ମନ୍ କି ବାତରେ ଓଡ଼ିଶାର ନୂଆଖାଇ ପର୍ବ ସମ୍ପର୍କରେ ଉଲ୍ଲେଖ କଲେ ପ୍ରଧାନମନ୍ତ୍ରୀ; ଜଣାଇଲେ ଶୁଭେଚ୍ଛା

ପ୍ରଧାନ ମନ୍ତ୍ରୀଙ୍କ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ରେ ଅନେକ ଅନୁଭୂତି ଆଉ ଦେଶର ସଫଳତା ବିଷୟରେ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । ଆଜାଦୀ କା ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା ଅଭିଯାନର ବ୍ୟାପକ ସଫଳତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନ ମନ୍ତ୍ରୀଙ୍କ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ରେ ଅନେକ ଅନୁଭୂତି ଆଉ ଦେଶର ସଫଳତା ବିଷୟରେ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । ଆଜାଦୀ କା ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା ଅଭିଯାନର ବ୍ୟାପକ ସଫଳତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

ପ୍ରଧାନ ମନ୍ତ୍ରୀଙ୍କ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ରେ ଅନେକ ଅନୁଭୂତି ଆଉ ଦେଶର ସଫଳତା ବିଷୟରେ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । ଆଜାଦୀ କା ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା ଅଭିଯାନର ବ୍ୟାପକ ସଫଳତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ।

  • Share this:
News 18 Odia Digital

ନୂଆଦିଲ୍ଲୀ; “ମନ୍ କି ବାତ୍” ରେ ଦେଶବାସୀଙ୍କୁ ସମ୍ବୋଧିତ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନ ମନ୍ତ୍ରୀଙ୍କ ରେଡ଼ିଓ କାର୍ଯ୍ୟକ୍ରମ ମନ୍ କି ବାତ୍ ରେ ଅନେକ ଅନୁଭୂତି ଆଉ ଦେଶର ସଫଳତା ବିଷୟରେ ବଖାଣିଛନ୍ତି ପ୍ରଧାନମନ୍ତ୍ରୀ । ଆଜାଦୀ କା ଅମୃତ ମହୋତ୍ସବ ଓ ହର ଘର ତ୍ରିରଙ୍ଗା ଅଭିଯାନର ବ୍ୟାପକ ସଫଳତାକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଅମୃତ ମହୋତ୍ସବ ଓ ସ୍ୱାଧୀନତା ଦିବସର ଏହି ବିଶେଷ ଅବସରରେ ଆମେ ଦେଶର ସାମୂହିକ ଶକ୍ତିକୁ ଦେଖିପାରିଛୁ । ଅମୃତ ମହୋତ୍ସବର ଏହି ରଙ୍ଗ କେବଳ ଭାରତରେ ହିଁ ନୁହେଁ, ବରଂ ବିଶ୍ୱର ଅନ୍ୟ ଦେଶମାନଙ୍କରେ ମଧ୍ୟ ଦେଖିବାକୁ ମିଳିଲା । ବୋଟସ୍ୱାନାରେ ଥିବା ସ୍ଥାନୀୟ କଣ୍ଠଶିଳ୍ପୀମାନେ ଭାରତର ସ୍ୱାଧୀନତାରେ ୭୫ ବର୍ଷ ପାଳନ କରିବା ପାଇଁ ୭୫ଟି ଦେଶାତ୍ମବୋଧକ ଗୀତ ଗାଇଲେ ।

ଆପଣମାନଙ୍କର ମନେଥିବ, ‘ମନ୍ କି ବାତ୍’ରେ ହିଁ ଚାରିମାସ ପୂର୍ବେ ମୁଁ ଅମୃତ ସରୋବର କଥା କହିଥିଲି । ତା' ପରେ ବିଭିନ୍ନ ଜିଲ୍ଲାମାନଙ୍କରେ ସ୍ଥାନୀୟ ପ୍ରଶାସନ, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଲୋକେ ଲାଗିପଡ଼ିଲେ ଆଉ, ଦେଖୁ ଦେଖୁ ଅମୃତ ସରୋବର ନିର୍ମାଣ ଗୋଟିଏ ଜନ-ଆନ୍ଦୋଳନରେ ପରିଣତ ହୋଇଯାଇଛି ।

ଆପଣମାନଙ୍କର ମନେଥିବ, ‘ମନ୍ କି ବାତ୍’ରେ ହିଁ ଚାରିମାସ ପୂର୍ବେ ମୁଁ ଅମୃତ ସରୋବର କଥା କହିଥିଲି । ତା ପରେ ବିଭିନ୍ନ ଜିଲ୍ଲାମାନଙ୍କରେ ସ୍ଥାନୀୟ ପ୍ରଶାସନ, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଲୋକେ ଲାଗିପଡ଼ିଲେ ଆଉ, ଦେଖୁ ଦେଖୁ ଅମୃତ ସରୋବର ନିର୍ମାଣ ଗୋଟିଏ ଜନ-ଆନ୍ଦୋଳନରେ ପରିଣତ ହୋଇଯାଇଛି ।

ମୋତେ ତେଲଙ୍ଗାନାର ୱାରଙ୍ଗଲର ଗୋଟିଏ ସୁନ୍ଦର ଉଦ୍ୟମ ସମ୍ପର୍କରେ ସୂଚନା ମିଳିଛି । ଏଠାରେ ଗୋଟିଏ ନୂଆ ଗ୍ରାମପଂଚାୟତ ଗଠିତ ହୋଇଛି, ଯାହାର ନାଁ ହେଉଛି – ମଙ୍ଗତ୍ୟା-ୱାଲ୍ୟା ଥାଣ୍ଡା । ଏହା ଏକ ଜଙ୍ଗଲ ନିକଟବର୍ତ୍ତୀ ଗାଁ । ଏହା ଗାଁ ପାଖରେ ଏଭଳି ଗୋଟିଏ ଜାଗା ଥିଲା ଯେଉଁଠାରେ ବର୍ଷାଦିନେ ବହୁ ପରିମାଣରେ ଜଳ ଏକତ୍ରିତ ହୋଇଯାଉଥିଲା । ଗ୍ରାମବାସୀଙ୍କ ପଦକ୍ଷେପ ଯୋଗୁଁ ଏବେ ଏହି ସ୍ଥାନକୁ ଅମୃତ ସରୋବର ଅଭିଯାନ ଅନ୍ତର୍ଗତ ବିକଶିତ କରାଯାଉଛି ।

ଆମେ ପ୍ରତିବର୍ଷ ୧ରୁ ୩୦ ସେପ୍ଟେମ୍ବର ମଧ୍ୟରେ ପୋଷଣ ମାସ ପାଳନ କରୁ । ପୁଷ୍ଟିହୀନତା ବିରୋଧରେ ସମଗ୍ର ଦେଶରେ ଅନେକ ସୃଜନଶୀଳ ଓ ବିବିଧ ଉଦ୍ୟମ କରାଯାଉଛି । ପ୍ରଯୁକ୍ତିର ଉତ୍ତମ ବ୍ୟବହାର ଓ ଜନଭାଗିଦାରୀ ମଧ୍ୟ ପୋଷଣ ଅଭିଯାନର ମହତ୍ୱପୂର୍ଣ୍ଣ ଅଂଗ ପାଲଟିଛି । ଦେଶରେ ଲକ୍ଷଲକ୍ଷ ଅଙ୍ଗନୱାଡ଼ି କର୍ମୀଙ୍କୁ ମୋବାଇଲ୍ ଫୋନ୍ ଦେବାଠାରୁ ଆରମ୍ଭ କରି ଅଙ୍ଗନୱାଡ଼ି ସେବାର ଉପଲବ୍ଧତାକୁ ପର୍ଯ୍ୟବେକ୍ଷଣ କରିବା ପାଇଁ ପୋଷଣ ଟ୍ରାକର୍ ମଧ୍ୟ ଉନ୍ମୋଚନ କରାଯାଇଛି ।

ଦେଶର ଲୋକଙ୍କ ମଧ୍ୟରେ ମିଲେଟ୍ସ ପ୍ରତି ସଚେତନତା ବଢ଼ାଇବାର ଅଛି ଏବଂ ବନ୍ଧୁଗଣ, ଆପଣ ତ ଭଲଭାବେ ଜାଣନ୍ତି ଯେ ମିଲେଟ୍ସ, ଚାଷୀଙ୍କ ପାଇଁ ମଧ୍ୟ ଲାଭଜନକ ଏବଂ ତା’ ବି ବିଶେଷତଃ ଛୋଟଚାଷୀଙ୍କୁ । ପ୍ରକୃତରେ ବହୁତ କମ୍ ସମୟରେ ଏହି ଫସଲ ପ୍ରସ୍ତୁତ ହୋଇଯାଏ ଏବଂ ଏଥିରେ ଅଧିକ ପାଣିର ଆବଶ୍ୟକତା ମଧ୍ୟ ନଥାଏ । ଆମର ଛୋଟ ଚାଷୀଙ୍କ ପାଇଁ ତ ମିଲେଟ୍ସ ବିଶେଷ ରୂପେ ଲାଭଦାୟକ । ମୋର, ନିଜର ଚାଷୀ ଭାଇଭଉଣୀମାନଙ୍କୁ, ମୁଁ କହିବାକୁ ଚାହେଁ ଯେ ମିଲେଟ୍ସ, ଅର୍ଥାତ ମୋଟା ଖାଦ୍ୟାନ୍ନକୁ ଅଧିକରୁ ଅଧିକ ଆପଣାନ୍ତୁ ଏବଂ ଏହାର ଲାଭ ଉଠାନ୍ତୁ । ମୋତେ ଏହା ଦେଖି ବହୁତ ଖୁସି ଲାଗେ ଯେ ଆଜି ଏପରି ଅନେକ ଷ୍ଟାଟ୍-ଅପ୍ସର ଉଦୟ ହୋଇଛି, ଯେଉଁମାନେ ମିଲେଟ୍ସ ଉପରେ କାର୍ଯ୍ୟ କରୁଛନ୍ତି ।

କିଛିଦିନ ପରେ ହିଁ ଭଗବାନ ଗଣେଶଙ୍କ ଆରାଧନାର ପର୍ବ ଗଣେଶ ଚତୁର୍ଥୀ ପଡ଼ିବ । ଗଣେଶ ଚତୁର୍ଥୀ ମାନେ ଗଣପତିଙ୍କର ଆଶୀର୍ବାଦର ପର୍ବ । ଓଡ଼ିଶାରେ ସେପ୍ଟେମ୍ବର ୧ ତାରିଖ ଦିନ ନୂଆଖାଇ ପର୍ବ ମଧ୍ୟ ପାଳନ କରାଯିବ । ‘ନୂଆଖାଇ’ର ଉଦ୍ଦେଶ୍ୟ ହେଉଛି ନୂଆ ଖାଇବା । ଏହା ମଧ୍ୟ ଅନ୍ୟ ଉତ୍ସବମାନଙ୍କ ଭଳି ଆମ କୃଷି ପରମ୍ପରା ସହ ଜଡ଼ିତ ଏକ ପର୍ବ । ଏହାମଧ୍ୟରେ ଜୈନ ସମାଜର ସମ୍ବତ୍ସରୀ ପର୍ବ ମଧ୍ୟ ଆୟୋଜିତ ହେବ । ଆମର ଏହି ସମସ୍ତ ପର୍ବ ଆମର ସାଂସ୍କୃତିକ ସମୃଦ୍ଧି ଏବଂ ଜୀବନ୍ତତାର ପରିଚାୟକ । ମୁଁ ଆପଣ ସମସ୍ତଙ୍କୁ ଏହି ଉତ୍ସବ ଏବଂ ବିଶେଷ ଅବସରଗୁଡ଼ିକ ପାଇଁ ଶୁଭକାମନା ଜଣାଉଛି ।
Published by:Soubhagya Mishra
First published: