News 18 Odia Digital
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଫି ଟେବୁଲ ବୁକ୍ “ଭଏସ୍ ଅଫ୍ ଇଣ୍ଡିଆ-ମୋଦି ଏଣ୍ଡ ହିଜ ଟ୍ରାନ୍ସଫର୍ମେଟିଭ୍ ମନ୍ କି ବାତ୍” ପ୍ରକାଶିତ ପାଇଁ CNN ନ୍ୟୁଜ୍ 18 ନେଟୱାର୍କକୁ ପ୍ରଶଂସା କରିଛନ୍ତି । ଏହି ପୁସ୍ତକ ନ୍ୟୁଜ୍ 18 ରାଇଜିଂ ଇଣ୍ଡିଆ ସମ୍ମିଳନୀରେ ଭାରତର ଉପରାଷ୍ଟ୍ରପତିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା।
ଉପରାଷ୍ଟ୍ରପତିଙ୍କ ଏକ ଟୁଇଟର ଉତ୍ତରରେ ଶ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରିଛନ୍ତି ଯେ, "#MannKiBaat ବିଷୟରେ ସବୁଠାରୁ ସୁନ୍ଦର ଅଂଶ ତାହା, ଯେଉଁଥିରେ ଏହା ତୃଣମୂଳ ସ୍ତରର ପରିବର୍ତ୍ତନ ନିର୍ମାତାମାନଙ୍କ ଉତ୍ସବ ପାଳନ କରିଥାଏ। ଯେହେତୁ ଏହି କାର୍ଯ୍ୟକ୍ରମ ଶହେ ଏପିସୋଡ୍ ପୂର୍ଣ୍ଣ କରିଛି, ମୁଁ @ CNNnews18 ଦ୍ବାରା ଉଲ୍ଲେଖିତ ଲୋଗ ଓ ସେମାନେ ସୃଷ୍ଟି କରିଥିବା ପ୍ରଭାବକୁ ସ୍ୱୀକାର କରିବା ପ୍ରୟାସକୁ ପ୍ରଶଂସା କରୁଛି।"
ମାନ୍ୟବର ଉପରାଷ୍ଟ୍ରପତି ଜଗଦୀପ ଧନକର ଗୁରୁବାର ଟୁଇଟ ନୂଆଦିଲ୍ଲୀରେ ଅନୁଷ୍ଠିତ ନ୍ୟୁଜ୍ 18 ରାଇଜିଂ ଇଣ୍ଡିଆ ସମ୍ମିଳନୀରେ କଫି ଟେବୁଲ୍ ବୁକ୍ “ଭଏସ୍ ଅଫ୍ ଇଣ୍ଡିଆ-ମୋଦି ଏଣ୍ଡ ହିଜ୍ ଟ୍ରାନ୍ସଫର୍ମେଟିଭ୍ ମନ୍ କି ବାତ୍” ଉନ୍ମୋଚନ କରିଛନ୍ତି।
ଉପରାଷ୍ଟ୍ରପତି ନିଜ ଟୁଇଟରେ ଲେଖିଥିଲେ କଫି ଟେବୁଲ୍ ବୁକ୍ @ CNNnews18 "ଭଏସ୍ ଅଫ୍ ଇଣ୍ଡିଆ-ମୋଦି ଏଣ୍ଡ ହିଜ୍ ଟ୍ରାନ୍ସଫର୍ମେଟିଭ୍ ମନ୍ କି ବାତ୍" ର ବିଷୟବସ୍ତୁ ଅତ୍ୟନ୍ତ ପ୍ରଯୁଜ୍ୟ ।
# ମନ୍ କି ବାତ୍ ଏକ ଅର୍ଥରେ ଲୋକଙ୍କ କଳ୍ପନାକୁ ପ୍ରଭାବିତ କରିଛି, ଏହା ସଚ୍ଚୋଟ ବକ୍ତବ୍ୟ ଓ ଜନତାଙ୍କ ସହିତ ନିରବିହୀନ ସଂଯୋଗ ।
https://twitter.com/narendramodi/status/1641635810322653185?s=48&t=wRkULf6lvdlDIiXJG9iCqQ
ଏହି ଖବର ପଢ଼ନ୍ତୁ -
ଆଜିଠୁ ହେଉଛି କଡା ଚେକିଂ: ଟ୍ରାଫିକ ନିୟମ ଖିଲାପ କଲେ ଗଣିବେ ମୋଟା ଅଙ୍କ ଜରିମାନାPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।