News 18 Odia Digital
ନୂଆଦିଲ୍ଲୀ; ଜି-୨୦ ଶିଖର ସମ୍ମିଳନୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଇଣ୍ଡୋନେସିଆ ଯିବେ । ଏହି ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିପାକ୍ଷିକ ବୈଠକରେ ପ୍ରାୟ ୧୦ ଜଣ ବିଶ୍ୱ ନେତାଙ୍କୁ ଭେଟିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇଣ୍ଡୋନେସିଆରେ ପ୍ରାୟ ୪୫ ଘଣ୍ଟା ବିତାଇବେ । ଏହି ସମୟରେ ପିଏମ ମୋଦୀଙ୍କର ୨୦ ରୁ ଅଧିକ କାର୍ଯ୍ୟକ୍ରମ ସ୍ଥିର ହୋଇଛି । ପ୍ରଧାନମନ୍ତ୍ରୀ ସୋମବାର (୧୪ ନଭେମ୍ବର) ଇଣ୍ଡୋନେସିଆ ଅଭିମୁଖେ ଯାତ୍ରା କରିବେ ଓ ୧୬ ନଭେମ୍ବରରେ ଭାରତ ଫେରିବେ । ଏହା ହେଉଛି ୧୭ ତମ ଜି-୨୦ ଶିଖର ସମ୍ମିଳନୀ ।
ଇଣ୍ଡୋନେସିଆରେ ହେବାକୁ ଥିବା ସମାବେଶକୁ ପ୍ରଧାନମନ୍ତ୍ରୀ ମୋଦି ସମ୍ବୋଧିତ କରିବେ । ସରକାରୀ ସୂତ୍ରରୁ ପ୍ରକାଶ ଯେ ଅନେକ ଇଭେଣ୍ଟରେ ଚଳିତ ବର୍ଷର ଜି-୨୦ ବିଷୟ ଉପରେ ତିନୋଟି କାର୍ଯ୍ୟ ଅଧିବେଶନ ଓ ଅନ୍ୟ ନେତାଙ୍କ ସହ କିଛି କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ରହିଛି । ଇଣ୍ଡୋନେସିଆର ଡାୟସ୍ପୋରା ସହିତ ଯୋଡି ହେବା ପାଇଁ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ୱାରା ଏକ କମ୍ୟୁନିଟି କାର୍ଯ୍ୟକ୍ରମ ମଧ୍ୟ ଆୟୋଜିତ ହେବ ।
ଡିସେମ୍ବର ୧, ୨୦୨୨ରୁ ଭାରତ ଆନୁଷ୍ଠାନିକ ଭାବରେ ଜି-୨୦ର ଅଧ୍ୟକ୍ଷତା ଗ୍ରହଣ କରିବ । ବୈଦେଶିକ ମନ୍ତ୍ରଣାଳୟ ଏହା ପୂର୍ବରୁ କହିଥିଲା ଯେ ବାଲି ଶିଖର ସମ୍ମିଳନୀରେ ଜି -୨୦ ନେତାମାନେ ଶିଖର ସମ୍ମିଳନୀର ଥିମ୍ ' ରିକଭର ଟୁଗେଦର୍, ଅଧୀନରେ ବିଶ୍ୱସ୍ତରର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା କରିବେ।
ତିନୋଟି କାର୍ଯ୍ୟ ଅଧିବେଶନ ଆୟୋଜିତ ହେବଖାଦ୍ୟ ଏବଂ ଶକ୍ତି ସୁରକ୍ଷା, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ ରୂପାନ୍ତର ସମେତ ଜି -୨୦ ଶିଖର ସମ୍ମିଳନୀର ଏକ ଅଂଶ ଭାବରେ ତିନୋଟି କାର୍ଯ୍ୟ ଅଧିବେଶନ ଅନୁଷ୍ଠିତ ହେବ । ଏହା ବ୍ୟତୀତ ଋଷ-ୟୁକ୍ରେନ ଯୁଦ୍ଧରେ ବିଶ୍ୱ ନେତାଙ୍କ ନେତୃତ୍ୱ ଉପରେ ସମସ୍ତଙ୍କ ନଜର ରହିଛି । ଯୁଦ୍ଧ ବନ୍ଦ କରିବାକୁ ଓ ଦୁଇ ପକ୍ଷ ମଧ୍ୟରେ ଆଲୋଚନା କରିବାକୁ ଭାରତ ପ୍ରୋତ୍ସାହିତ କରୁଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।