ପାକିସ୍ତାନର PM ଶାହବାଜ ସରିଫଙ୍କୁ ଚିଠି ଲେଖିଲେ PM ମୋଦି; ନୂଆ ସରକାରଙ୍କୁ ଜଣାଇଲେ ଶୁଭେଚ୍ଛା

ଶାହବାଜ ସରିଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନ ଭାଇ। ପାକିସ୍ତାନ ମୁସଲିମ ଲିଗ୍ (ଏନ) ନେତା ଶାହବାଜ ସରିଫ ପାକିସ୍ତାନର ୨୩ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି।

ନରେନ୍ଦ୍ର ମୋଦି (ପ୍ରତୀକାତ୍ମକ ଛବି)

ନରେନ୍ଦ୍ର ମୋଦି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ନୂଆ ଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପାକିସ୍ତାନର ନୂଆ ପ୍ରଧାନମନ୍ତ୍ରୀ ଶାହବାଜ ସରିଫଙ୍କୁ ଚିଠି ଲେଖି ନୂଆ ସରକାରଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଏବିପି ନ୍ୟୁଜ୍ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ପ୍ରଧାନମନ୍ତ୍ରୀ ମୋଦି ପ୍ରଧାନମନ୍ତ୍ରୀ ଦାୟିତ୍ୱ ଗ୍ରହଣ କରିବା ପରେ ଶାହବାଜ ସରିଫଙ୍କ ନିକଟକୁ ଏହି ଚିଠି ପଠାଇଛନ୍ତି।

ସରକାରଙ୍କ ଉଚ୍ଚ ସୂତ୍ରରୁ ପ୍ରକାଶ ଯେ ଶାହବାଜ ସରିଫଙ୍କ ନିକଟକୁ ପଠାଯାଇଥିବା ଚିଠିରେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ଓ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରେରଣା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଲେଖିଛନ୍ତି ଯେ ଭାରତ ମଧ୍ୟ ଦାରିଦ୍ର୍ୟ ସମେତ ଅନ୍ୟାନ୍ୟ ସମସ୍ୟାର ମୁକାବିଲା କରିବାକୁ ଚାହୁଁଛି।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ପ୍ରଧାନମନ୍ତ୍ରୀ ମୋଦି ତାଙ୍କ ଶପଥ ଗ୍ରହଣ ପାଇଁ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କୁ ମଧ୍ୟ ନିମନ୍ତ୍ରଣ କରିଥିଲେ ଓ ଲାହୋର ଯାଇ ତାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ। ତେବେ ପରବର୍ତ୍ତୀ ଆତଙ୍କବାଦୀ ଆକ୍ରମଣ ପରେ ଭାରତ-ପାକିସ୍ତାନ ସମ୍ପର୍କ ବିଗିଡି ଯାଇଥିଲା।

ଶାହବାଜ ସରିଫ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ସାନ ଭାଇ। ପାକିସ୍ତାନ ମୁସଲିମ ଲିଗ୍ (ଏନ) ନେତା ଶାହବାଜ ସରିଫ ପାକିସ୍ତାନର ୨୩ତମ ପ୍ରଧାନମନ୍ତ୍ରୀ ହୋଇଛନ୍ତି।
ମିଳିତ ବିରୋଧୀ ଦଳର ଶାହାବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରାଯାଇଥିଲା। ଶାହବାଜ ସରିଫ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ତାଙ୍କୁ ସିନେଟ ଅଧ୍ୟକ୍ଷ ସାଦିକ ସଞ୍ଜରାନୀ ଶପଥ ଗ୍ରହଣ କରାଇଛନ୍ତି।

ପାକିସ୍ତାନର ସଂସଦ ଶାହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ଭାବେ ମନୋନୀତ କରିଛି

ଶାହବାଜ ସରିଫ ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଭାଇ। ସୋମବାର ଦିନ ପାକିସ୍ତାନର ସଂସଦ ଶାହବାଜ ସରିଫଙ୍କୁ ପ୍ରଧାନମନ୍ତ୍ରୀ ଭାବରେ ମନୋନୀତ କରିଛି। ତାଙ୍କ ସପକ୍ଷରେ ୧୭୪ ଭୋଟ ଦିଆଯାଇଥିଲା। ଏଥିସହିତ ଇମ୍ରାନ ଖାନ ଓ ତାଙ୍କ ଦଳର ପିଟିଆଇର ସାଂସଦମାନେ ଉପସ୍ଥିତ ନଥିଲେ। ପିଟିଆଇ ସମଗ୍ର ପ୍ରକ୍ରିୟାକୁ ବହିଷ୍କାର କରିଥିଲା।

ଦେଶର ୨୨ତମ ପ୍ରଧାନମନ୍ତ୍ରୀଙ୍କୁ ଏକ ଅନାସ୍ଥା ପ୍ରସ୍ତବର ଗତିବିଧି ମାଧ୍ୟମରେ ପଦରୁ ହଟାଇ ଦିଆଯାଇଥିଲା ଓ ଯିଏ ପାକିସ୍ତାନ ଇତିହାସରେ ପ୍ରଥମ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ଯାହାଙ୍କୁ ଅନାସ୍ଥା ପ୍ରସ୍ତବ ଜରିଆରେ ପଦରୁ ହଟାଯାଇଛି।

ପ୍ରକାଶ ଥାଉକି ୨୦୧୮ ଅଗଷ୍ଟ ୧୮ରେ ଇମ୍ରାନ ଖାନ ପାକିସ୍ତାନର ପ୍ରଧାନମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ୨୦୨୨ ଏପ୍ରିଲ ୧୦ରେ ପର୍ଯ୍ୟନ୍ତ ତାଙ୍କର ୧,୩୩୨ ଦିନର କାର୍ଯ୍ୟକାଳ ଥିଲା। ଇମ୍ରାନ ଖାନ ତିନି ବର୍ଷ, ସାତ ମାସ ୨୩ ଦିନ ପ୍ରଧାନମନ୍ତ୍ରୀ ଭାବରେ ରହିଲେ।
Published by:Lipina Das
First published: