ଟିପ୍ସ ଦେଇଥିଲେ ପ୍ରଧାନମନ୍ତ୍ରୀ । ବିଦ୍ୟାର୍ଥୀମାନେ ସବୁବେଳେ ଶିକ୍ଷାକମାନଙ୍କୁ ଠାରୁ ଶିକ୍ଷା ସହ ଅନ୍ୟ କ୍ଷେତ୍ରରେ ପ୍ରଭାବିତ ହୋଇ ଥାଆନ୍ତି । ଶିକ୍ଷକମାନେ ଯେତେବେଳେ ପଢ଼ାନ୍ତି, ଛାତ୍ରମାନେ ସେତେବେଳେ ଏହାକୁ ଗ୍ରହଣ କରନ୍ତି । ବିଦ୍ୟାର୍ଥୀମାନେ ଅନେକ ସମୟରେ ଅଲଗା ଅଲଗା ସମସ୍ୟାର ସମାଧାନ ପାଇଁ ଆଗଭର ହୋଇଥାଆନ୍ତି । ଏହା ଶିକ୍ଷକଙ୍କୁ ଅପଡେଟ୍ ରହିବା ପାଇଁ ଆହ୍ବାନ କରିଥାଏ । ଏହି ଆହ୍ବାନକୁ ଯେଉଁ ଭଳି ଭାବେ ଜଣେ ଶିକ୍ଷକ ଗ୍ରହଣ କରିଥାଏ, ତାହା ଆମର ଶିକ୍ଷା ବ୍ଯବସ୍ଥା ଉପରେ ନିର୍ଭର କରିଥାଏ...ଏହି ଅବସରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ମୁଁ ଏଭଳି ଜଣେ ବିଦ୍ୟାର୍ଥୀ ଆଜି ବି ମୁଁ ମୋର ଶିକ୍ଷକଙ୍କ ସହ ସମ୍ପର୍କରେ ରହିଛି ।
ଗୁଜରାଟ ଗସ୍ତ ଅବସରରେ ୪,୪୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଲୋକାର୍ପଣ କରିଛନ୍ତି ପ୍ରଧାନମନ୍ତ୍ରୀ । କେବଳ ଗାନ୍ଧୀନଗରକୁ ୨, ୪୫୦ କୋଟି ଟଙ୍କାର ବିକାଶମୂଳକ ଯୋଜନା ଭେଟି ଦେଇଛନ୍ତି ମୋଦି । ଏଥି ସହ ଆବାସ ଯୋଜନାରେ ଲାଭାର୍ଥୀଙ୍କୁ ଘର ପ୍ରଦାନ କରାଯାଇଛି ।
ପଢନ୍ତୁ ଏହି ଖବର :
ମୃତ୍ୟୁ ପରେ ନୋମିନି ନଥିଲେ କେମିତି ଉଠାଇବେ EPF ଟଙ୍କା ? ଜାଣନ୍ତୁ ସହଜ ଉପାୟ...ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।