ନୂଆ ବର୍ଷରେ PM ମୋଦି ୟୁପି ଯୁବକଙ୍କୁ ଦେବେ ଉପହାର
News18 Odia Digital
ନୂଆ ଦିଲ୍ଲୀ: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତର ପ୍ରଦେଶର ଯୁବକମାନଙ୍କୁ ଏକ ନୂଆ ଉପହାର ପ୍ରଦାନ କରିବାକୁ ଯାଉଛନ୍ତି । ଖୁବ୍ ଶୀଘ୍ର ଏହି ରାଜ୍ୟ ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ପାଇବାକୁ ଯାଉଛି। ଏହି କ୍ରୀଡା ବିଶ୍ୱବିଦ୍ୟାଳୟ ମେରଠରେ ନିର୍ମିତ ହେବ ଓ ଏହାର ମୂଳଦୁଆ ଆସନ୍ତା ବର୍ଷ ଜାନୁଆରୀ ୨ ତାରିଖରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ସ୍ଥାପନ କରାଯିବ।
କାର୍ଯ୍ୟସୂଚୀ ଅନୁଯାୟୀ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଜାନୁଆରୀ ୨ରେ ମେରଠକୁ ଆସି ରାଜ୍ୟର ପ୍ରଥମ କ୍ରୀଡ଼ା ବିଶ୍ୱବିଦ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ଏହି କ୍ରୀଡା ବିଶ୍ୱବିଦ୍ୟାଳୟର ନାମ ମହାନ ହକି ଖେଳାଳି ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ ୟୁନିଭରସିଟି ରଖାଯିବ । ଏଠାକୁ ଆସି ଯୁବକମାନେ ଅନେକ ପ୍ରକାରର କ୍ରୀଡା ଶିଖିବେ । ଏହା ୟୁପିର ପ୍ରଥମ କ୍ରୀଡା ବିଶ୍ୱବିଦ୍ୟାଳୟ ହେବ ।
ପ୍ରଶାସନିକ ଅଧିକାରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ
ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରସ୍ତାବିତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ମେରଠ ଡିଭିଜନର କମିଶନର ସୁରେନ୍ଦ୍ର ସିଂ ମଧ୍ୟ ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି କାର୍ଯ୍ୟକ୍ରମରେ କମିଶନର୍ କାର୍ଯ୍ୟକ୍ରମର ବିଭିନ୍ନ ପ୍ରସ୍ତୁତି ସମ୍ପର୍କରେ ଆବଶ୍ୟକ ନିର୍ଦ୍ଦେଶାବଳୀ ପ୍ରଦାନ କରି କହିଛନ୍ତି ଯେ ଏହା ଏକ ରାଜ୍ୟ ସ୍ତରୀୟ କାର୍ଯ୍ୟକ୍ରମ ଓ ଏଥିରେ କୌଣସି ତ୍ରୁଟି ରହିବା ଉଚିତ୍ ନୁହେଁ। ଏହି କାର୍ଯ୍ୟକ୍ରମରେ ୟୁପି ମୁଖ୍ୟ ମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ରହିବେ।
ଏହି କ୍ରୀଡା ବିଶ୍ୱବିଦ୍ୟାଳୟ ମେରଠର ସର୍ଦ୍ଦାର ଅଞ୍ଚଳର ସାଲୱା ଗ୍ରାମରେ ନିର୍ମିତ ହେବ । ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ୍ ୟୁନିଭରସିଟିକୁ ଆସି ଯୁବକମାନେ କ୍ରୀଡାକୁ ଭଲଭାବେ ଶିଖିପାରିବେ । ମେଜର ଧ୍ୟାନଚାନ୍ଦ ସ୍ପୋର୍ଟସ୍ ୟୁନିଭରସିଟି ଗଠନ ଘୋଷଣା ସିଏମ୍ ଯୋଗୀ ଆଦିତ୍ୟନାଥଙ୍କ ଦ୍ବାରା କରାଯାଇଥିଲା।
Published by:Lipina Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।