ଜି -୨୦ର ଅଧ୍ୟକ୍ଷତ୍ଵ କରି ବଡ ଦାୟିତ୍ୱ ପୂରଣ କରିବ ଭାରତ; ମନ୍ କି ବାତରେ କହିଲେ ପିଏମ

ମନ କି ବାତର ୯୫ତମ ଏପିସୋଡରେ ପିଏମ ମୋଦି ଜି -20 ବିଷୟରେ କହିଛନ୍ତି, ଜି -20ରେ ବିଶ୍ୱ ଜନସଂଖ୍ୟାରେ ଦୁଇ ତୃତୀୟାଂଶ, ବିଶ୍ୱ ବାଣିଜ୍ୟର ତିନି ଚତୁର୍ଥାଂଶ ଏବଂ ବିଶ୍ୱ ଜିଡିପିର ୮୫ ପ୍ରତିଶତ ରହିଛି ।

ମନ କି ବାତର ୯୫ତମ ଏପିସୋଡରେ ପିଏମ ମୋଦି ଜି -20 ବିଷୟରେ କହିଛନ୍ତି, ଜି -20ରେ ବିଶ୍ୱ ଜନସଂଖ୍ୟାରେ ଦୁଇ ତୃତୀୟାଂଶ, ବିଶ୍ୱ ବାଣିଜ୍ୟର ତିନି ଚତୁର୍ଥାଂଶ ଏବଂ ବିଶ୍ୱ ଜିଡିପିର ୮୫ ପ୍ରତିଶତ ରହିଛି ।

ମନ କି ବାତର ୯୫ତମ ଏପିସୋଡରେ ପିଏମ ମୋଦି ଜି -20 ବିଷୟରେ କହିଛନ୍ତି, ଜି -20ରେ ବିଶ୍ୱ ଜନସଂଖ୍ୟାରେ ଦୁଇ ତୃତୀୟାଂଶ, ବିଶ୍ୱ ବାଣିଜ୍ୟର ତିନି ଚତୁର୍ଥାଂଶ ଏବଂ ବିଶ୍ୱ ଜିଡିପିର ୮୫ ପ୍ରତିଶତ ରହିଛି ।

  • News18 Odia
  • Last Updated :
  • New Delhi, India
  • Share this:
News 18 Odia Digital

ନୂଆଦିଲ୍ଲୀ; ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ମନ କି ବାତ କରିଛନ୍ତି । ମନ କି ବାତର ୯୫ ତମ ଏପିସୋଡରେ ପିଏମ ମୋଦି ଜି -20 ବିଷୟରେ କହିଛନ୍ତି, ଜି -20ରେ ବିଶ୍ୱ ଜନସଂଖ୍ୟାରେ ଦୁଇ ତୃତୀୟାଂଶ, ବିଶ୍ୱ ବାଣିଜ୍ୟର ତିନି ଚତୁର୍ଥାଂଶ ଏବଂ ବିଶ୍ୱ ଜିଡିପିର ୮୫ ପ୍ରତିଶତ ରହିଛି । ଭାରତ ବର୍ତ୍ତମାନ ୩ ଦିନ ପରେ ଅର୍ଥାତ୍ ୧ ଡିସେମ୍ବରରୁ ଏତେ ବଡ଼ ଗୋଷ୍ଠୀ ଓ ଏପରି ଶକ୍ତିଶାଳୀ ଗୋଷ୍ଠୀର ଅଧ୍ୟକ୍ଷତା କରିବାକୁ ଯାଉଛି । ଏହା ଭାରତ ଏବଂ ପ୍ରତ୍ୟେକ ଭାରତବାସୀଙ୍କ ପାଇଁ ଭଲ ସୁଯୋଗ । ଜି -20 ର ସଭାପତିତ୍ୱ ଆମ ପାଇଁ ଏକ ବଡ଼ ସୁଯୋଗ ଭାବରେ ଆସିଛି । ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି, ତେଲେଙ୍ଗାନାର ରାଜନା ସିର୍ସିଲା ଜିଲ୍ଲାର ବୁଣାକାର ୟେଲଡି ହରିପ୍ରସାଦ ଗାରୁ ନିଜ ହାତରେ ଜି -20ର ଲୋଗୋ ବୁଣି ପଠାଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଉପହାର ଦେଖି ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।

ମହାକାଶ କ୍ଷେତ୍ର ବିଷୟରେ ଆଲୋଚନା କରି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତ ଏହି କ୍ଷେତ୍ରରେ ନିଜ ସଫଳତା ପଡୋଶୀ ଦେଶ ସହ ମଧ୍ୟ ବାଣ୍ଟୁଛି । ଗତକାଲି ଭାରତ ଏକ ଉପଗ୍ରହ ଉତକ୍ଷେପଣ କରିଛି । ଏହାକୁ ଭାରତ ଏବଂ ଭୁଟାନ ମିଳିତ ଭାବେ ପ୍ରସ୍ତୁତ କରିଥିଲେ । ଏହି ଉପଗ୍ରହ ବହୁତ ଭଲ ରିଜୋଲୁସନର ଫଟୋ ପଠାଇବ । ଏହାଦ୍ୱାରା ଭୁଟାନକୁ ନିଜର ପ୍ରାକୃତିକ ସମ୍ପଦ ପରିଚାଳନାରେ ସାହାଯ୍ୟ କରିବ ।

ଡ୍ରୋନ୍ ବିଷୟରେ ପିଏମ ମୋଦି କହିଛନ୍ତି, ଯେତେବେଳେ ଆମେ ଟେକ୍ନୋଲୋଜି ସହ ଜଡିତ ଇନୋଭେଶନ ବିଷୟରେ କହୁଛୁ, ଆମେ ଡ୍ରୋନକୁ କିପରି ଭୁଲି ପାରିବା । ଏହି କ୍ଷେତ୍ରରେ ଭାରତ ମଧ୍ୟ ଦ୍ରୁତ ଗତିରେ ଆଗକୁ ବଢୁଛି । କିଛି ଦିନ ପୂର୍ବରୁ ଆମେ ଦେଖିଥିଲେକି ହିମାଚଳ ପ୍ରଦେଶର କିନ୍ନୌରରେ ଡ୍ରୋନ୍ ମାଧ୍ୟମରେ ଆପଲ୍ କିପରି ପରିବହନ କରାଯାଇଥିଲା ।

ଭାରତୀୟ ସଙ୍ଗୀତ ବିଷୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି, ଭାରତୀୟ ବାଦ୍ୟଯନ୍ତ୍ରର ସବୁଠାରୁ ବଡ଼ କ୍ରେତା ହେଉଛି ଆମେରିକା, ଜର୍ମାନୀ, ଫ୍ରାନ୍ସ, ଜାପାନ ଏବଂ ବ୍ରିଟେନ । ଏହା ଆମ ସମସ୍ତଙ୍କ ପାଇଁ ଭାଗ୍ୟର ବିଷୟ ଯେ ଆମ ଦେଶରେ ସଙ୍ଗୀତ, ନୃତ୍ୟ ଏବଂ କଳାର ଏତେ ସମୃଦ୍ଧ ଐତିହ୍ୟ ଅଛି ।

ନାଗା ସଂସ୍କୃତି ବିଷୟରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁ ସୁନ୍ଦର ସଂସ୍କୃତି ଧୀରେ ଧୀରେ ହଜିଯିବାକୁ ବସିଥିଲା ତାକୁ 'LIDI KROU ସଂଗଠନ ପୁନର୍ଜୀବିତ କରିବା ପାଇଁ କାର୍ଯ୍ୟ କରିଛି । ଉଦାହରଣ ସ୍ୱରୂପ, ଏହି ସଂଗଠନ ନାଗା ସଂଗୀତର ଆଲବମ୍ ଲଞ୍ଚ କରିବାର କାର୍ଯ୍ୟ ଆରମ୍ଭ କରିଛି ।

ପ୍ରଧାନମନ୍ତ୍ରୀ ମୋଦି ଆହୁରି କହିଛନ୍ତି ଯେ ଝାଡ଼ଖଣ୍ଡର ସଞ୍ଜୟ କଶ୍ୟପଙ୍କୁ ଭଲ ବହିର ଅଭାବୀ ସାମ୍ନା କରିବାକୁ ପଡ଼ୁଥିଲା । ସେ ବର୍ତ୍ତମାନ ଝାଡଖଣ୍ଡର ଅନେକ ଜିଲ୍ଲାର ପିଲାମାନଙ୍କ ପାଇଁ ଲାଇବ୍ରେରୀ ମଣିଷ ହୋଇପାରିଛନ୍ତି । ସେ ଝାଡଖଣ୍ଡର ଅନେକ ଜିଲ୍ଲାର ପିଲାମାନଙ୍କ ପାଇଁ ଲାଇବ୍ରେରୀ ଖୋଲିଛନ୍ତି ।
Published by:Soubhagya Mishra
First published: