ଆଜି 'କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀ'କୁ ଉଦଘାଟନ କରିବେ PM ମୋଦି

ଆଜିଠାରୁ ଅହମ୍ମଦାବାଦରେ ଦୁଇ ଦିନିଆ କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସମ୍ମିଳନୀକୁ ଉଦଘାଟନ କରିବେ ।

ଆଜି 'କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀ'କୁ ଉଦଘାଟନ କରିବେ PM ମୋଦି

ଆଜି 'କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀ'କୁ ଉଦଘାଟନ କରିବେ PM ମୋଦି

  • News18 Odia
  • Last Updated :
  • Share this:
News 18 Odia Digital

ନୂଆଦିଲ୍ଲୀ : ଆଜିଠାରୁ ଅହମ୍ମଦାବାଦରେ ଦୁଇ ଦିନିଆ କେନ୍ଦ୍ର-ରାଜ୍ୟ ବିଜ୍ଞାନ ସମ୍ମିଳନୀ ଆୟୋଜିତ ହେବାକୁ ଯାଉଛି । ଅହମ୍ମଦାବାଦ ସାଇନ୍ସ ସିଟିରେ ଏହି ସମ୍ମିଳନୀ ଆୟୋଜିତ ହେଉଛି । ଏହି ସମ୍ମିଳନୀକୁ ଆଜି  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଦଘାଟନ କରିବେ ।

ପ୍ରଧାନମନ୍ତ୍ରୀ ମୋଦି ସକାଳ ୧୦.୩୦ ରେ ଭିଡିଓ କନଫରେନ୍ସ ମାଧ୍ୟମରେ ଏହି ସମ୍ମିଳନୀକୁ ଉଦଘାଟନ କରିବେ । ଏହି ଅବସରରେ ପ୍ରଧାନମନ୍ତ୍ରୀ ମଧ୍ୟ ସମାବେଶକୁ ସମ୍ବୋଧିତ କରିବେ । ଦେଶରେ ନବସୃଜନ ଏବଂ ଉଦ୍ୟୋଗକୁ ସୁଗମ କରିବା ପାଇଁ ପିଏମ ମୋଦିଙ୍କ ନିରନ୍ତର ଉଦ୍ୟମକୁ ଦୃଷ୍ଟିରେ ରଖି ଏହି ସମ୍ମିଳନୀ ଆୟୋଜିତ ହେଉଛି ।

ଏହି ସମ୍ମିଳନୀରେ ଏସଟିଆଇ ଭିଜନ-୨୦୪୭, ରାଜ୍ୟରେ ଏସଟିଆଇ ପାଇଁ ଭବିଷ୍ୟତର ଅଭିବୃଦ୍ଧିର ରାସ୍ତା ଏବଂ ସମସ୍ତଙ୍କ ପାଇଁ ଡିଜିଟାଲ ସ୍ୱାସ୍ଥ୍ୟସେବା, ୨୦୨୩ ସୁଦ୍ଧା ଘରୋଇ କ୍ଷେତ୍ରରେ ପୁଞ୍ଜି ବିନିଯୋଗକୁ ଦ୍ୱିଗୁଣିତ କରିବା, କୃଷି-କୃଷକଙ୍କ ଆୟର ଉନ୍ନତି ପାଇଁ ଵୈଷୟିକ ହସ୍ତକ୍ଷେପ ପାଇଁ ଅଧିବେଶନ ଆୟୋଜନ କରାଯାଇଛି ।
Published by:Sujit Swain
First published: