News 18 Odia Digital
ନୂଆଦିଲ୍ଲୀ: କର୍ଣ୍ଣାଟକ (Karnataka) ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (pm modiji) । ପ୍ରଧାନମନ୍ତ୍ରୀଙ୍କୁ ପୁଷ୍ପ ବର୍ଷା କରି ସ୍ବାଗତ (welcome) କରିଛନ୍ତି ଲୋକେ । ରାସ୍ତାର ଉଭୟ ପାର୍ଶ୍ବରେ ହଜାର ହଜାର କର୍ମୀ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି । ନିର୍ବାଚନ ପୂର୍ବରୁ କର୍ଣ୍ଣାଟକବାସୀଙ୍କୁ ଦେଇଛନ୍ତି ବଡ଼ ଭେଟି ।
ଗସ୍ତ କାଳରେ ବେଙ୍ଗଳୁରୁ-ମସୌରୀ ଏକ୍ସପ୍ରେସ ୱେକୁ ଜାତି ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ପ୍ରଧାନମନ୍ତ୍ରୀ । ୧୧୮ କିଲୋମିଟରର ଏହି ରାସ୍ତା ନିର୍ମାଣରେ ୮ ହଜାର ୪୮୦ କୋଟି ଟଙ୍କା ଖର୍ଚ୍ଚ କରାଯାଇଛି । ଏହି ୬ ଲେନ ବିଶିଷ୍ଟ ଏକ୍ସପ୍ରେସ ୱେ ଯୋଗୁ ୩ ଘଣ୍ଟାର ରାସ୍ତା ଅତିକ୍ରମ (road crossing) କରିବାକୁ ମାତ୍ର ୭୫ ମିନିଟ ସମୟ ଲାଗିବ । ଏହି ରାସ୍ତା ଉଭୟ ଅଞ୍ଚଳର ସାମାଜିକ ଏବଂ ଆର୍ଥିକ ବିକାଶରେ ବେଶ ସହାୟକ ହେବ । ବେଙ୍ଗଳୁରୁ-ମସୌରୀ ଏକ୍ସପ୍ରେସ ୱେର ଲୋକାର୍ପଣ କରିବା ସହ ପ୍ରଧାନମନ୍ତ୍ରୀ ମସୌରୀ-ଖୁଶଲନଗର ୪ ଲେନ ବିଶିଷ୍ଟ ରାସ୍ତାର ଶିଳାନ୍ୟାସ କରିଛନ୍ତି । ୯୨ କିଲୋମିଟର ବିଶିଷ୍ଟ ଏହି ରାସ୍ତା ନିର୍ମାଣରେ ୪ ହଜାର ୧୩୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏଥିସହ ଏହି ଗସ୍ତ କାଳରେ ପ୍ରଧାନମନ୍ତ୍ରୀ ମୋଦି ଅନେକ ବିକାଶମୂଳକ ପରିଯୋଜନାର ଶିଳାନ୍ୟାସ ଓ ଉଦ୍ଘାଟନ କରିଛନ୍ତି ।
ଏହି ଖବର ପଢ଼ନ୍ତୁ -
http://ବ୍ୟାପୁଛି H3N2 ଭାଇରସ: ପ୍ରତି ୧୦ ଜଣରେ ୬ଜଣ ପିଲା ଆକ୍ରାନ୍ତ !ଅନ୍ୟପଟରେ ହାଇଦ୍ରାବାଦ ଗସ୍ତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ । CISFର ୫୪ତମ ପ୍ରତିଷ୍ଠା ଦିବସ ଅବସରରେ ଆୟୋଜିତ ପରେଡରେ ଅଭିବାଦନ ଗ୍ରହଣ କରିଛନ୍ତି । ଏହି ଅବସରରେ ଅମିତ ଶାହ କହିଛନ୍ତି, ଆଗକୁ CISFକୁ ବୈଷୟିକ ଜ୍ଞାନକୌଶଳ ସହ ଯୋଡ଼ାଯିବ । ବନ୍ଦର, ବିମାନ ବନ୍ଦରର ସୁରକ୍ଷା ଦାୟିତ୍ବରେ CISFର ଭୂମିକା ବେଶ ଗୁରୁତ୍ବପୂର୍ଣ୍ଣ । ଅନେକ ଯବାନ ନିଜ କର୍ତ୍ତବ୍ୟ ପାଳନ ବେଳେ ପ୍ରାଣ ହରାଇଛନ୍ତି । CISF ଯବାନଙ୍କ ପାଇଁ ଦେଶରେ ନକ୍ସଲ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପ ନିୟନ୍ତ୍ରଣରେ ରହିଛି । ଦେଶର ଅର୍ଥନୀତିକୁ ୫ ଟ୍ରିଲିଅନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲକ୍ଷ୍ୟ ରହିଛି । ଆଉ ଏଥିପାଇଁ ବନ୍ଦର, ବିମାନ ବନ୍ଦରର ସୁରକ୍ଷା ବେଶ ଗୁରୁତ୍ବପୂର୍ଣ୍ଣ । ଏ କ୍ଷେତ୍ରରେ CISF ବେଶ ଅଗ୍ରଣୀ ଭୂମିକା ନେବ ବୋଲି କହିଛନ୍ତି ଗୃହ ମନ୍ତ୍ରୀ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।